ବିଦ୍ୟୁତ ଗ୍ରାହକଙ୍କ ପାଇଁ ଖୁସି ଖବର, ଲୋକର୍ପଣ ହେଲା ‘ମୋ ବିଦ୍ୟୁତ’ ଏବଂ ଆପ, ଜାଣନ୍ତୁ କିପରି କରିବେ ବ୍ୟବହାର

Published: Oct 19, 2020, 9:22 pm IST

ଭୁବନେଶ୍ବର, ଏଣିକି ଓଡିଶାର ବିଦ୍ୟୁତ ଗ୍ରାହକ ଘରେ ବସି ବିଭିନ୍ନ ସେବା ହାସଲ କରି ପାରିବେ। ସେଥିପାଇଁ ଆଜି ଲୋକାର୍ପଣ ହୋଇଛି ‘ମୋ ବିଦ୍ୟୁତ୍‌’ ପୋର୍ଟାଲ ଏବଂ ମୋବାଇଲ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଯେଉଁମାନେ ପୋର୍ଟଲ ମାଧ୍ୟମରେ ସୁବିଧା ନେବେ ସେମାନେ www.mobidyut.com କୁ କ୍ଲିକ କରି ଏହି ସୁବିଧା ହାସଲ କରିପାରିବେ।

ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଇଦେବାରେ ସାହାଯ୍ୟ କରିବ ଏହି ପୋର୍ଟାଲ ଏବଂ ଆପ୍। ବିଦ୍ୟୁତ ସେବା ଅତ୍ୟାବଶ୍ୟକ ହୋଇଥିବାରୁ ଏହାକୁ ମୋ ସରକାର ଅଧୀନ ଆସିଛି। ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ। ଏଥିରେ ଥିବା ସୁବିଧାଗୁଡିକ ହେଲା

1-ବିଦ୍ୟୁତ୍ ଗ୍ରାହକମାନେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ, ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ।

2–ଯେଉଁମାନେ ୫ କିଲୋୱାଟ ଯାଏଁ ବିଜୁଳି ବ୍ୟବହାର କରିବେ ସେମାନଙ୍କୁ ୪୮ ଘଣ୍ଟାରେ ସଂଯୋଗ ମିଳିପାରିବ।

3-ସେହିପରି ଘରୋଇ, ବ୍ୟବସାୟ, କୃଷି ଏବଂ ଜଳସେଚନ ପାଇଁ ୪୮ ଘଣ୍ଟାରେ ସଂଯୋଗ ଦିଆଯିବ

4- ଯେଉଁମାନେ ଅନଲାଇନ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୨ ପ୍ରତିଶତ ରିହାତି ମିଳିବ। ଏଥିପାଇଁ ରାଜ୍ୟରେ ଥିବା ଚାରୋଟି ବିତରଣ କଂପାନୀ ପାଇଁ ଗୋଟିଏ ଅନଲାଇନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉପଭୋକ୍ତାଙ୍କ ସମସ୍ୟାକୁ ଦୂର କରିବା ସହ ବିଭିନ୍ନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ମୋବାଇଲ୍‌ ଆପ୍‌କୁ ବିକଶିତ କରାଯାଇଛି। ଏହି ଆପ୍ ଖୁବଶୀଘ୍ର ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ। ବର୍ତ୍ତମାନ କରୋନା ସମୟରେ ଏହି ଅନ ଲାଇନ ପକ୍ରିୟାର ସୁବିଧା ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Related posts