Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡେଣା ମେଲାଇଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜାତୀୟ ଚ୍ୟାନେଲରୁ ଆରମ୍ଭ ହେଲା ଇନିଂସ୍
ବିଶେଷ ଖବର

ଡେଣା ମେଲାଇଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜାତୀୟ ଚ୍ୟାନେଲରୁ ଆରମ୍ଭ ହେଲା ଇନିଂସ୍

October 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମକ୍ଷା ବ୍ୟୁରୋ

ଭୁବନେଶ୍ବର, ବର୍ତ୍ତମାନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଅପରାଜିତ ରାଷ୍ଟୀୟ ପ୍ରବକ୍ତା ଭାବେ ନିଯୁକ୍ତ ପାଇବା ପରେ ଜାତୀୟ ଗଣମାଧ୍ୟମ ଡିବେଟରେ ଅଂଶଗ୍ରହଣ କରୁଛନ୍ତି। ସେ ପ୍ରଥମ ଥର ପାଇଁ ଏକାଥରେ ତିନୋଟି ନାମକରା ଗଣମାଧ୍ୟମ ‘ଜୀ ନ୍ୟୁଜ’, ‘ଆଜତକ୍’ ଏବଂ ‘ଟାଇମସ ନାଓ’ ରେ ଅଂଶ ଗ୍ରହଣ କରିଥିଲେ। ଏସବୁ ଚ୍ୟାନେଲର ବିଷୟ ଥିଲା ଉତ୍ତର ପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲା। ଅପରାଜିତା ଏଥିରେ ଭାଗ ନେଇ ନିଜ ଦଳ ସପକ୍ଷରେ ଉଚିତ ଜବାବ ଦେବାରେ ସମକ୍ଷମ ହୋଇପାରିଛନ୍ତି।

ତେବେ ପ୍ରଥମ ଥର ପାଇଁ ଡିବେଟରେ ଅଂଶ ଗ୍ରହଣ କରୁଥିବାରୁ ଅନ୍ୟ ଦଳର ପ୍ରବକ୍ତାମାନଙ୍କ ପାଇଁ ସେ ନୂଆ ଥିଲେ। ଫଳରେ ଅପରାଜିତାଙ୍କୁ ‘ଆଜତକ’ ଚ୍ୟାନେଲରେ କଂଗ୍ରେସ ପ୍ରବକ୍ତା ପବନ ଖେରା ଅଡୁଆରେ ପକାଇ ଦେଇଥିଲେ। ପବନ ସିଧା ପ୍ରସାରଣରେ କହିଥିଲେ ଯେ ବିଜେପିର ମହିଳା ଜଣଙ୍କ କିଏ ସେ, ତାଙ୍କ ନାମ କଣ ସେ ଜାଣନ୍ତି ନାହିଁ, ସେ କେଉଁ ରାଜ୍ୟରୁ ଆସିଛନ୍ତି ତାହା ମଧ୍ୟ ଜାଣି ନାହିଁ। ଏପରି କଥା ଅପରାଜିତାଙ୍କୁ ଅଡୁଆରେ ପକାଇ ଦେଇଥିଲେ ମଧ୍ୟ ସେ ତାହାର ଉଚିତ ଜବାବ ଦେଇଥିଲେ। ତାଙ୍କର ଉତ୍ତର ଥିଲା ଆପଣଙ୍କର କିଛି ଜାଣିବାର ଆବଶ୍ୟକତା ନାହିଁ।

ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ ଅପରାଜିତା ଧିରେ ଧିରେ ଜାତୀୟ ଗଣମାଧ୍ୟମ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିବେ। କାରଣ ଅପରାଜିତାଙ୍କ ଯେଉଁ ଦକ୍ଷତା ସହ ପ୍ରଶାସନିକ ଅଭିଜ୍ଞତା ରହିଛି ତାହା ନିଶ୍ଚିତ ତାଙ୍କୁ ଉପରକୁ ନେବାରେ ସକ୍ଷମ ହେବ। ହେଲେ ଏହାକୁ ନେଇ ବିଜେପିର ଗୋଟିଏ ଶକ୍ତିଶାଳି ଗୋଷ୍ଠୀ କୁଆଡେ ଭାରି ଉତକ୍ଷିପ୍ତ। କାରଣ ସେମାନେ ଚାହୁଁ ନାହାଁନ୍ତି ଯେ ଅପରାଜିତା ଏପରି ଲୋକପ୍ରିୟତା ହାସଲ କରନ୍ତୁ।ଯେଉଁଦିନ ଅପରାଜିତାଙ୍କୁ ଭୁବନେଶ୍ବର ସାଂସଦ ଭାବେ ଟିକେଟ ମିଳିଲା, ସେହି ଦିନଠାରୁ ଦଳ ଭିତରେ ତାଙ୍କୁ ପରୋକ୍ଷରେ ବିରୋଧ କରିବା ଆରମ୍ଭ ହୋଇ ଯାଇଥିଲା। ଅନେକ ତାଙ୍କର ପକ୍ଷ ଛେଦନ ପାଇଁ ଚେଷ୍ଠା କରୁଥିଲେ ମଧ୍ୟ ଦିଲ୍ଲୀ ଲବି ବଳରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛନ୍ତି। ଟିକେଟ ନ ପାଇବାଠାରୁ ଆରମ୍ଭ କରି ନିର୍ବାଚନରେ ହାରିବା ପର୍ଯ୍ୟନ୍ତ ଅନେକ ବିରୋଧି କାର୍ଯ୍ୟ ଦଳ ଭିତରେ ହୋଇଛି।

ସେହିପରି ଦଳ ଭିତରେ କିପରି ସେ ଗୁରୁତ୍ବହୀନ ହେବେ ସେ ନେଇ ମଧ୍ୟ କେତେକ ରିତିମତ ଲାଗି ପଡିଛନ୍ତି। ଏପରିକି ଜେ ପି ନଡ୍ଡାଙ୍କ ନୂଆ ଟିମରେ ଅପରାଜିତ କିପରି ଗୁରୁତ୍ବପୂର୍ଣ୍ଣ ସ୍ଥାନ ନ ପାଆନ୍ତୁ ତାହା ମଧ୍ୟ ଅପଚେଷ୍ଠା କରାଯାଇଥିଲା। ହେଲେ ସେସବୁକୁ ପଛରେ ପକାଇ ସେ ଦଳ ଭିତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛନ୍ତି।

ବିଜେପିର କେତେକ ନେତାଙ୍କ ଭିତିରିଆ କଥା ଯଦି ସତ ବୋଲି ଗ୍ରହଣ କରାଯାଏ ତେବେ ତାହା ବଡ ବିସ୍ପୋରକ ହେବ ହେବ ବୋଲି ଆଶଙ୍କା କରାଯିବ। ତାହା ହେଲା ଅପରାଜିତାଙ୍କୁ କୁଆଡେ ରାଜ୍ୟ ବିଜେପିରେ କଣ ସବୁ ଘଟୁଛି ତାହା ଦିଲ୍ଲୀ ଦରବାରରେ ରିର୍ପୋଟ କରିବା ପାଇଁ କୁହାଯାଇଛି। ଏହି କଥା ପଦାକୁ ଆସିବା ପରେ ବିଜେପିର କେତେକ ନେତାଙ୍କ ଭିତରେ ଛାନିଆ ମଧ୍ୟ ପଶିଯାଇଛି। ସେତେକି ନୁହେଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମଧ୍ୟ ଓଡିଶାରୁ ଅପରାଜିତା କିମ୍ବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଏହି ନେତାମାନେ ଆଶଙ୍କା କରିଛନ୍ତି। ଫଳରେ ସେମାନେ ବର୍ତ୍ତମାନ ଅପରାଜିତାଙ୍କୁ ବିରୋଧ ନ କରି ତାଙ୍କ ଶିବିରକୁ ଡେଇଁବାରେ ଲାଗିଛନ୍ତି।

ଯାହା ହେଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ବିଜେପିର ଅପରାଜିତା ଆଉ ଅପରିଚିତା ହୋଇ ନାହାଁନ୍ତି। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ଦଳ ଭିତରେ ନିଜର ସ୍ଥିତିକୁ ମଜବୁତ କରିପାରିବେ ଏଥିରେ ସନ୍ଦେହ ନାହିଁ। ଫଳରେ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକ ବଡ ଫ୍ୟାକ୍ଟର ଭାବେ ଉଭା ହେବେ ତାହା ନିଶ୍ଚିତ।

ରାଜ୍ୟ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.