Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିଲା ଅନଲକ 5.0, ଖୋଲିବ ସିନେମା ହଲ, ସ୍କୁଲ ଖୋଲିବା ନିଷ୍ପତି ରାଜ୍ୟର, ଜାଣନ୍ତୁ ଆହୁରି ଅନେକ କିଛି
ଜାତୀୟ ଖବର

ଆସିଲା ଅନଲକ 5.0, ଖୋଲିବ ସିନେମା ହଲ, ସ୍କୁଲ ଖୋଲିବା ନିଷ୍ପତି ରାଜ୍ୟର, ଜାଣନ୍ତୁ ଆହୁରି ଅନେକ କିଛି

September 30, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଅକ୍ଟୋବର ୧, ୨୦୨୦ ଠାରୁ ଲାଗୁ ହେବ। ଏହା ଦେଶରେ ବିଭିନ୍ନ କାର୍ଯ୍ୟକଳାପକୁ ପୁନଃଖୋଲିବା ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିକଟରୁ ମିଳିଥିବା ମତାମତ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହିତ ବ୍ୟାପକ ବିଚାର ଆଲୋଚନା କରିବା ପରେ ଏହି ନୂଆ ଦିଶାନିର୍ଦ୍ଦେଶ ଆଜି ଜାରି କରାଯାଇଛି।

ନୂଆ ଗାଇଡଲାଇନର ପ୍ରମୁଖ ବୈଶିଷ୍ଟ୍ୟ

କଣ୍ଟେନମେଣ୍ଟ ଜୋନ ବାହାରେ ଅକ୍ଟୋବର ୧୫, ୨୦୨୦ ପରଠାରୁ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି

1-ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସଗୁଡ଼ିକୁ ୫୦% ଦର୍ଶକ ବସିବା କ୍ଷମତା ସହିତ ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ପରିଚାଳନା ମାନକ (ଏସଓପି) ଜାରି କରାଯିବ।

2-ବ୍ୟବସାୟିକ (ବିଟୁବି) ପ୍ରଦର୍ଶନୀ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ବାଣିଜ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ।

3-କ୍ରୀଡ଼ାବିତମାନଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ସୁଇମିଂ ପୁଲଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ ଏବଂ ଏଥିପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।

4-ଆମୋଦପ୍ରମୋଦ ଉଦ୍ୟାନ ଏବଂ ଏହିପରି ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।

ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ

1-ଅକ୍ଟୋବର ୧୫, ୨୦୨୦ ପରେ ସ୍କୁଲ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି।

2-ପରିସ୍ଥିତିକୁ ଆକଳନ କରି ଏବଂ ନିମ୍ନୋକ୍ତ ସର୍ତ୍ତାବଳୀ ଆଧାରରେ ସମ୍ପୃକ୍ତ ବିଦ୍ୟାଳୟ/ଶିକ୍ଷାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯିବ

3-ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଓ ଉତ୍ସାହିତ କରାଯିବ।

4-ଯେଉଁଠି ସ୍କୁଲଗୁଡ଼ିକ ଅନଲାଇନ କ୍ଲାସ ଆୟୋଜନ କରୁଛନ୍ତି ଏବଂ କିଛି ପିଲା ବ୍ୟକ୍ତିଗତ ଭାବେ ସ୍କୁଲକୁ ଆସିବା ବଦଳରେ ଅନଲାଇନ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସେଥିନିମନ୍ତେ ଅନୁମତି ଦିଆଯିବ ।

5-ଅଭିଭାବକମାନଙ୍କ ଠାରୁ ଲିଖିତ ଅନୁମତି ଆଣିବା ପରେ ଯାଇ ଛାତ୍ରଛାତ୍ରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଆସିପାରିବେ।

6-ବାଧ୍ୟତାମୂଳକ ଭାବେ ଆଟେଣ୍ଡାନ୍ସ (ଶ୍ରେଣୀରେ ଉପସ୍ଥିତି) ଲାଗୁ କରାଯିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଅଭିଭାବକମାନଙ୍କ ଅନୁମତି ଉପରେ ନିର୍ଭର କରିବ।

7-ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପି ଉପରେ ଆଧାରିତ ସେମାନଙ୍କର ନିଜସ୍ୱ ଏସଓପି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପ୍ରସ୍ତୁତ କରିବେ, ଏଥିରେ ସ୍ଥାନୀୟ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବ।

8-ଯେଉଁ ବିଦ୍ୟାଳୟଗୁଡ଼ିକ ଖୋଲିବେ ସେମାନେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଜାରି ହେଉଥିବା ଏସଓପି ମାନିବା ଲାଗି ବାଧ୍ୟ।

9-କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପରିସ୍ଥିତିକୁ ଆକଳନ କରିବା ପରେ ଗୃହ ମନ୍ତ୍ରଣାଳୟ ସହିତ ଆବଶ୍ୟକ ବିଚାରବିମର୍ଶ କରି କଲେଜ/ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିପାରିବ। ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଏବଂ ଉତ୍ସାହିତ କରାଯିବ।

10-ତେବେ ବିଜ୍ଞାନାଗାର/ପରୀକ୍ଷାମୂଳକ କାର‌୍ୟ୍ୟକଳାପ ଆବଶ୍ୟକ କରୁଥିବାରୁ ୧୫ ଅକ୍ଟୋବର, ୨୦୨୦ ଠାରୁ ଗବେଷଣା ଛାତ୍ରଛାତ୍ରୀ (ପିଏଚଡି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ନିମ୍ନମତେ ଅନୁମତି ଦିଆଯିବ :

11-କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଯଦି ଗବେଷଣା ଛାତ୍ରଛାତ୍ରୀ (ପିଏଚଡି) ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ନାତୋକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନାଗାର/ପରୀକ୍ଷାମୂଳକ କାର‌୍ୟ୍ୟର ଆବଶ୍ୟକତା ରହିଥିବା ଅନୁଭବ କରନ୍ତି ତା’ହେଲେ ସେ ସେମାନଙ୍କୁ ଆସିବା ଲାଗି ଅନୁମତି ଦେଇପାରିବେ।

12-ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଆଦିଗୁଡ଼ିକ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ବିଜ୍ଞାନାଗାର/ପରୀକ୍ଷାମୂଳକ କାର‌୍ୟ୍ୟର ଆବଶ୍ୟକ କରୁଥିବା ପିଏଚଡି ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ଗ୍ରହଣ କରିପାରିବେ।

ନିୟମିତ ସମାବେଶ

କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ / ଶିକ୍ଷାଗତ / କ୍ରୀଡ଼ା / ମନୋରଞ୍ଜନ / ସାଂସ୍କୃତିକ / ଧାର୍ମିକ / ରାଜନୈତିକ କାର‌୍ୟ୍ୟକ୍ରମ ଏବଂ ଅନ୍ୟାନ୍ୟ ସମାବେଶ ପାଇଁ ୧୦୦ ଜଣ ମଧ୍ୟରେ ଲୋକଙ୍କ ସମାବେଶକୁ ପୂର୍ବରୁ ଅନୁମତି ଦିଆଯାଇସାରିଛି। ଏଣିକି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏପରି ସମାବେଶରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ନିମନ୍ତେ ଅନୁମତି ଦେଇପାରିବେ।

୧୫ ଅକ୍ଟୋବର, ୨୦୨୦ ପରେ କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତ ସର୍ତ୍ତାବଳୀ ସହିତ ଏପରି ସମାବେଶକୁ ଅନୁମତି ଦିଆଯାଇପାରିବ

1-ଆବଦ୍ଧ ସ୍ଥାନଗୁଡ଼ିକରେ ସଭାଗୃହର ସମ୍ପୂର୍ଣ୍ଣ କ୍ଷମତାର ୫୦ ପ୍ରତିଶତ ଏବଂ ୨୦୦ରୁ କମ ଲୋକଙ୍କର ସମାବେଶକୁ ଅନୁମତି ମିଳିବ। ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ ବ୍ୟବସ୍ଥା ଏବଂ ହାତ ସଫା କିମ୍ବା ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି।

2-ଖୋଲା ସ୍ଥାନଗୁଡ଼ିକରେ ପଡ଼ିଆ/ଖାଲିସ୍ଥାନକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ବାଧ୍ୟତାମୂଳକ ଭାବେ ଫେସ ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ ଓ ହାତ ସଫା କିମ୍ବା ସାନିଟାଇଜର ବ୍ୟବସ୍ଥା ସହିତ ଅନୁମତି ଦିଆଯିବ।

3-ଏପରି ସମାବେଶ କାରଣରୁ ଯେପରି କୋଭିଡ-୧୯ ବ୍ୟାପିବ ନାହିଁ, ତାହା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ବିସ୍ତୃତ ଏସଓପି ଜାରି କରିବେ ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ।

କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର‌୍ୟ୍ୟକଳାପକୁ ଅନୁମତି ମିଳିବ :

1-ଗୃହ ମନ୍ତ୍ରଣାଳୟର ଅନୁମତି ବିନା ଅନ୍ତର୍ଜାତୀୟ ବିମାନ ଯାତ୍ରା।

2-କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ୩୧ ଅକ୍ଟୋବର ୨୦୨୦ ପର‌୍ୟ୍ୟନ୍ତ କଡ଼ାକଡ଼ି ଭାବେ ଲକଡାଉନ ଜାରି କରାଯିବ।

3-ସଂକ୍ରମଣ ଶୃଙ୍ଖଳକୁ ପ୍ରଭାବୀ ଢଙ୍ଗରେ ଭାଙ୍ଗିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନକୁ ବିବେଚନା କରି କ୍ଷେତ୍ରୀୟ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନଗୁଡ଼ିକୁ ଚିହ୍ନିତ କରାଯିବ । ଏହିସବୁ କଣ୍ଟେନମେଣ୍ଟ ଜୋନରେ କଠୋର ଭାବେ କଟକଣା ଲାଗୁ କରାଯିବ ଏବଂ କେବଳ ଅତ୍ୟାବଶ୍ୟକ କାର‌୍ୟ୍ୟକଳାପଗୁଡ଼ିକୁ ଅନୁମତି ମିଳିବ।

4-କଣ୍ଟେନମେଣ୍ଟ ଜୋନ ମଧ୍ୟରେ କଡ଼ାକଡ଼ି ଭାବେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ରହିବ ଏବଂ କେବଳ ଅତ୍ୟାବଶ୍ୟକ କାର‌୍ୟ୍ୟକଳାପ ନିମନ୍ତେ ଅନୁମତି ମିଳିବ।

5-ଏସବୁ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳ ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷ ସେମାନଙ୍କର ୱେବସାଇଟରେ ବିଜ୍ଞପ୍ତି ଜରିଆରେ ସୂଚୀତ କରିବେ ଏବଂ ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦେବେ।

6-ରାଜ୍ୟଗୁଡ଼ିକ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ଲାଗୁ କରିପାରିବେ ନାହିଁ

7-କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ନକରି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶ ସରକାର କଣ୍ଟେନମେଣ୍ଟ ଜୋନ ବାହାରେ କୌଣସି ସ୍ଥାନୀୟ ଲକଡାଉନ (ରାଜ୍ୟ / ଜିଲ୍ଲା / ସବଡିଭିଜନ / ସହର / ଗ୍ରାମୀଣ ସ୍ତରରେ), ଲାଗୁ କରିପାରିବେ ନାହିଁ।

ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଯାତାୟାତକୁ ଅନୁମତି

ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ। ଏପରି ଯାତାୟାତ ନିମନ୍ତେ କୌଣସି ଭିନ୍ନ ଅନୁମତି/ଅନୁମୋଦନ/ଇ-ପରମିଟ ଆବଶ୍ୟକ ପଡ଼ିବ ନାହିଁ।

କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶନାମା

କୋଭିଡ-୧୯ ପରିଚାଳନା ଲାଗି ସାମାଜିକ ଦୂରତା ସୁନିଶ୍ଚିତ କରିବା ସକାଶେ ସାରା ଦେଶରେ ଜାତୀୟ ନିର୍ଦ୍ଦେଶନାମାର କାର‌୍ୟ୍ୟକାରିତା ଜାରି ରହିବ। ଦୋକାନଗୁଡ଼ିକରେ ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ସାମାଜିକ ଦୂରତା ବଜାୟ ରହିବ। ଜାତୀୟ ନିର୍ଦ୍ଦେଶନାମା ପ୍ରଭାବୀ ଢଙ୍ଗରେ ପାଳନ ହେଉଛି କି ନାହିଁ ତାହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁଧ୍ୟାନ କରାଯିବ।

ଦୁର୍ବଳ ବ୍ୟକ୍ତିଙ୍କ ସୁରକ୍ଷା

୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ପୂର୍ବରୁ କୌଣସି ରୋଗରେ ପୀଡ଼ିତ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ଅତ୍ୟନ୍ତ ଆବଶ୍ୟକତା ନଥିଲେ କିମ୍ବା ସ୍ୱାସ୍ଥ୍ୟ ସଂକ୍ରାନ୍ତ କାରଣ ନଥିଲେ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଉଛି।

ଅନ ଲକ 5-0 ସିନେମା ହଲ ଖୋଲିବ ସ୍କୁଲ ଖୋଲିବ
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.