ପୁଣି ଚଳନ୍ତା ବସରେ ଗଣବଳତ୍କାର, ନିଶାଦେଇ ମହିଳାଙ୍କୁ ରାତିସାରା ବଳତ୍କାର କଲେ ଡ୍ରାଇଭର କଣ୍ଡକ୍ଟର

Published: Sep 27, 2020, 11:57 am IST

ମିରଟ, ପୁଣିଥରେ ଉତ୍ତର ପ୍ରଦେଶରେ ସେହି ଲୋମହର୍ଷଣକାରୀ ଗଣବଳତ୍କାର ଅଭିଯୋଗ ଆସିଛି। ଚଳନ୍ତା ବସରେ ଜଣେ ମହିଳାଙ୍କୁ ସାରା ରାତି ଗଣବଳତ୍କାର କରିଛନ୍ତି ବସର ଡ୍ରାଇଭର ଏବଂ କଣ୍ଡକ୍ଟର। ସକାଳେ ମହିଳାଙ୍କୁ ଚଳନ୍ତା ବସରୁ ଠେଲି ଦେଇ ବସ ନେଇ ପଳାଇଛନ୍ତି। ମହିଳା ଜଣଙ୍କ ମିରଟର ଦିଲ୍ଲୀ ରୋଡରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ମହିଳାଙ୍କର ଚେତା ଆସିବା ପରେ ପୋଲିସକୁ ଏହି ଦୁଃଖଦ ଘଟଣା ସଂପର୍କରେ ସମସ୍ତ କଥା କହିଛନ୍ତି। ମହିଳାଙ୍କ ଅନୁସାରେ ଶୁକ୍ରବାର ରାତିରେ ସେ ମିରଟର ବୈଶାଳୀ ବସଷ୍ଟାଣ୍ଡରୁ ବସରେ ଉଠିଥିଲେ। କିଛି ସମୟ ପରେ ତାଙ୍କୁ ଏକ ଥଣ୍ଡା ପାନୀୟ ବସ ଭିତରେ ଦିଆଯାଇଥିଲା। ଏହାପରେ ସେ ବେହୋସ ହୋଇପଡିଥିଲେ। ରାତିସାରା ସେହି ଚଳନ୍ତା ବସରେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଗଣବଳତ୍କାର କରିଛନ୍ତି ବୋଲି ମହିଳା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି।

ପୋଲିସ ଅନୁସାରେ ସେହି ମହିଳା ଜଣଙ୍କ ହେଉଛନ୍ତି ମିରଟର ସରଧ୍ୟାନା ସହର ବାସିନ୍ଦା। ଏ ନେଇ ପୋଲିସ ଏକ ମାମଲା ଦାୟର କରିବା ସହିତ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଏହି ଘଟଣା ସଂପର୍କରେ ଏସଏସପି ଅଜୟ ସାନି କହିଛନ୍ତି ଯେ ତଦନ୍ତ ଚାଲିଛି, ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଉଛି। ଖୁବ ଶିଘ୍ର ଅପରାଧୀଙ୍କୁ ଧରାଯିବ।

ଗୋଟିଏ ମାସ ମଧ୍ୟରେ ଉତ୍ତର ପ୍ରଦେଶରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ମଧ୍ୟ ସେହି ଚଳନ୍ତା ବସରେ ଏହିପରି ଗଣବଳତ୍କାର କରାଯାଇ ଥିଲା। ଉଭୟ ଘଟଣାରେ ସେହି ବସ ଡ୍ରାଇଭର ଏବଂ କଣ୍ଡକ୍ଟର ସାମିଲ ଅଛନ୍ତି।

Related posts