ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟା ୩ କୋଟି ୫୦ ଲକ୍ଷ ଏବଂ ମୃତ୍ୟୁ ୧୦ ଲକ୍ଷ ଟପିଲା

Published: Oct 5, 2020, 9:28 am IST

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ଆକ୍ରାନ୍ତ ସଂଖ୍ୟା ମୋଟ ୩୫ ନିୟୁତ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୧,୦୩୬,୦୦୦ ରୁ ଅଧିକ ହୋଇଛି। ସୋମବାର ସୁଦ୍ଧା ମୋଟ ମାମଲା ୩୫,୦୭୫,୪୨୩ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୧,୦୩୬,୦୯୫ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ) ଏହାର ନୂତନ ଅଦ୍ୟତନରେ ପ୍ରକାଶ କରିଛି।

ସିଏସଏସଇ ଅନୁଯାୟୀ ଆମେରିକାରେ ବିଶ୍ବରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ରେକର୍ଡ କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ ଆମେରିକାରେ ଆକ୍ରାନ୍ତ ସଂଖ୍ୟା ୭,୪୨୦,୭୭୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୯,୮୨୧ ରହିଛି। ସେହିପରି ୬,୫୪୯,୩୭୩ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୧୦୧,୭୮୨ ରେ ପହଞ୍ଚିଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୯୧୫,୨୮୯), ଜଙ୍କଗ୍ଦଗ୍ଦସବ ଷ (୧,୨୦୯,୦୩୯), କଲମ୍ବିଆ (୮୫୫,୦୫୨), ପେରୁ (୮୨୧,୫୬୪), ଆର୍ଜେଣ୍ଟିନା (୭୯୮,୪୮୬), ସ୍ପେନ୍ (୭୮୯,୯୩୨), ମେକ୍ସିକୋ (୭୬୧,୬୬୫), ଦକ୍ଷିଣ ଆଫ୍ରିକା  ସିଏସଏସଇ ଆକଳନରୁ ଜଣାପଡିଛି ଯେ ୬୮୧,୨୮୯), ଫ୍ରାନ୍ସ (୬୨୯,୫୦୯), ବ୍ରିଟେନ (୫୦୫,୬୧୯), ଇରାନ (୪୭୧,୭୭୨), ଚିଲି (୪୭୦,୧୭୯), ଇରାକ (୩୭୯,୧୪୧), ବାଂଲାଦେଶ (୩୬୮,୬୯୦), ଏବଂ ସାଉଦି ଆରବ (୩୩୬,୩୮୭)।

ବ୍ରାଜିଲରେ ବର୍ତ୍ତମାନ ୧୪୬,୩୫୨ ରେ ଦ୍ୱିତୀୟ ସର୍ବାଧିକ ସଂଖ୍ୟାରେ ମୃତ୍ୟୁବରଣ ହୋଇଛି।

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୧୦୧,୭୮୨), ବ୍ରିଟେନ (୪୨,୪୪୦), ଇଟାଲୀ (୩୫,୯୮୬), ପେରୁ (୩୨,୬୦୯), ଫ୍ରାନ୍ସ (୩୨,୧୭୧), ସ୍ପେନ୍ (୩୨,୦୮୬), ଇରାନ (୨୬,୯୫୭), କଲମ୍ବିଆ (୨୬,୭୧୨), ଋଷ (୨୧,୨୬୦), ଆର୍ଜେଣ୍ଟିନା (୨୧,୦୧୮), ଦକ୍ଷିଣ ଆଫ୍ରିକା (୧୬,୯୭୬), ଚିଲି (୧୨,୯୭୯), ଇକ୍ୟୁଏଡର୍ (୧୧,୬୪୭), ଇଣ୍ଡୋନେସିଆ (୧୧,୧୫୧) ଏବଂ ବେଲଜିୟମ (୧୦,୦୪୪)

Related posts