ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪,୦୦୦ ରୁ ଅଧିକ କୋଭିଡ ରୋଗୀ ଆରୋଗ୍ୟ

Published: Sep 21, 2020, 9:36 am IST

ନୂଆଦିଲ୍ଲୀ, କ୍ରମାଗତ ଭାବେ ଦୁଇ ଦିନ ପାଇଁ ଭାରତରେ ୯୪,୦୦୦ରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪,୬୧୨ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩ ଲକ୍ଷ (୪୩,୦୩,୦୪୩) ଅତିକ୍ରମ କରିଛି। ଏହାଦ୍ୱାରା ଆରୋଗ୍ୟ ହାର ୭୯.୬୮% ଛୁଇଁଛି ।

ମୋଟ ସୁସ୍ଥ ରୋଗୀଙ୍କ ମଧ୍ୟରୁ ୬୦ ପ୍ରତିଶତ ପାଞ୍ଚଟି ରାଜ୍ୟରୁ ଯଥା – ମହାରାଷ୍ଟ୍ର, କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ । ଦେଶର ନୂତନ ଆରୋଗ୍ୟ ମାମଲାଙ୍କ ମଧ୍ୟରୁ ୨୩,୦୦୦ରୁ ଅଧିକ ସଂଖ୍ୟାକୁ ନେଇ ମହାରାଷ୍ଟ୍ର ଆଗରେ ଥିବା ବେଳେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟେ ଦିନିକିଆ ଆରୋଗ୍ୟ ଲାଭରେ ୧୦,୦୦୦ରୁ ଅଧିକ ଯୋଗଦାନ ଦେଇଛନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୯୨,୬୦୫ ନୂତନ ସଂକ୍ରମିତ ମାମଲା ନଜରକୁ ଆସିଛି ।

ଦେଶର ଏହି ନୂତନ ସଂକ୍ରମିତ ମାମଲାଙ୍କ ମଧ୍ୟରୁ ୫୨ ପ୍ରତିଶତ ପାଞ୍ଚଟି ରାଜ୍ୟରୁ ଥିବା ବେଳେ ସର୍ବାଧିକ ଆରୋଗ୍ୟ ଲାଭ ମଧ୍ୟ ଏହି ପାଞ୍ଚୋଟି ରାଜ୍ୟରୁ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୨୦,୦୦୦ରୁ ଅଧିକ (୨୨.୧୬%) ମହାରାଷ୍ଟ୍ରରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୧୩୩ ଜଣଙ୍କ ମୃତ୍ୟୁ ହୋଇଛି ।

ଗତକାଲିର ମୃତକଙ୍କ ମଧ୍ୟରୁ ୩୭ ପ୍ରତିଶତ ଅର୍ଥାତ ୪୨୫ ଜଣ ମହାରାଷ୍ଟ୍ରରୁ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରୁ ଯଥାକ୍ରମେ ୧୧୪ ଏବଂ ୮୪ ଜଣଙ୍କର ମୃତ୍ୟୁ ଘଟିଛି ।

Related posts