Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଗବେଷଣା କେନ୍ଦ୍ର କରିବାକୁ ଗୌହାଟୀ ଆଇଆଇଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
ଜାତୀୟ ଖବର

ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ଗବେଷଣା କେନ୍ଦ୍ର କରିବାକୁ ଗୌହାଟୀ ଆଇଆଇଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

September 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିପର୍ଯ୍ୟୟ ପରିଚାଳନା ପାଇଁ ଏକ କେନ୍ଦ୍ର ସ୍ଥାପନ କରିବାକୁ ଗୌହାଟୀ ଆଇଆଇଟିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଗୌହାଟୀର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ‘ଜ୍ଞାନମ୍ ବିଜ୍ଞାନ ସହିତମ୍ ଯତ୍ ଜ୍ଞାତ୍ୱା ମୌକ୍ଷସ୍ୟ ଅଶୁଭାତ୍‌’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ସମେତ ସମସ୍ତ ଜ୍ଞାନ ସମସ୍ୟା ସମାଧାନର ମାର୍ଗ।

ସଂପ୍ରତି ଆଇଆଇଟି ଭଳି ପ୍ରତିଷ୍ଠାନମାନ ଯେଭଳି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶ ସେବା ପାଇଁ ନବସୃଜନର ଊର୍ଜ୍ଜା ଆମର ଶିକ୍ଷାନୁଷ୍ଠାନଗୁଡିକରେ ଯୁଗେ ଯୁଗେ ରହିଛି ଏବଂ ଏହା ହଜାର ହଜାର ବର୍ଷ ଧରି ଚଳି ଆସିଛି।

ଯୁବସମାଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସହ ନିଜକୁ ପ୍ରାସଙ୍ଗିକ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଯୁବବର୍ଗର ସ୍ୱପ୍ନ ଏବଂ ଆକାଂକ୍ଷା ଭାରତର ଭବିଷ୍ୟତକୁ ରୂପ ଦେବ। ଆଇଆଇଟି ଗୌହାଟୀ ଏହି ଦିଗରେ ଇତିମଧ୍ୟରେ କାର‌୍ୟ୍ୟ ଆରମ୍ଭ କରିଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କରୋନା ମହାମାରୀ ସମୟରେ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ଏହି ଆଇଆଇଟି ଦେଶକୁ ଆତ୍ମନିର୍ଭର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଆରମ୍ଭ କରିଛି ଏବଂ ପାଠପଢା, ଗବେଷଣା ଓ ଅନ୍ୟାନ୍ୟ କାର‌୍ୟ୍ୟ ଜାରି ରଖିଛି । ଏଥିପାଇଁ ଏହି ଅନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତି ୨୦୨୦ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱରେ ଏକ ନେତୃତ୍ୱର ସ୍ଥାନ ଦେବା ପାଇଁ ଏହି ଶିକ୍ଷାନୀତିରେ ପ୍ରୟାସ କରାଯାଇଛି । ମୋଦୀ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ୨୦୨୦କୁ ବହୁବିଷୟକ କରାଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ପଢିବା ପାଇଁ ସୁଯୋଗ ମିଳିବ । ନିଜର ଇଛା ଅନୁସାରେ ଯିଏ ଯେତେବେଳେ ଚାହିଁବ ସେ ବିଷୟ ପଢିପାରିବେ ଏବଂ ଭଲ ନ ଲାଗିଲେ ତାହାକୁ ମଧ୍ୟ ଅଧାରୁ ଛାଡିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଶିକ୍ଷାନୀତିରେ ଏକ ଜାତୀୟ ଗବେଷଣା ପ୍ରତିଷ୍ଠାନ ସ୍ଥାପନର ପ୍ରସ୍ତାବ ରହିଛି । ଗବେଷଣା ପାଇଁ ପାଣ୍ଠି ଯୋଗାଉଥିବା ସବୁ ସଂସ୍ଥାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ନିମନ୍ତେ ଏହା ଗଠନ କରାଯିବ। ସେହିଭଳି ଏହି ପ୍ରସ୍ତାବିତ ପ୍ରତିଷ୍ଠାନ ବିଜ୍ଞାନ ହେଉ କିମ୍ବା କଳା ଯେକୌଣସି ବିଷୟରେ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେବ।

ନୂଆ ଶିକ୍ଷାନୀତିରେ ମଧ୍ୟ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଭାରତରେ ନିଜର ଦରିଆପାରି କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି । ଏହା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ବିଶ୍ୱସ୍ତରୀୟ ଶିକ୍ଷା ପରିବେଶ ସହିତ ପରିଚିତ ହେବାର ସୁଯୋଗ ପାଇବେ । ଭାରତକୁ ବିଶ୍ୱର ପ୍ରମୁଖ ଶିକ୍ଷା ଲକ୍ଷ୍ୟସ୍ଥଳରେ ପରିଣତ କରିବା ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ପ୍ରାଚ୍ୟାଭିମୁଖୀ ନୀତିର କେନ୍ଦ୍ର ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଙ୍କ ସହିତ ସଂପର୍କର ପେଣ୍ଠ । ଏସବୁ ରାଷ୍ଟ୍ରମାନଙ୍କ ସହ ଭାରତର ସଂପର୍କର ମୁଖ୍ୟ ଆଧାର ହେଲା ସଂସ୍କୃତି, ବାଣିଜ୍ୟ, ସଂଯୋଗ ଏବଂ ସାମର୍ଥ୍ୟ । ସେ କହିଛନ୍ତି ଏ କ୍ଷେତ୍ରରେ ଶିକ୍ଷା ମଧ୍ୟ ଆଉ ଏକ ମାଧ୍ୟମ ହେବାକୁ ଯାଉଛି ଏବଂ ଆଇଆଇଟି ଗୌହାଟୀ ଏହାର କେନ୍ଦ୍ର ହୋଇପାରିବ ।

ଏହା ମଧ୍ୟ ଉତ୍ତର ପୂର୍ବ ଭାରତକୁ ଏକ ନୂଆ ପରିଚୟ ଓ ନୂଆ ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳରେ ନୂଆ ସୁବିଧା ସୁଯୋଗମାନ ସୃଷ୍ଟି କରାଯାଉଛି । ଏହି ଅଞ୍ଚଳରେ ରେଳବାଇ, ରାଜପଥ, ଆକାଶପଥ ଓ ଜଳପଥ ଆଦିର ବିକାଶ ପାଇଁ ସରକାର ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ସେ କହିଛନ୍ତି ଯେ ଆଜି ସମାବର୍ତ୍ତନ ଉତ୍ସବରେ ୩୦୦ ଯୁବ ଛାତ୍ରଛାତ୍ରୀ ପିଏଚ୍‌ଡି ଉପାଧି ପାଇଥିବା ଜାଣି ସେ ବିଶେଷ ଆନନ୍ଦିତ । ଦେଶର କଲ୍ୟାଣରେ ସେମାନେ ସେମାନଙ୍କ ଗବେଷଣାଲବ୍ଧ ତଥ୍ୟ ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଶେଷକରି ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ନିଜ ନିଜର ଗବେଷଣା କିପରି ସହାୟକ ହେବ ସେ ବିଷୟରେ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଆଇଟି ଗୌହାଟୀରେ ବିପର୍ଯ୍ୟୟ ପରିଚାଳନା ଓ ବିପଦ ହ୍ରାସ ଅଧ୍ୟୟନ କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଭଳି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉତ୍ତର ପୂର୍ବାଞ୍ଚଳରେ ବିପର‌୍ୟ୍ୟୟ ପରିଚାଳନାରେ ବିଶେଷ ଜ୍ଞାନକୌଶଳ ଯୋଗାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

pm modi
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026
Latest News

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.