Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ଚଳଚିତ୍ର ଜଗତର ସବୁ କ୍ଷେତ୍ରରେ ରାଜ୍ କରିଥିବା ଜଣେ ନିର୍ଦ୍ଦେଶକ ହେଉଛନ୍ତି ରାଜୁ ମିଶ୍ର
ବିଶେଷ ଖବର

ଓଡିଆ ଚଳଚିତ୍ର ଜଗତର ସବୁ କ୍ଷେତ୍ରରେ ରାଜ୍ କରିଥିବା ଜଣେ ନିର୍ଦ୍ଦେଶକ ହେଉଛନ୍ତି ରାଜୁ ମିଶ୍ର

November 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚିତ୍ର ଜଗତର ସବୁ କ୍ଷେତ୍ରରେ ରାଜ୍ କରିଥିବା ଜଣେ ନିର୍ଦ୍ଦେଶକ ଥିଲେ ରାଜୁ ମିଶ୍ର

ଦିଲ୍ଲୀପ ହାଲି

ଓଡିଆ ଚଳଚିତ୍ରର ଜଗତରେ ଏକ ନୂଆ ଯୁଗର ଅୟାରମ୍ଭ କରି ଯଦି ଦୀର୍ଘ ବର୍ଷ ଧରି କିଏ ରାଜ୍ କରିଥାଏ ତେବେ ସେ ହେଉଛନ୍ତି ରାଜୁ ମିଶ୍ର। ସିନେମାଟୋଗ୍ରାଫିରେ ନିଜର କ୍ୟାରିୟର ଆରମ୍ଭ କରି ସେ ନିର୍ଦ୍ଦେଶକ ସୋପାନକୁ ଯାଇ ପାରିଥିଲେ। ସେ ଏକାଧାରରେ ଥିଲେ ସିନେମାଟୋଗ୍ରାଫର, ସ୍କ୍ରିନ ପ୍ଲେ ଏବଂ କାହାଣୀ ଲେଖକ, ସଂଗୀତ ନିର୍ଦ୍ଦେଶକ, ଗାୟକ ଏବଂ ନିର୍ଦ୍ଦେଶକ। ସେ ଓଡିଆ ଚଳଚିତ୍ର ଜଗତରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ସୁଯୋଗ ଦେଇ ସେମାନଙ୍କୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ରଚନା ବାନାର୍ଜି, ଅଶ୍ରୁମୋଚନ ମହାନ୍ତି, ଚୈଧୁରୀ ବିକାଶ ଦାସ, ହର ପଟ୍ଟନାୟକ ପରି ଅନେକ।

ସେ ନିଜେ ଜଣେ ଚିତ୍ରଗ୍ରହଣକାରୀ ହୋଇଥିବାରୁ ଚରିତ୍ରମାନଙ୍କୁ କିପରି ପରଦାରେ ଉପସ୍ଥାପିତ ଯାଇପାରିବ ସେ କଳା କେବଳ ରାଜୁ ମିଶ୍ର ଜାଣିଥିଲେ। ଫଳରେ ଅନେକ ନୂଆ ପୁରୁଣା କଳାକାର ତାଙ୍କ ଚଳଚିତ୍ରରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଉଲକା ଚଳଚିତ୍ରରେ ମହାଶ୍ବେତା ରାୟ, ସାଗର ଗଂଗା ଚଳଚିତ୍ରରେ ରଚନା ବାନାର୍ଜି, ସତମିଛ ଚଳଚିତ୍ରରେ ଅପରାଜିତା ମହାନ୍ତି, ପଥର ଖସୁଛି ବଡ ଦେଉଳୁ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ହାସ୍ୟ ଅଭିନେତା ହରିହର ମହାପାତ୍ର, ଅଭିନେତା ସୁନୀଲଙ୍କୁ ସେ ଦର୍ଶକଙ୍କ ସମ୍ମୁଖରେ ଲୋକପ୍ରିୟ କରାଇଥିଲେ।

ପୁଅ ମୋର କଳା ଠାକୁର ଚଳଚିତ୍ରରେ ହର ପଟ୍ଟନାୟକଙ୍କୁ ଖଳନାୟକ ଭୂମିକା ଦେଇ ସେ ସେତେବେଳେ ସିନେ ପ୍ରେମୀଙ୍କ ନିକଟରେ ଚର୍ଚ୍ଚାକୁ ଆସିଥିଲେ। ସେହିପରି ଆସିଛି ମୋ କାଳିଆ ସୁନାରେ ଶ୍ରୀରାମ ପଣ୍ଡାଙ୍କୁ ଏକ ଭିନ୍ନ ଚରିତ୍ରରେ ଛିଡା କରି ସେ ପ୍ରଶଂସିତ ହୋଇଥିଲେ। ତାଙ୍କର ଶେଷ ଚଳଚିତ୍ର କୋଟିଏରେ ଗୋଟିଏ ମନ ଚଳଚିତ୍ରରେ ପ୍ରତିଭା ପ୍ରଧାନ ପରି କଣ୍ଠଶିଳ୍ପୀଙ୍କୁ ଚଳଚିତ୍ରର ସମସ୍ତ ଗୀତ ବୋଲିବାର ସୁଯୋଗ ଦେଇଥିଲେ। ଏଥିରେ ତାଙ୍କର ପୁତୁରା ରୋହିତଙ୍କ ମଧ୍ୟ ମୁଖ୍ୟ ଭୂମିକାରେ ଅଣିଥିଲେ।

ରାଜୁ ମିଶ୍ର ବ୍ୟବସାୟିକ ଚଳଚିତ୍ର ସହିତ ଭିନ୍ନ ଧରଣର ଚଳଚିତ୍ର କରି ଓଡିଆ ସିନେ ଇତିହାସରେ ଏକ ନୂଆ ଧାରା ମଧ୍ୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଲକ୍ଷ୍ମୀର ଅଭିସାର ଥିଲା ସେ ମଧ୍ୟରେ ଅନ୍ୟତମ। ବିଶିଷ୍ଠ ସାହିତ୍ୟିକ ମନୋଜ ଦାସଙ୍କ ଉପନ୍ୟାସକୁ ନେଇ ଏକ ଚଳଚିତ୍ର କରିବା ପରି ଏକ ଚ୍ୟାଲେଞ୍ଜ ନେଇଥିଲେ ରାଜୁ ମିଶ୍ର। ସେହିପରି 1983 ମସିହାରେ ମୟାମିରିଗ, 1995 ରେ ନିର୍ବାଚନ, 1994ରେ ଅରଣ୍ୟ ରୋଦନ ଥିଲା ବ୍ୟବସାୟିକ ଚଳଚିତ୍ରରୁ ଟିକିଏ ଅଲଗା କରି ଦେଖାଇବାର କଳା ଓ କୌଶଳ। ଆଉ ସେତେବେଳେ ଏସବୁ ଚଳଚିତ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ପ୍ରସଂଶିତ ହୋଇଥିଲା।

ମା ସୁମତୀ ଦେବୀ ଥିଲେ ଜଣେ ଭଲ ଗାୟିକା। ତାଙ୍କର ପୁତ୍ର ହିସାବରେ ସେ ସହି କଳାର ଭିନ୍ନ ଦିଗକୁ ଆବୋରି ନେଇ ନିଜକୁ ସୁପ୍ରତିଷ୍ଠିତ କରାଇପାରିଥିଲେ ରାଜୁ ମିଶ୍ର। ନିରାକାରପୁର କଲେଜରେ ଜଣେ ଛାତ୍ର ନେତା ହେବା ଏବଂ ପରେ ଜଣେ ମେଡିସିନ ରିପ୍ରେଜେଣ୍ଟିଭ ଭାବେ କାମ ଆରମ୍ଭ କରିଥିଲେ ସେ। ହେଲେ ସେସବୁରୁ ବାହାରି ନିଜକୁ କଳା ଭିତରେ ଡୁବାଇ ଦେଇଥିଲେ ରାଜୁ ମିଶ୍ର।

ସେତେବେଳେ ସିନେମାଟୋଗ୍ରାଫିର କୌଣସି ଗୁରୁତ୍ବ ନ ଥିଲେ ମଧ୍ୟ ସେ ପୁନେସ୍ଥିତ ଏଫଟିଆଇଆଇରେ ଯୋଗଦେଲେ। ଆଉ 1977 ମସିହାରେ ସେ ସେହି ପ୍ରତିଷ୍ଠିତ ଅନୁଷ୍ଠାନରୁ ଜଣେ ଶ୍ରେଷ୍ଠ ଛାତ୍ର ଭାବେ ପାଶ କରିଥିଲେ। ଆଉ ଓଡିଶାକୁ ହିଁ ନିଜର କଳାକ୍ଷେତ୍ର ଭାବେ ବାଛି ନେଇଥିଲେ। 1977 ମସିହାରୁ 2011 ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ନିଜର କଳା ଚାତୁରି ଦେଖାଇ ଓଡିଆ ଚଳଚିତ୍ର ଜଗତରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି।

ଅନେକ ହୁଏତ ଜାଣି ନ ଥିବେ ରାଜୁ ମିଶ୍ର କ୍ୟାଭେଣ୍ଡର ସିଗାରେଟ ବିଜ୍ଞାପନର ଅନ୍ୟତମ ପୁରଧା ଥିଲେ। ସେତେବେଳେ ଶ୍ରୀରାମ ପଣ୍ଡା କ୍ୟାଭେଣ୍ଡର ସିଗାରେଟ ପିଉଥିବାର ହୋଡିଂସ ସାରା ଭାରତର ବଡବଡ ସହରରେ ଲାଗିଥିଲା। ଶ୍ରୀରାମ ପଣ୍ଡାଙ୍କ ହାତରେ କ୍ୟାଭେଣ୍ଡର ସିଗାରେଟ ଧରାଇ ଫଟୋସେସନ କରିଥିଲେ ରାଜୁ ମିଶ୍ର। ସେ ସେତେବେଳେ ଶ୍ରୀରାମଙ୍କୁ ନେଇ କ୍ୟାଭେଣ୍ଡର ସିଗାରେଟର ଏକ ବିଜ୍ଞାପନ ଚଳଚିତ୍ର ମଧ୍ୟ କରିଥିଲେ। ଯାହା ସେତେବେଳେ ସମସ୍ତ ପ୍ରେକ୍ଷାଳୟରେ ଚଳଚିତ୍ର ପୂର୍ବରୁ ପ୍ରସାରିତ ହେଉଥିଲା।

ଦୀର୍ଘ କଳା ଜୀବନ ଭିତରେ ସେ ଅନେକ ପରିଶ୍ରମ କରିଛନ୍ତି ତାହା ସେତେବେଳେ ତାଙ୍କ ସହିତ କାମ କରୁଥିବା କଳାକାରଟିଏ ହିଁ ଜାଣିଛି। ସେହି ପରିଶ୍ରମ ପାଇଁ ସେ ଅନେକ ପ୍ରଶଂସା,ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ବିଭିନ୍ନ ଚଳଚିତ୍ର ଭିନ୍ନ ଭିନ୍ନ ବର୍ଗରେ ଅନେକ ଥର ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଛି। ସତମିଛ ଚଳଚିତ୍ରରେ ସେ ଚିତ୍ରଗ୍ରହଣକାରୀ ଏବଂ କାହାଣୀକାର ଭାବେ ରାଜ୍ୟ ପୁରସ୍କାର ହାସଲ କରିଛନ୍ତି।

ସେହିପରି ଅନ୍ତର୍ଜାତୀୟ ଚଳଚିତ୍ର ପୁରସ୍କାର, ଜାତୀୟ ଚଳଚିତ୍ର ପୁରସ୍କାର ଚୟନ କମିଟର ସଦସ୍ୟ ଓ ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ ରାଜୁ ମିଶ୍ର। ସେ ଓଡିଆ ଚଳଚିତ୍ରରେ ପ୍ରଥମେ ଫୁଜି କଲର ଫିଲ୍ମସ ବ୍ୟବହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନୂତ କରିଦେଇଥିଲେ। ସେତେବେଳେ ଏହି ଦକ୍ଷତା ପାଇଁ ଫୁଜି ଫିଲ୍ମସ ତରଫରୁ ତାଙ୍କୁ ବେଲିଜୟମ ଯିବା ପାଇଁ ଡକରା ଆସିଥିଲା। ସେ 1990 ମସିହାରେ ବେଲଜିୟମ ଯାଇ ସେଠାରେ ଏହାର ବ୍ୟବହାର କୌଶଳ ସଂପର୍କରେ ଅବଗତ କରାଇଥିଲେ।

1998 ମସିହାରେ ସିନେ କ୍ରିଟିକ ପୁରସ୍କାର, 2017ରେ ଅକ୍ଷୟ ସାହିତ୍ୟ ପୁରସ୍କାର ଏବଂ 2012 ମସିହାରେ ରାଜ୍ୟର ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇଛନ୍ତି ରାଜୁ ମିଶ୍ର। ତାଙ୍କର ବିୟୋଗ ଆଜି ଓଡିଆ ଚଳଚିତ୍ର ଜଗତକୁ ଏକ ବଡ କ୍ଷତିର ସମ୍ମୁଖୀନ ହୋଇଛି।

ଦିଲ୍ଲୀପ ହାଲି ରାଜୁ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.