Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ, ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ ରହିଛି
ଅନ୍ତରାଷ୍ଟ୍ରୀୟ

ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ, ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ ରହିଛି

October 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ କମ୍ ରହିଛି । ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ସକ୍ରିୟ ମାମଲା ୭ ଲକ୍ଷ (୬,୯୭,୩୩୦)ରୁ ତଳେ ରହିଥିଲା ।

ଦେଶରେ ଆଜି ମୋଟ ସକ୍ରିୟ ମାମଲାର ସଂଖ୍ୟା ରହିଛି ୬,୯୫,୫୦୯ । ଏହା ମୋଟ ପଜିଟିଭ୍ ମାମଲାର ୮.୯୬% ରହିଛି । ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁ ହାର କ୍ରମେ ହ୍ରାସ ପାଇବାରେ ଲାଗିଛି । ଭାରତରେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇ ଚାଲିଛି ।

ଭାରତରେ ସୁସ୍ଥତା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ମୋଟ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୭୦ ଲକ୍ଷ (୬୯,୪୮,୪୯୭) ହୋଇଛି । ସକ୍ରିୟ ମାମଲା ଏବଂ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ କ୍ରମେ ବୃଦ୍ଧି ପାଇ ୬୨,୫୨,୯୮୮ ହୋଇଛି । ସୁସ୍ଥ ସଂଖ୍ୟା ସକ୍ରିୟ ମାମଲାର ପ୍ରାୟ ୧୦ ଗୁଣ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୭୩,୯୭୯ ଜଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୫୪,୩୬୬ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଜାତୀୟ ସୁସ୍ଥତା ହାର ୮୯.୫୩%କୁ ବୃଦ୍ଧି ପାଇଛି ।

ଦେଶବ୍ୟାପୀ ହସପିଟାଲରେ ଭିତ୍ତିଭୂମିରେ ବିକାଶ, କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ଚିକିତ୍ସା ପ୍ରଣାଳୀକୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଗ୍ରହଣ କରିବା, ଡାକ୍ତର, ପାରାମେଡିକ୍ ଏବଂ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି ଏବଂ ମୃତ୍ୟୁହାର ହ୍ରାସ ପାଉଛି । ଆଜି ଏହା ୧.୫୧% ରହିଛି । ଏହାଦ୍ୱାରା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଚାଲିଛି ।

୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାରରୁ କମ୍ ରହିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୮୧% କେବଳ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୬ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଏହା ପଛକୁ କର୍ଣ୍ଣାଟକରେ ୧୩ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୩୬୬ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।

ତନ୍ମଧ୍ୟରୁ ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ର ଓ କେରଳରୁ ସର୍ବାଧିକ ୭ ହଜାରରୁ ଅଧିକ ମାମଲା ଆସିଥିବା ବେଳେ ଏହା ପଛକୁ କର୍ଣ୍ଣାଟକରୁ ୫ ହଜାରରୁ ଅଧିକ ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୯୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରୁ ୮୧% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ମହାରାଷ୍ଟ୍ରରେ ଏହି ଦିନରେ ସର୍ବାଧିକ  ୧୯୮ ଜଣଙ୍କର  ତ୍ମୃତ୍ୟୁ ଘଟିଛି।

corona କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ଆଜି ଜୁଲାଇ ୨୧ ତାରିଖ ମଙ୍ଗଳବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

July 21, 2026

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026
Latest News

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.