Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଏ କହିଲା ନବୀନ ପଟ୍ଟନାୟକ ଅସୁସ୍ଥ, ସେ ପୁରା ଫିଟ, ଶ୍ରୀମନ୍ଦିର ଚାରିପଟେ ଚାଲିଚାଲି କଲେ ପରିକ୍ରମା
ଜାତୀୟ ଖବର

କିଏ କହିଲା ନବୀନ ପଟ୍ଟନାୟକ ଅସୁସ୍ଥ, ସେ ପୁରା ଫିଟ, ଶ୍ରୀମନ୍ଦିର ଚାରିପଟେ ଚାଲିଚାଲି କଲେ ପରିକ୍ରମା

October 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମକୁ ଖବର କରିବା ପାଇଁ ବେଶ୍ ମଜା ଲାଗେ। ହଠାତ ଟିଆରପି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦେହ ଗୁରୁତର ଖବରକୁ ନେଇ ତିଆରି ହୁଏ ବ୍ରେକିଂ ନ୍ୟୁଜ। ମେଦାନ୍ତ ହସପିଟାଲ ଯିବାକୁ ଚାଲିଛି ପ୍ରସ୍ତୁତି। ଏପରି ଏକ ମିଛ ଖବରକୁ ପରବର୍ତ୍ତି ସମୟରେ ଖୋଦ ନବୀନ ଲୋକସେବା ଭବନରେ ସ୍ପଷ୍ଟିକରଣ ଦେବାକୁ ପଡିଛି। ନାହିଁ ମୋ ଦେହ ଠିକ୍ ଅଛି। ପ୍ରକୃତରେ ସମସ୍ତେ ରାଜନୀତି କରିବା କିଛି ଭୁଲ ନୁହେଁ, ହେଲେ କାହା ସ୍ବାସ୍ଥ୍ୟକୁ ନେଇ ରାଜନୀତି କରିବା ଏକ ହୀନ ମାନସିକତା ବୋଲି କୁହାଯିବ।

ତେବେ ଏହି ପ୍ରସଂଗ ଉଠାଇବାର କାରଣ ହେଲା ଯେ, ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ କିଛି ସୂଚନା ପ୍ରଦାନ କରିବା। ତାହାର ଅର୍ଥ ନୁହେଁ ଯେ, ଆମେ ଶ୍ରୀମନ୍ଦିର ଉନ୍ନତି ପ୍ରସଂଗ କହିବୁ। ତାହା ବିଲୁକୁଲ ନହେଁ। ଆମେ ସେହି ଗସ୍ତର ଆଉ ଏକ ଦିଗ ବିଷ୍ୟରେ କହିବୁ। ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ସୂଚାଇ ଦେଲା ଯେ, ସେ ପୁରା ଫିଟ ଅଛନ୍ତି। କାରଣ ହେଲା ଯେଉଁ ମୁଖ୍ୟମନ୍ତ୍ରୀ ଅଳ୍ପ ରାସ୍ତା ପାଇଁ ହେଲିକାପ୍ଟର ବ୍ୟବହାର କରନ୍ତି, ସେହି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚାରିପଟେ ଚାଲିଚାଲି ବୁଲିଲେ। ଅବଶ୍ୟ କେତେକ ପ୍ରଶ୍ନ କରିପାରନ୍ତି ଯେ ଶ୍ରୀମନ୍ଦିର ଚାରିପଟେ ବୁଲିବାରେ ଗୋଟିଏ ବଡ କଥା କଣ। ଅନେକ ବୟସ୍କ ବ୍ୟକ୍ତି ବୁଲୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ବୁଲିବା ଅନ୍ୟମାନେ ବୁଲିବା ମଧ୍ୟରେ ଫରକ ରହିଛି।

କାରଣ ମୁଖ୍ୟମନ୍ତ୍ରୀ ଚାଲିଚାଲି ବୁଲିବା ଅର୍ଥ ହେଉଛି ସୁରକ୍ଷା ଦୃଷ୍ଟିରୁ ଅନେକ କିଛି କରିବାକୁ ପଡିଥାଏ। ସୁରକ୍ଷା ଏବଂ ସ୍ବାସ୍ଥ୍ୟଗତ କାରଣକୁ ଧ୍ୟାନରେ ରଖି ତାଙ୍କୁ ଚାଲିଚାଲି ଯିବା ପାଇଁ ବାରଣ କରାଯାଇ ଥାଏ। ହେଲେ ପୁରୀରେ ଦେଖାଗଲା ଠିକ ଓଲଟା କଥା। ମୁଖ୍ୟମନ୍ତ୍ରୀ ଯେପରି ଭାବେ ଶ୍ରୀମନ୍ଦିର ଚାରିପଟେ ବୁଲିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିକଟରେ ତାଙ୍କର ଜନ୍ମଦିନ ଯାଇଛି। ତାଙ୍କୁ 74 ବର୍ଷ ପୁରି 75 ବର୍ଷ ବୟସରେ ପାଦ ଥାପିଛନ୍ତି। ହେଲେ 25 ବର୍ଷିୟା ଯୁବକ ପରି ସେ ଯେପରି ଭାବଭଙ୍ଗି କଲେ ତାହା ରାଜ୍ୟ ରାଜନୀତିକୁ ହଲଚଳ କରିଦେଇଛି।

ଶନିବାର ଅପରାହ୍ନ 5ଟ ସମୟ ହେବ। ପୁରୀ ଅରୁଣ ସ୍ତମ୍ଭ ନିକଟରେ ଲାଗିଲା ମୁଖ୍ୟମନ୍ତ୍ରୀ ଗାଡି। ପ୍ରଶାସନ ଆଗରୁ ପୁରା ପ୍ରସ୍ତୁତ ହୋଇ ଅପେକ୍ଷା କରି ରହିଥିଲେ। ସେଠାରୁ ସେ ଓହ୍ଲାଇ ପତିତପାବନଙ୍କୁ ଦର୍ଶନ କଲେ। ତାପରେ କାମ ତଦାରଖ କରିବା ପାଇଁ  ଦକ୍ଷିଣ ଦ୍ବାର ଆଡେ ମୁହାଁଇଲେ। ମୁଖ୍ୟମନ୍ତ୍ରୀ ମନ୍ଦିର ପରିକ୍ରମା କରିବା ପାଇଁ ବ୍ୟାଟିର ଗାଡିର ବ୍ୟବସ୍ଥା କରାଯାଇଥିଲା। ହେଲେ କଣ ହେଲା କେଜାଣି ମୁଖ୍ୟମନ୍ତ୍ରୀ ଚାଲିଚାଲି ବୁଲିବା ଆରମ୍ଭ କଲେ। ଦକ୍ଷିଣ ଦ୍ବାର ପାର ହେଲେ, ବ୍ୟାଟେରୀ ଗାଡିରେ ବସିବା ପାଇଁ ତାଙ୍କୁ କୁହାଗଲା। ହେଲେ ନବୀନ ଶୁଣିଲେ ନାହିଁ।  ସେ ଦକ୍ଷିଣ ଦ୍ବାରରୁ ପଶ୍ଚିମ ଦ୍ବାର ଆଡକୁ ଯୁବକ ପରି ମାଡି ଚାଲିଲେ।

ଏହି ଚାଲିବା ଭିତରେ ସେ କେଉଁଠି କଣ କାମ ହୋଇଛି ପଚାରି ପଚାରି ଚାଲିଥାନ୍ତି। ଆଗକୁ ଆଗକୁ ମାଡି ଚାଲିଲେ। ପଶ୍ଚିମ ଦ୍ବାର ନିକଟରେ ମଧ୍ୟ କଣ କାମ ଚାଲିଛି ବୋଲି ପଚାରିବାରେ ଲାଗିଲେ। ଏହାପରେ ସେ ଉତ୍ତରଦ୍ବାର ଆଡକୁ ଆସିଲେ। ଭୟରେ କେହି କିଛି କହିପାରୁ ନ ଥାନ୍ତି। କାରଣ ମୁଖ୍ୟମନ୍ତ୍ରୀ ଚାଲିଚାଲି ଯିବା କେହି କେବେ ଦେଖି ନାହିଁ। ଥରେ ତାଙ୍କୁ ବ୍ୟାଟେରୀ ଗାଡିରେ ବସିବା ପାଇଁ କୁହାଗଲା। ଶୁଣିଲେ ନାହିଁ। ଦ୍ବିତୀୟ ଥର ଅନୁରୋଧ କରିବାକୁ ଆଉ କାହାର ସାହସ ହେଲା ନାହିଁ।

ନବୀନଙ୍କ ସହିତ ସମସ୍ତେ ଆଜ୍ଞାଧିନ ଛାତ୍ର ପରି ଚାଲିବାକୁ ଲାଗିଲେ। ଉତ୍ତରଦ୍ବାରରୁ ନବୀନ ବାହାରକୁ ଆସିଲେ। ଜଣେ ଦେଖଣାହାରୀଙ୍କ କହିବା କଥା ଯେ, ମୁଖ୍ୟମନ୍ତ୍ରୀ ଚାଲିଚାଲି ଆସି ବଡଦାଣ୍ଡରେ ପହଁଚିଲେ ହେଲେ ଥକ୍କା ଲାଗୁ ନ ଥିଲେ। ଆମେ ଭାବିଥିଲୁ ଯେ ଧଇଁସଇଁ ହୋଇଯିବେ। ହେଲେ ସେପରି କିଛି ଲକ୍ଷଣ ନ ଥିଲା।

ମୁଖ୍ୟମନ୍ତ୍ରୀଙ୍କ ଏପରି ଚାଲିବା ଦେଖି ତାଙ୍କ ସୁରକ୍ଷା କର୍ମି ଶିଘ୍ର କାର ଭିତରକୁ ନେବା ପାଇଁ ଚେଷ୍ଠା କଲେ। ହେଲେ କର୍ଡନ ଭିତରେ ଥିବା ସାମ୍ବାଦିକ ମାନେ ସାରେ ସାରେ କର ପାଟି କରିବାରୁ ନବୀନ କାର ପାଖରୁ ପୁଣି ସାମ୍ବାଦିକଙ୍କ ଆଡକୁ ମଧ୍ୟ ମାଡି ଆସିଲେ। ଆଉ ବିନା ଧଇଁସଇଁରେ ସେ ସାମ୍ବାଦିକଙ୍କୁ ନିଜର ଆସିବାର ଉଦ୍ଦେଶ୍ୟ ସଂପର୍କରେ କହିଲେ। ମୁଁ ଶ୍ରୀମନ୍ଦିର କାମ ତଦାରଖ କରିବାକୁ ଆସିଥିଲି। କାମ କେତେ ବାଟ ଆଗେଇଛି ତାହା ଦେଖିଲି। ଗୋଟିଏ ନିଃସ୍ବାସରେ ବିନା ଧଇଁସଇଁରେ ଏହା କହିଲେ ନବୀନ। ଏହାପରେ ସେ କାରରେ ବସି ଭୁବନେଶ୍ବର ଫେରିଥିଲେ।

ଓଡିଶାରେ ଯେବେଠାରୁ କରୋନା ପ୍ରବେଶ କଲାଣି ସେବେଠାରୁ ମୁଖ୍ୟମନ୍ତ୍ରୀ ଆଉ ନବୀନ ନିବାସରୁ ବାହାରକୁ ବାହାରି ନାହିଁନ୍ତି। କହିବାକୁ ଗଲେ ପ୍ରାୟ ସାତ ମାସ ଧରି ନବୀନ ଏକାନ୍ତବାସ ପରି ରହିଥିଲେ। କେବଳ ଥରେ ମାତ୍ର ଅଗଷ୍ଟ ପନ୍ଦର ଦିନ ପତାକା ଉତ୍ତୋଳନ କରିବା ପାଇଁ ଘରୁ ବାହାରିଥିଲେ। ହେଲେ ନିଜର ଅଫିସ କାମ, ସମୀକ୍ଷା ବୈଠକ ସମସ୍ତ କାର୍ଯ୍ୟ ସେ ସେହି ନବୀନ ନିବାସରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ କରିଆସୁଛନ୍ତି। ଏପରିକି ବିଧାନସଭା କାର୍ଯ୍ୟ ମଧ୍ୟ ସେହି ନବୀନ ନିବାସରେ ରହି ସଂପାଦନ କରିଥିଲେ।

ଏତେଦିନ ଧରି ଘରେ ବସି ରହିବା ପରେ ପୁରୀର ସିଂହଦ୍ବାରରେ ତାଙ୍କର ସିଂହର ବଳ ଯେପରି ଆସିଗଲା ସେହିପରି ଦୃଶ୍ୟ ଦେଖାଗଲା। ଯେଉଁମାନେ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ବୋଲି ସାମ୍ବାଦିକ ସମ୍ମିଳନୀରେ କହିବା ପାଇଁ ପ୍ରାୟୋଜିତ କରିଥିଲେ ସେମାନଙ୍କ ମୁହଁ ରଂଗା ପଡିଗଲା।

Naveen at Puri ନବୀନ ପଟ୍ଟନାୟକ ପୁରୀରେ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.