Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କନ୍ଧମାଳ ଲୋକେ ବିଦ୍ୟୁତ ତାର ଉପରେ ନଦୀ ପାରି ହେବା ଭିଡିଓ ଭାଇରାଲ, ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଜାତୀୟ ଖବର

କନ୍ଧମାଳ ଲୋକେ ବିଦ୍ୟୁତ ତାର ଉପରେ ନଦୀ ପାରି ହେବା ଭିଡିଓ ଭାଇରାଲ, ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

September 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କିଛି ଦିନ ଧରି ଲୋକେ ଏକ ଆଲମ୍ୟୁନିୟମ ତାର ଉପରେ ନାଳ ପାରି ହେବା ଭିଜୁୟାଲ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁୟାଲଟି ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡା ନିକଟସ୍ଥ ବରିଣ୍ଡିପଡା ଗାଁର। ଏହି ଗାଁ ର ଲୋକେ ଖାଡଗା ନଦୀରୁ ବାହାରିଥିବା ଏକ ଶାଖା କାଲିପେନୁ ନାଳର ଦୁଇପଟେ ତାର ଖଂଜି ନଦୀ ପାର ହେଉଛନ୍ତି। ଏଥିରେ କୁହାଯାଇଛି ଯେ, ଓଡିଶା ସରକାର ଭଲ କାମ କରୁଛନ୍ତି ବୋଲି ଦେଖାଇ ହେଉଥିବା ବେଳେ ଏହା ହେଉଛି ବାସ୍ତବ ଚିତ୍ର। ଏହାକୁ ନେଇ ବହୁ ଲୋକ ବହୁ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି।

ତେବେ ଏହି ଭିଜୁୟାଲ ଏବଂ ଫଟୋଗୁଡିକୁ ବିଭିନ୍ନ ସାମ୍ବାଦିକ ଏବଂ ବିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ସେୟାର କରିବାରେ ଲାଗିଛନ୍ତି। ମାତ୍ର ଅଳ୍ପଦିନ ମଧ୍ୟରେ ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଜୁୟାଲ ଓ ଫଟୋଗୁଡିକ ଅନୁଧ୍ୟାନ କଲେ ଜଣାପଡିଛି ଯେ ତାହା ସଂପୂର୍ଣ୍ଣ ଠିକ ଅଛି। ଯେଉଁ ସ୍ଥାନ ଏବଂ ଗାଁର ଲୋକେ ଏହି ତାର ଉପରେ ଯାଉଛନ୍ତି ତାହା ମଧ୍ୟ ସତ। ଫଟୋ ଏବଂ ଭିଡିଓରେ କୌଣସି ପ୍ରକାରର ଏପଟସେପଟ ମଧ୍ୟ କରାଯାଇ ନାହିଁ। ହେଲେ ପ୍ରକୃତ ଘଟଣା ଯଦି ଜାଣିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଘଟଣାଟି ହେଲା ପାଞ୍ଚ ବର୍ଷ ତଳେ କାଲିପେନୁ ନାଳ ଉପରେ ଏକ ଭଲ ବ୍ରିଜଟିଏ ନିର୍ମାଣ କରାଯାଇଛି। ସେହି ବ୍ରିଜ ଉପରେ ଲୋକେ ଯିବା ଆସିବା ମଧ୍ୟ କରୁଛନ୍ତି। ବରିଣ୍ଡିପଡା ଗାଁର ଲୋକେ ମଧ୍ୟ ସେହି ବ୍ରିଜରେ ଯିବା ଆସିବା କରନ୍ତି। ବ୍ରିଜଟି ବରିଣ୍ଡିପଡା ଗାଁ ସହିତ ଗୁଂଜିବାଡି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଛି। ତେବେ ଘଟଣା ହେଉଛି ଏହି ବ୍ରିଜଟି ଟିକିଏ ଦୂରରେ ରହିଛି। ଫଳରେ କେତେକ ଲୋକେ ଏତେ ଦୂର ନ ଯାଇ ଏପରି ବିପଦପୂର୍ଣ୍ଣ ତାର ଉପରେ ଯିବାକୁ ପସନ୍ଦ କରୁଛନ୍ତି।

ଏହି ବ୍ରିଜଟି ବିରିଣ୍ଡିପଡା ଗାଁରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି। ହେଲେ ସେହି ରାସ୍ତା ପାହାଡିଆ ହୋଇଥିବାରୁ ଲୋକେ ଯିବାକୁ ଚାହୁଁ ନାହିଁନ୍ତି। ଅନ୍ୟପଟେ ପଞ୍ଚାୟତ ଅଫିସକୁ ଏହି ବିପଦପୂର୍ଣ୍ଣ ତାର ରାସ୍ତା ପୁରା ପାଖ ହେଉଛି। ଅର୍ଥାତ ଯଦି ବ୍ରିଜ ପଟେ ଆପଣ ପଞ୍ଚାୟତ ଅଫିସକୁ ଯିବେ ତେବେ ଆପଣଙ୍କୁ ଆଉ ଅଧିକ 6 କିଲୋମିଟ ରାସ୍ତା ପଡୁଛି। କାରଣ ପ୍ରଥମେ ବ୍ରିଜକୁ ଯିବାକୁ ଦୁଇ କିଲୋମିଟର ପଡିବ, ଆଉ ସେହି ବ୍ରଜ୍ ରେ ଗଲେ ପଞ୍ଚାୟତ ଅଫିସଟି ଆଉ 4 କିମି ଅଧିକ ପଡୁଛି। ତେଣୁ ବିପଦ ହେଉ ପଛେ ରାସ୍ତା କମାଇବା ପାଇଁ ଲୋକେ ଏହି ତାରା ରାସ୍ତାକୁ ସୁବିଧା ବୋଲି ଭାବି ନେଇଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ବାଲିଗୁଡା ପ୍ରଶାସନ ସେହି ତାରଗୁଡିକୁ ବାହାର କରି ଦେଇଛନ୍ତି। ଲୋକମାନେ ଏପରି ବିପଦପୂର୍ଣ୍ଣ ଭାବେ ନ ଯାଇ ବ୍ରିଜରେ ଯାଆନ୍ତୁ ବୋଲି ପ୍ରଶାସନ ଲୋକଙ୍କୁ ଅନୁରୋଧ କରୁଛି ବୋଲି ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଛନ୍ତି। ସେହିପରି ଗୁଂଜିବାଡି ସରପଞ୍ଚ ଲିଙ୍ଗରାଜ ପ୍ରଧାନ ମଧ୍ୟ ଲୋକମାନେ ସେହି ତାରରେ ନ ଆସନ୍ତୁ ବୋଲି ଅନୁରୋଧ କରୁଛନ୍ତି।

ତେବେ ଓଡିଶାରେ ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଭିଜୁୟାଲ ଓ ଫଟେ ରାଜନୈତିକ ପାଣିପାଗକୁ ବେଶ ଗରମ କରିଦେଇଛି।

ବାଲିଗୁଡା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026

ଏବେ ଏକ୍ସପ୍ରେସ୍ ଡେଲିଭରି ପାଇଁ ଉପଲବ୍ଧ ହେବ LPG ସିଲିଣ୍ଡର: କିପରି କରିବେ ବୁକ୍

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.