Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଓଡିଶାରେ ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା, ଜାଣନ୍ତୁ ସେହି ଲୋମଟାଙ୍କୁରା ଘଟଣା
ଜାତୀୟ ଖବର

ଆଜି ଓଡିଶାରେ ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା, ଜାଣନ୍ତୁ ସେହି ଲୋମଟାଙ୍କୁରା ଘଟଣା

September 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଓଡିଶାରେ ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା, ଜାଣନ୍ତୁ ସେହି ଲୋମଟାଙ୍କୁରା ଘଟଣା

ଭଦ୍ରକ, ଆଜି ସେପ୍ଟେମ୍ବର ୨୮ ତାରିଖ ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାର ଏକ ସ୍ମରଣୀୟ ଦିନ ହୋଇ ରହିଛି। କାରଣ ହେଲା ଠିକ୍ ୧୯୪୨ ମସିହା ଆଜିର ଦିନରେ ଇଂରେଜ ସରକାର ଓଡିଶାର ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରିଥିଲେ। ଆଉ ସେହି ସ୍ଥାନଟି ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଇରମ୍ ଅଞ୍ଚଳ। ସେତେବେଳେ ଏହି ସ୍ବାଧୀନତା ସଂଗ୍ରାମୀଙ୍କୁ ଯେପରି ହତ୍ୟା କରାଗଲା ତାହା ଜାଣିଲେ ଲୋମ ଟାଙ୍କୁରି ଉଠେ।

ଘଟଣାଟି ହେଲା ସେତେବେଳେ ଇରମ ସ୍ଥାନଟି ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଗୁପ୍ତଭାବେ ବୈଠକ କରିବା ପାଇଁ ପ୍ରକୃଷ୍ଠ ଥିଲା। କାରଣ ହେଲା ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରାକୃିତକ ଭାବେ ପାହଡ ସମୁଦ୍ର ଏବଂ ନଦୀ ଦ୍ବାରା ଆବଦ୍ଧ ଥିଲା। ଫଳରେ ଇଂରେଜମାନେ କିଛି ଜାଣିବା କଷ୍ଟକର ଥିଲା।

ଏହି ସ୍ଥାନର ମଝିରେ ଗୋଟିଏ ଖୋଲା ପଡିଆ ଥିଲା। ସେହି ପଡିଆ ଚାରିପଟୁ ଆବଦ୍ଧ ଥିବା ବେଳେ ଗୋଟିଏ ପଟେ ଯିବା ଆସିବା ପାଇଁ ରାସ୍ତାଟିଏ ଥିଲା। ଏହା ଗୁପ୍ତଭାବେ ଇଂରେଜ ସରକାରଙ୍କ ବିରୋଧରେ ସଭା କରିବା ସ୍ବାଧୀନତା ସଂଗ୍ରାମଙ୍କ ପାଇଁ ବେଶ୍ ଭଲ ସ୍ଥାନ ଥିଲା। ୧୯୨୦ରୁ ଆରମ୍ଭ କରି ଏହି ପଡିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ବୈଠକ କରି ଆସୁଥିଲେ। “ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡିଆରେ ଅନେକ ଜାତୀୟତାବାଦୀ ସଭା ସମିତି ମଧ୍ୟ ଆୟୋଜିତ ହୋଇଥିଲା।

ଏହି ଗୁପ୍ତ ସ୍ଥାନରେ ବିଭିନ୍ନ ସମୟରେ ବୈଠକ ହେଉଛି ବୋଲି ଇଂରେଜ ଶାସକ ଜାଣିପାରିଲେ। ଫଳରେ ଏହାର ଜବାବ ଦେବା ପାଇଁ ସେମାନେ ଏକ ସଭାକୁ ଅପେକ୍ଷା କରି ରହିଥିଲେ। ଦୁଃର୍ଭାଗ୍ୟ ବସତଃ  ସେଠାରେ ୨୮ ସେପ୍ଟେମ୍ୱର ୧୯୪୨ ରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଥିଲା।ଏହି ବିରାଟ ଜନସଭାର ଖବର ପାଇ ସେତେବେଳର ବାସୁଦେବପୁର ପୋଲିସ ଭୟଭିତ ହୋଇ ଯାଇଥିଲା। ସେମାନଙ୍କୁ ଜବାବ ଦେବା ପାଇଁ ଡିଏସପି କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଫୌଜଦଳ ଇରମ ଅଭିମୁଖେ ମା଼ଡି ଆସିଥିଲେ ।

ସେତେବେଳେ ସନ୍ଧ୍ୟା ପ୍ରାୟ ୬.୩୦ ହୋଇଥିଲା। ଶାନ୍ତିପୁର୍ଣ୍ଣ ଜନସଭା ଉପରେ ହଠାତ୍ ଫୌଜଙ୍କ ଗୁଳିଗୋଳା ଗର୍ଜି ଉଠିଲା। ଯେହେତୁ ତିନିଦିଗରୁ ପଡିଆଟି ଆବଦ୍ଧ ଥିଲା, କେହି ବାହାରକୁ ବାହାରି ପାରିଲେ ନାହିଁ । ଦେଖୁ ଦେଖୁ କେଇ ମିନିଟି ମଧ୍ୟରେ ୨୯ ଜଣ  ଟଳିପଡିଲେ ଏବଂ ୫୬ ଜଣ ଆହତ ହେଲେ। ଏହି  ମୃତକଙ୍କ ମଧ୍ୟରେ ଥିଲେ ଏକ ମାତ୍ର ମହିଳା ଶହୀଦ୍ ଯାହାଙ୍କ ନାମ ଥିଲା ପରି ବେୱା। ଏତେ ସଂଖ୍ୟକ ଶହୀଦଙ୍କ ମୃତ୍ୟୁ ଯୋଗୁଁ ଏହା ୨ୟ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭାବେ ପରିଚିତ ହୋଇ ରହିଆସିଛି। ସେଥିପାଇଁ ଭଦ୍ରକର ଏହି ଇରମ କ୍ଷେତ୍ର ରକ୍ତତୀର୍ଥ ଭାବେ ପରିଚିତ ହୋଇଆସିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.