Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସର୍ବାଧିକ ଆରୋଗ୍ୟରେ ପୁଣି ରେକର୍ଡ, ଗୋଟିଏ ଦିନରେ ସୁସ୍ଥ ହେଲେ ୮୭,୪୭୨ ଜଣ କୋଭିଡ ରୋଗୀ
ଜାତୀୟ ଖବର

ସର୍ବାଧିକ ଆରୋଗ୍ୟରେ ପୁଣି ରେକର୍ଡ, ଗୋଟିଏ ଦିନରେ ସୁସ୍ଥ ହେଲେ ୮୭,୪୭୨ ଜଣ କୋଭିଡ ରୋଗୀ

September 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତରେ ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ଅପ୍ରାତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୭,୪୭୨ ଜଣ ସକ୍ରିୟ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏମାନେ ଘରୋଇ, ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବିଗତ ୧୧ ଦିନ ମଧ୍ୟରେ ଭାରତରେ ଆରୋଗ୍ୟ ହାର ଅତିଉଚ୍ଚରେ ରହିଛି ଫଳରେ ଦୈନିକ ୭୦ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି।

ଆଜିକୁ ମିଶାଇ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଁ ୭୮.୮୬% ରେ ପହଞ୍ଚିଛି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧,୧୨,୫୫୧ ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ୪.୦୪ ଗୁଣ ଅଧିକ ହୋଇଯାଇଛି। ବର୍ତ୍ତମାନ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୦,୯୪,୭୯୭ ରେ ପହଞ୍ଚିଛି।

ସର୍ବାଧିକ ସକ୍ରିୟ ସଂକ୍ରମିତ ଥିବା ୫ଟି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଅଧିକ ରହିଛି।

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୫୯.୮% ସକ୍ରିୟ ସଂକ୍ରମିତ ରହିଛନ୍ତି । ମୋଟ ଆରୋଗ୍ୟଙ୍କ ତୁଳନାରେ ଏହିସବୁ ରାଜ୍ୟରେ ମଧ୍ୟ ୫୯.୩% ଆରୋଗ୍ୟ ରହିଛନ୍ତି।

୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ ୯୦% ଆରୋଗ୍ୟ ଲାଭ କରିଥିବା ରେକର୍ଡ କରାଯାଇଛି। ୧୯,୫୨୨ ଜଣ ସୁସ୍ଥ ହେବା ସହିତ ମହାରାଷ୍ଟ୍ରରେ ୨୨.୩୧% ନୂଆ ଆରୋଗ୍ୟ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ (୧୨.୨୪%), କର୍ଣ୍ଣାଟକ (୮.୩%), ତାମିଲନାଡୁ (୬.୩୧%) ଏବଂ ଛତିଶଗଡ (୬.୦%) ମିଶି ମୋଟ ୩୨.୮% ଆରୋଗ୍ୟ ହାର ସହିତ ଏହା ପଛକୁ ରହିଛନ୍ତି। ଏ ସମସ୍ତ ରାଜ୍ୟରେ ମୋଟ ନୂଆ ଆରୋଗ୍ୟଙ୍କ ସଂଖ୍ୟାର ୫୫.୧% ନୂଆ ଆରୋଗ୍ୟ ରହିଛନ୍ତି।

ନୂଆ ମାମଲା ଦେଖାଦେବା କ୍ଷଣି ତୁରନ୍ତ ବିକଶିତ ହୋଇପାରୁଥିବା କେନ୍ଦ୍ର ସରକାରଙ୍କ ପ୍ରଭାବୀ ଚିକିତ୍ସା ପରିଚାଳନା ଏବଂ ଚିକିତ୍ସା ନିୟମ ଲାଗୁ କରାଯିବା କାରଣରୁ ଲଗାତାର ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସର ସହଯୋଗରେ ‘କୋଭିଡ-୧୯ ପରିଚାଳନା ଲାଗି ଜାତୀୟ ଇ-ଆଇସିୟୁ ପରିଚାଳନା’ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରାଯାଉଛି। ଉତ୍କର୍ଷ କେନ୍ଦ୍ର ଜରିଆରେ ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଇସିୟୁ ଡାକ୍ତରମାନଙ୍କୁ ସାମିଲ କରାଯାଉଛି।

ସପ୍ତାହକୁ ଦୁଇ ଥର ମଙ୍ଗଳବାର ଓ ଶୁକ୍ରବାର ଆୟୋଜିତ ହେଉଥିବା ଏସବୁ ଅଧିବେଶନ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ଏବଂ ମୃତ୍ୟୁହାର ହ୍ରାସ ପାଇବାରେ ବିଶେଷ ସହାୟତା ମିଳିପାରିଛି। ବର୍ତ୍ତମାନସୁଦ୍ଧା ଦେଶର ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୨୪୯ଟି ଡାକ୍ତରଖାନା ପାଇଁ ୧୯ ଏପରି ଇ-ଆଇସିୟୁ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇସାରିଛି।

କୋଭିଡ ରୋଗୀଙ୍କ ଚିକିତ୍ସା ଲାଗି ଭାରତରେ ରେମଡିସିଭିର, କୋଭାଲସେଣ୍ଟ ପ୍ଲାଜମା ଏବଂ ତୋସିଲିଜୁମାବ ଭଳି ‘ଅନୁସନ୍ଧାନକାରୀ ଚିକିତ୍ସା’ର ଯୁକ୍ତିଯୁକ୍ତ ପ୍ରୟୋଗକୁ ଅନୁମତି ମିଳିଛି। ଏହାବ୍ୟତୀତ ପ୍ରୋନିଂ, ହାଇ ଫ୍ଲୋ ଅକ୍ସିଜେନ, ନନ-ଇନଭାସିଭ ଭେଣ୍ଟିଲେସନ, ଷ୍ଟେରୋଏଡ ଏବଂ ଆଣ୍ଟି-କୋଗ୍ୟୁଲାଣ୍ଟର ଭଳି ଚିକିତ୍ସା ପଦ୍ଧତି କାର୍ଯ୍ୟକାରୀ କରାଯାଇଛି। ଘରୋଇ ସଙ୍ଗରୋଧର ଅନୁଧ୍ୟାନ, ରୋଗୀଙ୍କୁ ତୁରନ୍ତ ଏବଂ ସମୟବଦ୍ଧ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଉନ୍ନତ ଆମ୍ବୁଲାନ୍ସ ସୁବିଧା ଫଳରେ ରୋଗୀଙ୍କ ଚିକିତ୍ସା ପରିଚାଳନା ବାଧାମୁକ୍ତ ଓ ପ୍ରଭାବୀ ହୋଇପାରିଛି।

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଶେଷଜ୍ଞ ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଚିକିତ୍ସା ଅକ୍ସିଜେନ ବ୍ୟବସ୍ଥାର ଯଥେଷ୍ଟ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିୟମିତ ସମୀକ୍ଷା କରାଯାଉଛି। ଏସବୁ ପଦକ୍ଷେପ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ନିମ୍ନ ମୃତ୍ୟୁ ହାର (ସିଏଫଆର) ବଜାୟ ରହିଛି ଯାହାକି ବର୍ତ୍ତମାନ ୧.୬୨% ରହିଛି

Highest Recovery କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026
Latest News

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.