Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ଚଳନ୍ତା ବସରେ ଗଣବଳତ୍କାର, ନିଶାଦେଇ ମହିଳାଙ୍କୁ ରାତିସାରା ବଳତ୍କାର କଲେ ଡ୍ରାଇଭର କଣ୍ଡକ୍ଟର
ଅପରାଧ

ପୁଣି ଚଳନ୍ତା ବସରେ ଗଣବଳତ୍କାର, ନିଶାଦେଇ ମହିଳାଙ୍କୁ ରାତିସାରା ବଳତ୍କାର କଲେ ଡ୍ରାଇଭର କଣ୍ଡକ୍ଟର

September 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Woman gang raped in moving bus in UP

ମିରଟ, ପୁଣିଥରେ ଉତ୍ତର ପ୍ରଦେଶରେ ସେହି ଲୋମହର୍ଷଣକାରୀ ଗଣବଳତ୍କାର ଅଭିଯୋଗ ଆସିଛି। ଚଳନ୍ତା ବସରେ ଜଣେ ମହିଳାଙ୍କୁ ସାରା ରାତି ଗଣବଳତ୍କାର କରିଛନ୍ତି ବସର ଡ୍ରାଇଭର ଏବଂ କଣ୍ଡକ୍ଟର। ସକାଳେ ମହିଳାଙ୍କୁ ଚଳନ୍ତା ବସରୁ ଠେଲି ଦେଇ ବସ ନେଇ ପଳାଇଛନ୍ତି। ମହିଳା ଜଣଙ୍କ ମିରଟର ଦିଲ୍ଲୀ ରୋଡରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ମହିଳାଙ୍କର ଚେତା ଆସିବା ପରେ ପୋଲିସକୁ ଏହି ଦୁଃଖଦ ଘଟଣା ସଂପର୍କରେ ସମସ୍ତ କଥା କହିଛନ୍ତି। ମହିଳାଙ୍କ ଅନୁସାରେ ଶୁକ୍ରବାର ରାତିରେ ସେ ମିରଟର ବୈଶାଳୀ ବସଷ୍ଟାଣ୍ଡରୁ ବସରେ ଉଠିଥିଲେ। କିଛି ସମୟ ପରେ ତାଙ୍କୁ ଏକ ଥଣ୍ଡା ପାନୀୟ ବସ ଭିତରେ ଦିଆଯାଇଥିଲା। ଏହାପରେ ସେ ବେହୋସ ହୋଇପଡିଥିଲେ। ରାତିସାରା ସେହି ଚଳନ୍ତା ବସରେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଗଣବଳତ୍କାର କରିଛନ୍ତି ବୋଲି ମହିଳା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି।

ପୋଲିସ ଅନୁସାରେ ସେହି ମହିଳା ଜଣଙ୍କ ହେଉଛନ୍ତି ମିରଟର ସରଧ୍ୟାନା ସହର ବାସିନ୍ଦା। ଏ ନେଇ ପୋଲିସ ଏକ ମାମଲା ଦାୟର କରିବା ସହିତ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଏହି ଘଟଣା ସଂପର୍କରେ ଏସଏସପି ଅଜୟ ସାନି କହିଛନ୍ତି ଯେ ତଦନ୍ତ ଚାଲିଛି, ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଉଛି। ଖୁବ ଶିଘ୍ର ଅପରାଧୀଙ୍କୁ ଧରାଯିବ।

ଗୋଟିଏ ମାସ ମଧ୍ୟରେ ଉତ୍ତର ପ୍ରଦେଶରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ମଧ୍ୟ ସେହି ଚଳନ୍ତା ବସରେ ଏହିପରି ଗଣବଳତ୍କାର କରାଯାଇ ଥିଲା। ଉଭୟ ଘଟଣାରେ ସେହି ବସ ଡ୍ରାଇଭର ଏବଂ କଣ୍ଡକ୍ଟର ସାମିଲ ଅଛନ୍ତି।

ମିରଟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଇସ୍ରାଏଲ ଦେବ ନିଯୁକ୍ତି?: ମୋଦି ଏବଂ ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026
Latest News

ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଇସ୍ରାଏଲ ଦେବ ନିଯୁକ୍ତି?: ମୋଦି ଏବଂ ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

February 28, 2026

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.