Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏନଡିଏ ବୈଠକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ନୀତିଶ ମୁଖ୍ୟମନ୍ତ୍ରୀ ହେବାକୁ ମନା କରୁଥିଲେ
ଜାତୀୟ ଖବର

ଏନଡିଏ ବୈଠକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ନୀତିଶ ମୁଖ୍ୟମନ୍ତ୍ରୀ ହେବାକୁ ମନା କରୁଥିଲେ

November 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା, ଆଜି ବିହାରରେ ଏନଡିଏ ବୈଠକ ସରିବା ପରେ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି। ଏହି ବୈଠକରେ ନୀତିଶଙ୍କୁ ବିଧାୟକ ଦଳର ନେତା ଭାବେ ମନୋନିତ କରିବା ପୂର୍ବରୁ ସେ ଏକ ଅନୁରୋଧ କରିଥିଲେ। ତାହା ହେଲା କି ସେ ଏଥର ମୁଖ୍ୟମନ୍ତ୍ରୀ ଭାବ ଶପଥ ନେବାକୁ ଚାହୁଁ ନାହିଁନ୍ତି। ଏ କଥା କହିବା ପରେ ବୈଠକରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।

ନୀତିଶ କହିଥିଲେ ଯେ ଏହି ନିର୍ବାଚନରେ ଆମର ମେଣ୍ଟ ମଧ୍ୟରେ ବିଜେପି ସର୍ବାଧିକ ଭୋଟ ପାଇଛି। ଜେଡିୟୁ ଦ୍ବୀତିୟ ଦଳ ଭାବେ ରହିଛି। ତେଣୁ ନିୟମ ଅନୁସାରେ ଏଥର ସର୍ବାଧିକ ଭୋଟ ପାଇଥିବା ବିଜେପି ତରଫରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହଠାତ ନୀତିଶଙ୍କର ଏପରି ଭାଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ହେଲେ ସମସ୍ତେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ଲୋକେ ଭୋଟ ଦେଇଛନ୍ତି। ତେଣୁ ଲୋକଙ୍କୁ ଠକିବା ଠିକ୍ ହେବ ନାହିଁ ବୋଲି ବିଜେପି ବିଧାୟକମାନେ କହିଥିଲେ। ବିଜେପିର ବିଧାୟକମାନେ ତାଙ୍କୁ ଅନୁରୋଧ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜି ହେଲେ ବୋଲି ଜଣେ ବିଜେପି ବିଧାୟକ କହିଛନ୍ତି।

ବିହାର ନିର୍ବାଚନରେ ଏଥର ବିଜେପି 74 ଟି ଆସନ ପାଇଥିବା ବେଳେ ନୀତିଶଙ୍କ ଜେଡିୟୁ ହାସଲ କରିଛି ମାତ୍ର 43 ଟି ଆସନ। ସେତେବେଳେ ଏହି ଫଳାଫଳ ଆସିବା ପରେ ନୀତିଶ ସାମ୍ବାଦିକଙ୍କୁ କହିଥିଲେ ଯେ, ବିହାରର ପରବର୍ତ୍ତି ମୁଖ୍ୟମନ୍ତ୍ର କିଏ ହେବ ତାହା ବିଜେପି ସ୍ଥିର କରିବ। ସେତେବେଳେ ତାହାର ଅର୍ଥ ଠିକ ଭାବେ ଅନୁମାନ କରାଯାଇ ପାରୁ ନ ଥିଲା। ହେଲେ ଆଜିର ଏନଡିଏ ବୈଠକ ପରେ ଏହା ଜଣାପଡିଥିଲାଯେ ନୀତିଶଙ୍କ ଦଳ କମ ଆସନ ହାସଲ କରିଥିବାରୁ ସେ ସେପରି କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026

ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ!

May 2, 2026

ସୁନା ଓ ରୂପା ମୂଲ୍ୟରେ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ସହରର ମୂଲ୍ୟ 

May 2, 2026
Latest News

ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିଲେ ଦୁର୍ବୃତ୍ତ

May 2, 2026

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ : ପାସ୍ ହାର ୯୫.୩୩ ପ୍ରତିଶତ

May 2, 2026

ମେ ୪ରେ ମିଳିବ ସୁଭଦ୍ରା ଟଙ୍କା

May 2, 2026

ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

May 2, 2026

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣ: ତିନି ଯବାନ ସହିଦ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.