Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିଲା ମଧ୍ୟପ୍ରଦେଶ ଉପନିର୍ବାଚନର ଏକଜିଟ ପୁଲ୍ ଫଳାଫଳ, ବିଜେପି ସରକାରଙ୍କୁ ମିଳିବ ଅସ୍ବସ୍ଥି
ଜାତୀୟ ଖବର

ଆସିଲା ମଧ୍ୟପ୍ରଦେଶ ଉପନିର୍ବାଚନର ଏକଜିଟ ପୁଲ୍ ଫଳାଫଳ, ବିଜେପି ସରକାରଙ୍କୁ ମିଳିବ ଅସ୍ବସ୍ଥି

November 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସିଲା ମଧ୍ୟପ୍ରଦେଶ ଉପନିର୍ବାଚନର ଏକଜିଟ ପୁଲ୍ ଫଳାଫଳ, ବିଜେପି ସରକାରଙ୍କୁ ମିଳିବ ଅସ୍ବସ୍ଥି

ନୂଆଦିଲ୍ଲୀ, ବିହାର ନିର୍ବାଚନ ସହିତ ମଧ୍ୟପ୍ରଦେଶ ଉପନିର୍ବାଚନ ଏକଜିଟ ପୋଲ ଫଳାଫଳ ମଧ୍ୟ ଆସିଛି। ବିହାରରେ ବିଜେପିକୁ ନିରାଶ କରିଥିବା ବେଳେ ମଧ୍ୟପ୍ରଦେଶରେ ମିଳୁଛି ଅସ୍ବସ୍ଥି। ବିଭିନ୍ନ ଏକଜିଟ ପୋଲି ଆକଳନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ସରକାରଙ୍କୁ ବହୁମତ ମିଳିବାରେ କୌଣସି ଅସୁବିଧା ହେବ ନାହିଁ।

ମଧ୍ୟପ୍ରଦେଶରେ ମୋଟ 28ଟି ଆସନରେ ଉପନିର୍ବାଚନ ହେଉଥିଲା। ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ଏଥିରେ ବିଜେପିକୁ 16 ରୁ 18 ଆସନ ଏବଂ କଂଗ୍ରେସକୁ 10 ରୁ 12 ଆସନ ମିଳିବ। ତେବେ ଏହି ସର୍ଭେ ମଧ୍ୟ କହୁଛି ଯେ ଏହି ଉପନିର୍ବାଚନରେ ଗୋଟିଏ ଆସନ ବିଏସପିକୁ ମିଳିବାର ସମ୍ଭାବନା ରହିଛି।

ମଧ୍ୟ ପ୍ରଦେଶର ବିଧାନସଭାରୁ 25 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ସେଠାରେ ଉପନିର୍ବାଚନ ହେଉଛି। ସେହି 25ଟି ଆସନ ସହିତ ଆଉ ତିନିଜଣ ବିଧାୟକ ମୃତ୍ୟୁବରଣ କରିଥିଲେ। ଫଳରେ ମୋଟ 28ଟି ଆସନରେ ଏହି ଉପନିର୍ବାଚନ ହୋଇଛି। କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ସେଠାକାର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହୋଇ, କମଳନାଥଙ୍କ ମୁଖ୍ୟମନ୍ତ୍ରୀତ୍ବ ପଦବୀ ଚାଲିଗଲା। ଶିବରାଜ ସିଂ ଚୌହାନଙ୍କ ମୁଖ୍ୟମନ୍ତ୍ରୀତ୍ବରେ ବର୍ତ୍ତମାନ ସେଠାରେ ବିଜେପି ଶାସନ ଚାଲିଛି।

ବିଧାନସଭା ଆସନ ଗଣିତ ହିସାବରେ ସେଠାରେ ମୋଟ 230 ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ହାତରେ 107 ଅଛି। ମ୍ୟାଜିକ ନମ୍ବର ହାସଲ କରିବାକୁ ବିଜେପିକୁ ଆଉ 8ଟି ଆସନର ଆବଶ୍ୟକତା ରହିଛି। ବର୍ତ୍ତମାନର ଆକଳନ ହିସାବରେ ବିଜେପି ଏହି ମ୍ୟାଜିକ ନମ୍ବର ପାର କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026

ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ!

May 2, 2026

ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ସହରର ମୂଲ୍ୟ 

May 2, 2026
Latest News

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

May 2, 2026

ଭାଇବୋହୁକୁ ହାଣିଲା ଦେଢଶୁର

May 2, 2026

ଗଛ ପଡି ସ୍ଵାମୀ ମୃତ, ବିଷ ପିଇଲା ସ୍ତ୍ରୀ

May 2, 2026

ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିଲେ ଦୁର୍ବୃତ୍ତ

May 2, 2026

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ : ପାସ୍ ହାର ୯୫.୩୩ ପ୍ରତିଶତ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.