Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୀର୍ଘ ୩୫ ବର୍ଷ ପରେ ଭାରତକୁ ମିଲିଲା ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ
ଅନ୍ତରାଷ୍ଟ୍ରୀୟ

ଦୀର୍ଘ ୩୫ ବର୍ଷ ପରେ ଭାରତକୁ ମିଲିଲା ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ

October 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୀର୍ଘ ୩୫ ବର୍ଷ ପରେ ଭାରତକୁ ମିଲିଲା ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ, ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି ନୂଆ ଦାୟିତ୍ୱ ଆଉ ଏକ ଅଧ୍ୟାୟ ଯୋଡିଛି । ଭାରତର ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର ଏହି ଆନ୍ତର୍ଜାତିକ ପ୍ରତିଷ୍ଠାନର ପରିଚାଳନା ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୨୦ ଅକ୍ଟୋବରରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଏହି ପଦରେ ରହିବେ।

ଆନ୍ତର୍ଜାତିକ ଶ୍ରମ ସଂଗଠନ ପରିଚାଳନା ପରିଷଦର ଅଧ୍ୟକ୍ଷ ପଦ ଏକ ସମ୍ମାନଜନକ ପଦଭାବେ ବିବେଚିତ ହୋଇଥାଏ । ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ମର‌୍ୟ୍ୟାଦା ରହିଛି । ଆଇଏଲ୍‌ଓର ସର୍ବୋଚ୍ଚ କାର‌୍ୟ୍ୟନିର୍ବାହୀ ସଂସ୍ଥାଭାବେ ପରିଚାଳନା ପରିଷଦ କାର‌୍ୟ୍ୟ କରେ । ଏହି ପରିଷଦ ସଂଗଠନର ନୀତି, କାର୍ଯ୍ୟକ୍ରମ, କାର୍ଯ୍ୟସୂଚୀ ଏବଂ ବଜେଟ ପ୍ରସ୍ତୁତ କରିବା ସହ ଏହାର ମହାନିର୍ଦେଶକକୁ ନିର୍ବାଚିତ କରିଥାଏ ।

ଏବେ ଆଇଏଲ୍‌ଓରେ ୧୮୭ ଦେଶ ସଦସ୍ୟ ଅଛନ୍ତି । ଆସନ୍ତା ନଭେମ୍ବର ମାସରେ ଆଇଏଲ୍‌ଓ ପରିଚାଳନା ପରିଷଦର ଯେଉଁ ବୈଠକ ଅନୁଷ୍ଠିତ ହେବ ସେଥିରେ ଶ୍ରୀ ଅପୂର୍ବ ଚନ୍ଦ୍ର ଅଧ୍ୟକ୍ଷତା କରିବେ। ଜେନେଭାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅବସରରେ ସେ ଏହି ସଂଗଠନର ବରିଷ୍ଠ ଅଧିକାରୀ, ସାମାଜିକ ଅଂଶୀଦାର ଓ ସଭ୍ୟରାଷ୍ଟ୍ର ପ୍ରତିନିଧିଙ୍କ ସହ ମତବିନିମୟ କରିବାର ସୁଯୋଗ ପାଇବେ।

ଭାରତ ସରକାର ଦେଶର ଶ୍ରମ ବଜାରରୁ ଜଟିଳତା ହଟାଇବା ପାଇଁ ବିଭିନ୍ନ ପ୍ରକାର ଶ୍ରମ ସଂସ୍କାର କାର‌୍ୟ୍ୟ କରୁଥିବାରୁ ସେ ବିଷୟରେ ଅପୂର୍ବ ଚନ୍ଦ୍ର ଆଇଏଲଓର ସଦସ୍ୟଙ୍କୁ ଅବଗତ କରାଇବେ । ଏହାଛଡା ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଭାରତ ସରକାର ସାର୍ବଜନୀନଭିତ୍ତିରେ ଯେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ସେ ମଧ୍ୟ ସେମାନଙ୍କୁ ଜଣାଇବେ ।

ଅପୂର୍ବ ଚନ୍ଦ୍ର ୧୯୮୮ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍ ଅଧିକାରୀ । ସେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟରେ ୭ ବର୍ଷରୁ ଅଧିକ କାଳ କାର‌୍ୟ୍ୟ କରିଛନ୍ତି । ସେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବଭାବେ ୨୦୧୩ରୁ ୨୦୧୭ ପଯ୍ୟନ୍ତ କାଯ୍ୟ କରିଥିଲେ ।

ଏହାପରେ ସେ ୨୦୧୭ ଡିସେମ୍ବର ୧ରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିଗ୍ରହଣ ବିଭାଗ ମହାନିର୍ଦେଶକଭାବେ ଯୋଗଦେଇ ଭାରତୀୟ ସେନାର ବିଭିନ୍ନ ସାମଗ୍ରୀ କ୍ରୟ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ । ପ୍ରତିରକ୍ଷା ସାମଗ୍ରୀ କ୍ରୟ ସଂକ୍ରାନ୍ତ ଚିଠା ପ୍ରସ୍ତୁତ କରିବା ପାଇଁ ଗଠିତ କମିଟିର ସେ ମଧ୍ୟ ଅଧ୍ୟକ୍ଷ ଥିଲେ । ସେ ଚଳିତବର୍ଷ ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଶ୍ରମ ସଚିବଭାବେ ଯୋଗଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026
Latest News

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.