Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ୭ ଗବେଷକ
ଜାତୀୟ ଖବର

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆର ୭ ଗବେଷକ

November 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ଗୋରବ ଆଣିଛନ୍ତି ସୋଆର ଏହି ୭ ଜଣ ଗବେଷକ।

ଏହି ଗବେଷକମାନେ ହେଉଛନ୍ତି ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ। ଷ୍ଟାନ୍‌ଫୋର୍ଡ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା। ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଛି।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଗବେଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରସ୍ତୁତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି। ଶିକ୍ଷାର ଗୁଣାବତା ଏବଂ ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ୫୦% ଗବେଷଣା କେନ୍ଦ୍ରଗୁଡ଼ିକ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ। ସୋଆ ଅଧିନରେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବ୍ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଖୁବ୍ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ।

ପ୍ରଫେସର ଦାସ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ଗବେଷକ। ସେହିପରି ସୋଆର କୁଳପତି ପ୍ରଫେସର (ଡଃ) ମହାପାତ୍ର ଜଣେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶିଷ୍ଟ ବିଶେଷଜ୍ଞ। ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ସୋଆର ପୂର୍ବତନ ପ୍ରୋ ଭାଇସ୍‌ଚାନ୍‌ସେଲର ତଥା ଆଡଜଙ୍କଟ ପ୍ର. ମିଶ୍ର ଗଣିତ କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ। ସେହିପରି ଡଃ ଦେବୀ ବର୍ତ୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ।
ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାସ ହେଉଛନ୍ତି ସୋଆର ପ୍ରଥମ କୁଳପତି। ବର୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ମୁଖ୍ୟ ଭାବେ କାର୍ଯ୍ୟରତ। ତାଙ୍କର ରିନିଉଏବଲ୍ ଏନର୍ଜି, ସିଗ୍‌ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍‌ସ , ଡାଟା ମାଇନିଂ, ଆର୍ଟିଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍‌ନାଲ୍ ଇଂଟେଲିଜେନ୍ସ, ଡିଷ୍ଟ୍ରିବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ରିଡ କ୍ଷେତ୍ରରେ ବେଶ ପାରଦର୍ଶିତା ରହିଛି।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି ( ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି।

ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ପୂର୍ବରୁ ସେ ସିଏସ୍‌ଆଇଟି – ଆଇଏମ୍‌ଏମ୍‌ଟି ର ବାୟୋ-ରିସୋର୍‌ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି। ତାଙ୍କର ବାୟୋ ମିନେରାଲ୍ ପ୍ରୋସେସିଂ  କ୍ଷେତ୍ରରେ ୪୪ ବର୍ଷର ଅଭିଜ୍ଞତା ରହିଛି।

ସୋଆର କୁଳପତି ତଥା ୨୦୧୭ରେ ଓଡ଼ିଶାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଇଥିବା ପ୍ରଫେସର ମହାପାତ୍ର ନୂଆଦିଲ୍ଲୀ ଏମ୍ସର ସ୍ନାୟୁ ଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ପ୍ରଫେସର ମହାପାତ୍ର ଭୁବନେଶ୍ୱରର ଏମ୍ସର ମଧ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
ଗଣିତ ବିଜ୍ଞାନକୁ ନେଇ ଅନେକ ପୁସ୍ତକ ଲେଖିଥିବା ଏବଂ ଅନେକ ଗବେଷଣା କରିଥିବା ପ୍ରଫେସର ମିଶ୍ର ଡିଏନ୍‌ଏ ନଟ୍ସ ଆଣ୍ଡ ଲିମ୍ବସ୍‌, ବାଇଫରକେସନ୍ ଆଣ୍ଡ କେଓସ୍ ଇନ୍ ପପୁଲେସନ୍ ଡାଇନାମିକ୍ସ, ଫିଜିଓଲଜିକାଲ୍ ଫ୍ଲୁଇଡ୍ ଡାଇନାମିକ୍ସ, ମେକାନିକ୍ସ ଅଫ୍ ଫ୍ରାକ୍‌ଚର ଆଣ୍ଡ ରିମଡେଲିଂ ଅଫ୍ ବୋନ୍ସ କ୍ଷେତ୍ରରେ ଅନେକ ମ୍ୟାଥମେଟିକାଲ୍ ମଡେଲ୍ସ ପ୍ରସ୍ତୁତ କରିଛନ୍ତି।

ସୋଆର  ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୌଧୁରୀଙ୍କର ମଲ୍ଟିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍‌ସ ୱିଥ୍ ଡେଭଲପ୍‌ମେଂଟ ଅଫ୍ ନ୍ୟୁ ମଲ୍ଟିଫଙ୍କସ୍‌ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ବେଶ ପାରଦର୍ଶିତା ରହିଛି। ତାଙ୍କର ୟୁଏସ୍‌ଏ ଏବଂ ୟୁକେରେ ୪୦ ବର୍ଷରୁ ଅଧିକ ସମୟର ଗବେଷଣା ଅଭିଜ୍ଞତା ରହିଛି।

ସୋଆର ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସଚ୍ଚ (ଆଇଟିଇଆର୍‌)ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍‌ଭେଂଟ ଏକ୍ସଟ୍ରାକ୍ସନ୍ ଅଫ୍ ନନ୍ ଫେରସ୍‌, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍‌ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୨୯ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି।

ଗବେଷକ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026
Latest News

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.