ସ୍କୁଲ ଖୋଲିବାର ତିନି ଦିନରେ 262 ଛାତ୍ରଛାତ୍ରୀ, 160 ଶିକ୍ଷକ ହେଲେ କରୋନା ଆକ୍ରାନ୍ତ , ଚିନ୍ତାରେ ସରକାର

Published: Nov 6, 2020, 12:12 pm IST

ଅମରାବତୀ, କରୋନା ସଂକ୍ରାମଣ ଭୟରେ ସ୍କୁଲ ବନ୍ଦ ଥିଲା। ହେଲେ ସରକାର ନିଷ୍ପତି କଲେ ସ୍କୁଲ ଖୋଲାଯାଉ। ସେହି ଅନୁସାରେ ସ୍କୁଲ ଖୋଲିଲା। ପିଲାମାନେ ମଧ୍ୟ ଆସିଲେ। ହେଲେ ତିନିଦନ ପରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲକ୍ଷଣ ଦେଖାଦେଲା।

ସ୍କୁଲ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କର କରୋନା ଟେଷ୍ଟ ହେଲା। ଏହିପରି ବିଭିନ୍ନ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କର କରୋନା ଟେଷ୍ଟ କରାଗଲା। ଆଉ ରିପୋର୍ଟ ଆସିଲା ଯେ, 262 ଛାତ୍ରଛାତ୍ରୀ ଏବଂ 160 ଜଣ  ଶିକ୍ଷକଙ୍କୁ କୋଭିଡ ପଜେଟିଭ ହୋଇଛି। ଏହା ହେଉଛି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍କୁଲର ସ୍ଥିତି।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅଦ୍ଭୁତ ଯୁକ୍ତି କରିଛି। ତାଙ୍କ ହିସାବରେ ଗତକାଲି ରାଜ୍ୟର ବିଭିନ୍ନ ସ୍କୁଲକୁ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର 262 ଜଣଙ୍କର କରୋନା ପଜେଟିଭ ହୋଇଛି। ତେଣୁ ଏହା ଏକ 0.1 ପ୍ରତିଶତ ମଧ୍ୟ ନୁହେଁ।

ହେଲେ ଏହାକୁ ନେଇ ତୀବ୍ର ସମାଲୋଚନା କରିଛି ଅଭିଭାବକ ସଂଘ। ସଂଘ କହିଛି ଗୋଟିଏ ଦିନରେ ଯଦି ଏତେ ସଂଖ୍ୟାରେ ପଜେଟିଭ ହେଲେ ତେବେ ପରବର୍ତ୍ତି ସମୟରେ ହଜାରେ ହଜାରେ କାହିଁକି ନ ହେବେ। ଏପରି ପରିସ୍ଥିତରେ ବର୍ତ୍ତମାନ ସ୍କୁଲଗୁଡିକୁ ପୁଣି ବନ୍ଦ କରାଯିବ କି ନାହିଁ ସେ ନେଇ ସରକାର ଚିନ୍ତା କରୁଛନ୍ତି।

Related posts