ଆଶ୍ଚର୍ଯ୍ୟ: କରୋନା ଆକ୍ରାନ୍ତ ଜଣେ ମହିଳା ଜନ୍ମ କଲେ ଏକାଥରେ ତିନୋଟି ଛୁଆ, ଦୁଇଟି ପୁଅ ଗୋଟିଏ ଝିଅ

Published: Nov 6, 2020, 7:45 am IST

ହାଇଦ୍ରାବାଦ, କୋଭିଡ ଆକ୍ରାନ୍ତ 27 ବର୍ଷ ବୟସ୍କା ଜଣେ ମହିଳା ତିନୋଟି ଛୁଆ ଜନ୍ମ କରିଛନ୍ତି। ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ART) ସାହାଯ୍ୟରେ ଗର୍ଭବତୀ ହୋଇଥିବା ନାସରିନ୍ ଅକ୍ଟୋବର 22 ରେ ସିଜରିଆନ୍ ସର୍ଜରୀ ମାଧ୍ୟମରେ ଦୁଇଟି ପୁଅ ଏବଂ ଗୋଟିଏ ଝିଅକୁ ପ୍ରସବ କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଏକ ସରକାରୀ ହସପିଟାଲରେ ଘଟିଛି।

ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ମା ଏବଂ ନବଜାତ ଶିଶୁମାନଙ୍କୁ ଡିସଚାର୍ଜ କରାଗଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ନିଜାମାବାଦର ସରକାରୀ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ଅକ୍ଟୋବର 21 ରେ ମହିଳା ଜଣକ ଦ୍ରୁତ ଆଣ୍ଟିଜେନ ପରୀକ୍ଷଣରେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା।

ଡେଲିଭରୀ ପାଇଁ ନାସିରିନଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ କରୋନା ପଜେଟିଭ୍ ଯୋଗୁଁ ତାଙ୍କୁ ସେଠାରେ ଭର୍ତ୍ତି କରାଇ ଦେଇ ନ ଥିଲେ।ଏହା ପରେ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ହେବାର ପରଦିନ ସେ କମ ଓଜନ ବିଶିଷ୍ଟ ତିନୋଟି ଶିଶୁ ପ୍ରସବ କରିଥିଲେ।

ଡାକ୍ତରଖାନାର ଅଧୀକ୍ଷକ ପ୍ରତିମା ରାଜଙ୍କ ଅନୁଯାୟୀ, ଏହି ଡେଲିଭରି ଆମମାନଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା। କାରଣ ମହିଳା ଜଣଙ୍କ ଏଆରଟି ସାହାଯ୍ୟରେ ଗର୍ଭବତୀ ହୋଇଥିଲେ। ମହିଳା ଜଣଙ୍କର ଗର୍ଭଧାରଣ କରିବାର ବୟସ ହୋଇ ନ ଥିଲା। ଗର୍ଭରେ ତିନୋଟି ଶିଶୁ ଥିଲା। ସେପଟେ ମହିଳା କୋଭିଡ ପଜେଟିଭ୍ ଥିଲେ। ଏତେସବୁ ସମସ୍ୟା ଭିତରେ ସଫଳତାର ସହିତ ଏହି ଡେଲିଭରୀ କରାଯାଇଛି ବୋଲି ପ୍ରତିମା କହିଛନ୍ତି।

Related posts