Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉପନିର୍ବାଚନରେ ବେଣୁ ମଉସା ପ୍ରାର୍ଥୀ ହେବା ପଛରେ ଆଶ୍ଚର୍ଯ୍ୟ ନାହିଁ, ହେଲେ ରହିଛି ରହସ୍ୟ ଓ ବିସ୍ମୟ
ବିଶେଷ ଖବର

ଉପନିର୍ବାଚନରେ ବେଣୁ ମଉସା ପ୍ରାର୍ଥୀ ହେବା ପଛରେ ଆଶ୍ଚର୍ଯ୍ୟ ନାହିଁ, ହେଲେ ରହିଛି ରହସ୍ୟ ଓ ବିସ୍ମୟ

November 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପନିର୍ବାଚନରେ ବେଣୁ ମଉସା ପ୍ରାର୍ଥୀ ହେବା ପଛରେ ଆଶ୍ଚର୍ଯ୍ୟ ନାହିଁ, ହେଲେ ରହିଛି ରହସ୍ୟ ଓ ବିସ୍ମୟ

ଭୁବନେଶ୍ୱର: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମଇଦାନକୁ ସମସ୍ତେ ଓଲ୍ହାଇ ପାରିବେ। ଏହି ଅଧିକାର ଦେଶର ସମସ୍ତ ନାଗରିକଙ୍କ ପାଇଁ ସମ୍ବିଧାନ ସ୍ୱୀକୃତ। ହେଲେ ବାଲେଶ୍ୱର ଉପ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମଉସାଙ୍କ ପ୍ରାର୍ଥୀତ୍ବ କିନ୍ତୁ ଯେତିକି ବିସ୍ମୟ ସୃଷ୍ଟି କରିଛି ସେତିକି ପ୍ରଶ୍ନବାଚୀ ଠିଆ କରିଛି। ଆସନ୍ତାକାଲି ରାଜ୍ୟର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଗୋଟିଏ ହେଉଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ଓ ଅନ୍ୟଟି ବାଲେଶ୍ୱର ସଦର।

ଗୋଟିକରେ ଶାସକ ବିଜେଡିର ବିଧାୟକ ରହିଥିଲେ ଓ ଅନ୍ୟଟିରେ ବିଜେପି ବିଧାୟକ। ଉଭୟ ଆସନରେ ଜିତିଥିବା ଦୁଇ ବିଧାୟକଙ୍କ ଅକାଳ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ହେଉଛି। ଉଭୟ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ବି ବାଲେଶ୍ୱର ସଦର ଆସନକୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ତାହା ପୁଣି ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ। ସିଏ ହେଉଛନ୍ତି ବେଣୁ ମଉସା।

ବୟସର ଅପରାହ୍ନରେ ପହଁଚିଥିବା ବେଣୁ ମଉସାଙ୍କ ରାଜନୈତିକ ଇତିହାସ ସେଭଳି ଟାଣ ନୁହେଁ। ଜଣେ ସାଧାରଣ ମଣିଷରୁ ଆଜି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ତେବେ ଏହି ଚର୍ଚ୍ଚା କଣ? ଚର୍ଚ୍ଚା ଏଭଳି ଯେ, ବେଣୁ ମଉସା ସିପିଆଇର ସଦସ୍ୟ ଥାଇ ଦଳ ପକ୍ଷରୁ ଜିତିବାର ସମ୍ଭାବନା ନ ଥିବାରୁ ସେ ଟିକଟ ପାଇନଥିଲେ। ତେଣୁ ଏହି ଆସନରୁ ସିପିଆଇ କାହାକୁ ପ୍ରାର୍ଥୀ କରିନାହିଁ। ତେବେ ବେଣୁ ମଉସା କଣ ସିପିଆଇ ଟିକଟରୁ ବଂଚିତ ହେଲେ ବୋଲି ସ୍ୱାଧୀନ ପ୍ରାର୍ଥୀ ହେଲେ! ଏଇଠୁ ଆରମ୍ଭ ହେଲା ବିସ୍ମୟ।

ପ୍ରଥମେ ସାଇକେଲରେ ବୁଲି ବେଣୁ ମଉସା ନିଜର ପ୍ରଚାର ଆରମ୍ଭ କରିଥିଲେ। ପରେ ତାଙ୍କ ସହ ଜଲିଉଡ଼ କଳାକାର ରାନୀ ପଣ୍ଡା ଯୋଡି ହୋଇଗଲେ।ପ୍ରଚାର ବି ଜମିଲା। ଗୋଟେ ପଟେ ରାଇଜ ମୁଖିଆ ଓ ଅନ୍ୟ ପଟେ କେନ୍ଦ୍ର ମନ୍ତ୍ରୀ, ସାଂସଦ। ବେଣୁ ମଉସା କିନ୍ତୁ ସାଧାରଣ ମଣିଷ, ଖଟିଖିଆ ଗରିବଙ୍କ ପକ୍ଷରୁ ପ୍ରାର୍ଥୀ ବୋଲି ପ୍ରଚାର କଲେ। ଏହାପରେ ସାଇକେଲ ଉଭାନ। ଆସିଲା ଖୋଲା ଜିପ, ସୁସଜ୍ଜିତ। ପୁଣି ଜିଲ୍ଲା କିନ୍ନର ମହାସଂଘ ବେଣୁ ମଉସାଙ୍କ ପ୍ରଚାରରେ ସାମିଲ ହେଲେ। ପୁଣି ଜମିଲା ପ୍ରଚାର।

ବେଣୁ ମଉସା ଟିଭି ଓ ସମ୍ବାଦପତ୍ରର ଶିରୋନାମାରେ ରହିଲେ। ହଠାତ ପ୍ରଚାର ସରିଆସିବା ବେଳକୁ ହୋଣ୍ଡା ସିଟି ଗାଡ଼ିରେ ମଉସା କଲେ ପ୍ରଚାର। ତେବେ ପ୍ରଶ୍ନ ଉଠୁଛି, ବେଣୁ ମଉସା କଣ ବିଜେଡି ନା ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନରେ ହରାଇ ବିଧାୟକ ହେବେ ବୋଲି ଆଶାବାଦୀ! ଚର୍ଚ୍ଚା ହେଉଛି ବାଲେଶ୍ଵରର ପୂର୍ବତନ ସାଂସଦ ଏହି ଆସନ ପାଇଁ ଟିକଟ ଲୋଭରେ ଥାଇ ଟିକଟ ନପାଇ ବେଣୁ ମଉସାଙ୍କୁ ସାମ୍ନାକୁ ଆଣିଛନ୍ତି।

ଆଉ କେହି କେହି କହୁଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ଚାହୁଁନାହାନ୍ତି ଏଠାରୁ ବିଜେପି ପ୍ରାର୍ଥୀ ନିର୍ବାଚନରେ ଜିତନ୍ତୁ। କାରଣ କଣ ନା ସାଂସଦ ଅପରାଜିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବେଶୀ ହୋଇଯିବ। ତେଣୁ ବେଣୁ ମଉସା କାଳେ ବିଜେପି ଭୋଟ କାଟିବେ। ଭୋଟ ଫଳାଫଳ ତ ସତ କହିବ, ହେଲେ ବେଣୁ ମଉସା ନିଜ ଇଚ୍ଛାରେ ପ୍ରାର୍ଥୀ ତ! ବିସ୍ମୟ ଏଇଠି।

ବାଲେଶ୍ବର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.