Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ-୨୦୨୦” ସଂପର୍କୀତ ବିଜେଡିର ଆଲୋଚନା ଚକ୍ର
ବିଶେଷ ଖବର

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ-୨୦୨୦” ସଂପର୍କୀତ ବିଜେଡିର ଆଲୋଚନା ଚକ୍ର

October 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ-୨୦୨୦” ସଂପର୍କୀତ ବିଜେଡିର ଆଲୋଚନା ଚକ୍ର

ଭୁବନେଶ୍ବର, ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଆୟୋଜିତ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଉତ୍କୃଷ୍ଟତା ନିମନ୍ତେ ରାଜ୍ୟସରକାରଙ୍କ ଦ୍ୱାରା ଆଗତ ଏହି  ଅଧ୍ୟାଦେଶ ସଂପକୀୟ ୱେବିନାରରେ ପାଖାପାଖି ୧,୫୦,୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଭିଭାବକ ଏବଂ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପ୍ରତିଷ୍ଠିତ  ଶିକ୍ଷାବିତ୍‌ମାନେ ଯୋଗଦେଇ ନିଜର ମତ ପ୍ରଦାନ କରିବା ସହ ଏହି ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଭୂୟସୀ ପ୍ରଶଂସା କରିଥିଲେ ।

ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଆସୋସିଏଟ୍ ପ୍ରଫେସର ଡଃ ସଂଜୀବ ପଣ୍ଡା ୱେବିନାରରେ ଅଂଶଗ୍ରହଣ କରିବା ଅବସରରେ କହିଥିଲେ କି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟଦେଶ ୨୦୨୦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଅଧ୍ୟାଦେଶ ଦ୍ୱାରା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ନିୟମାବଳୀରେ ପରିଚାଳିତ ହୋଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସୁସ୍ଥ ଶିକ୍ଷାର ବାତାବରଣ ସୃଷ୍ଟି କରିବ।

ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ କହିଥିଲେ କି ଓଡିଶା ସରକାରଙ୍କ ଦ୍ୱାରା ଆଗତ ଏହି ଅଧ୍ୟାଦେଶ ଶିକ୍ଷା ପ୍ରଣାଳୀରେ ନୂତନ ସଂସ୍କାର ଆଣିବ ଏବଂ ଶିକ୍ଷକ ଏବଂ ଅଣ ଶିକ୍ଷକ ପଦବୀ ଚୟନ ଦାୟିତ୍ୱ ଓଡିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ପ୍ରବରଣ ମଣ୍ଡଳୀଭଳି ସ୍ୱତନ୍ତ୍ର ସଂସ୍ଥାକୁ ପ୍ରଦାନ କରିବା ଦ୍ୱାରା ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ସହ ପକ୍ଷପାତିତାର ଅନ୍ତ ଘଟିବ।

ଅନ୍ୟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ପ୍ରଫେସର ଜୟନ୍ତ ମହାପାତ୍ର ପୂର୍ବତନ କୂଳପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଡଃ ଅନୁପମା ପାଣ୍ଡେ, ପ୍ରଫେସର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଡଃ ସଂଜୀବ ପଣ୍ଡା, ପ୍ରଫେସର ଦୀପ୍ତି ରଂଜନ ସାହୁ, ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ, ପ୍ରଫେସର କମଳା ପ୍ରସାଦ ମହାପାତ୍ର ପୂର୍ବତନ ରିଡର ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଏବଂ ଡଃ ବିକାଶ କୁମାର ନାୟକ ପ୍ରମୁଖ ଯୋଗଦେଇ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ସଂସ୍କାର ଆଣିବ ବୋଲି ମତ ପ୍ରକାଶ କରିଥିଲେ ।

ଏହି ୱେବିନାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଯୋଗଦେବା ଅବସରରେ କହିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ଏହି ନୂତନ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ ଓଡିଶାର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ । ଏହି ଅଧ୍ୟାଦେଶ କୌଣସି ମତେ ୟୁ.ଜି.ସି.ର ନିୟମାବଳୀକୁ ଉଲ୍ଲଂଘନ କରୁନାହିଁ ଏବଂ ବିଶ୍ୱବିଦ୍ୟାଳୟ ପରିଚାଳନା ନିମନ୍ତେ ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ଆଇନ୍ ନଥିବା ଉଲ୍ଲେଖ କରିଥିଲେ । ଭାରତ ବର୍ଷର ଅନ୍ୟ ରାଜ୍ୟ ପରି ବିଶ୍ୱ ବିଦ୍ୟାଳୟର ପରିଚାଳନା ସମ୍ବନ୍ଧୀୟ ସ୍ୱତନ୍ତ୍ରତା ଏବଂ ସ୍ୱାଧୀନତାକୁ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ” କ୍ଷୁର୍ଣ୍ଣ କରୁନାହିଁ ବରଂ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ଓ ସ୍ୱାଧୀନତାକୁ ଅତୁଟ ରଖିବାରେ ସମର୍ଥ ଏହି ଅଧ୍ୟାଦେଶ ।

ଏହି ଅବସରରେ ମନ୍ତ୍ରୀ ବିହାର, ଝାଡଖଣ୍ଡ, ପଂଜାବ, ଗୁଜୁରାଟ, କେରଳ ଭଳି ରାଜ୍ୟମାନଙ୍କର ସଂପର୍କରେ ମତ ପ୍ରକାଶ କରିଥିଲେ । ଏହି ୱେବିନାରରେ ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ଯୋଗଦେଇ କହିଥିଲେ କି “ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ଚିନ୍ତାଧାରା ଏବଂ ସ୍ୱଚ୍ଛ ନେତୃତ୍ୱ ମାଧ୍ୟରେ ପ୍ରସ୍ତୁତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ” ବଳରେ ଓଡିଶା ବିଶ୍ୱର ଶିକ୍ଷା ସଂସ୍କାର ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ । ଆଗାମୀ ଦିନରେ ଶିକ୍ଷାର ଗୁଣାତ୍ମକ ମାନଦଣ୍ଡ ବୃଦ୍ଧି କରିବାରେ ଏହି ଅଧ୍ୟାଦେଶ ନିଣ୍ଣାୟକ ଭୂମିକା ଗ୍ରହଣ କରିବାରେ ସହାୟକ ହେବ ।

ଏହି ୱେବିନାରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବବ୍ୟପାର) ତଥା ବିଧାୟକ ପ୍ରଣବ ବଳବନ୍ତ ରାୟ, ସଭାପରିଚାଳନା କରିଥିଲେ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି  ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ତଥା ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଂଜନ ତ୍ରୀପାଠୀ ଉପସ୍ଥିତ ରହି ୱେବିନାରକୁ ସଫଳ ମଣ୍ଡିତ କରିଥିବା ସମସ୍ତ ଶିକ୍ଷାବିତ୍‌, ଅଭିଭାବନ, ଛାତ୍ରଛାତ୍ରୀ ଓ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜୁ ଯୁବ ଛାତ୍ର ଜନତା ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.