Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନିର୍ବାଚନରେ ହାରିଛନ୍ତି ବୋଲି ମାନିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ସେ ଯାହା କହିଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା
ଅନ୍ତରାଷ୍ଟ୍ରୀୟ

ନିର୍ବାଚନରେ ହାରିଛନ୍ତି ବୋଲି ମାନିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ସେ ଯାହା କହିଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା

November 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ ଧକ୍କା ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ନେଇ ଆମେରିକା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି।

ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାରେ ଏକ ବଡ ରାଲି କରିଥିଲେ। ଏହି ରାଲିରେ ତାଙ୍କ ସମର୍ଥକମାନେ ବିଡେନଙ୍କୁ ଦୋଷାରୋପ କରିଥିଲେ। ଜୋ ବିଡେନଙ୍କୁ ଚୋରୀ କରିବା ପରିତ୍ୟାଗ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ। ତେବେ ଏହି ରାଲିକୁ ନିଜେ ରାଷ୍ଟ୍ରପତି ଅନୁମତି ପ୍ରଦାନ କରିବାକୁ ନେଇ ଡେମୋକ୍ରାଟିକ ଦଳ ସମାଲୋଚନା କରିଛି।

ଆମେରିକାର ନିର୍ବାଚନ ଫଳାଫଳ ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଥିଲା। ଏଥିରେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ 306 ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ପାଇଥିଲେ ମାତ୍ର 232 ଖଣ୍ଡ ଭୋଟ। ନିର୍ବାଚନ ଜିତିବା ପାଇଁ 270 ଭୋଟର ଆବଶ୍ୟକ ଥିବା ବେଳେ ବିଡେନ ତାଠାରୁ ଯଥେଷ୍ଠ ଅଧିକ ଭୋଟ ହାସଲ କରିଛନ୍ତି। ବିଡେନଙ୍କୁ ସରକାରୀ ଭାବେ ବିଜୟ ଘୋଷଣା ମଧ୍ୟ କରାଗଲା। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶ୍ବ ନେତାମାନେ ବିଡେନଙ୍କୁ ଅଭିନନ୍ଦନ ମଧ୍ୟ ଦେଲେ।

ହେଲେ ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ଏହି ଘୋଷଣାକୁ ମାନିବାକୁ ନାରାଜ ରହିଲେ। ବିଡେନଙ୍କ ବିଜୟ ବିରୋଧରେ ଟ୍ରାମ୍ପ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ଦାୟର କଲେ। ଫଳରେ ଆମେରିକାରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ନେଇ ଦ୍ବନ୍ଦ ସୃଷ୍ଟି ହେଲା। ଏପରିକି ଟ୍ରମ୍ପ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ମଧ୍ୟ କୌଣସି ଲକ୍ଷଣ ପରିଲକ୍ଷିତ ହେଲା ନାହିଁ।

ବର୍ତ୍ତମାନ ଟ୍ରମ୍ପ ପରାଜୟକୁ ସ୍ବୀକାର ସିନା କରିଛନ୍ତି ହେଲେ ସେ ଦାୟିତ୍ବ ହସ୍ତାନ୍ତର କରିବେ କି ନାହିଁ ଘୋଷଣା କରି ନାହାଁନ୍ତି। ଏପରିକି ବିଡେନଙ୍କ ବିଜୟ ବିରୋଧରେ କରିଥିବା ମାମଲାକୁ ପ୍ରତ୍ୟାହର କରିବେ କି ନାହିଁ ଜଣାପଡି ନାହିଁ। ତେବେ ସୋମବାର ଦିନ ଏହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ଜୋ ବିଡେନ ଡୋନାଲ୍ଡ ଟ୍ରମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ରୁଷ୍‌ ରାଷ୍ଟ୍ରପତି ପୁଟିନ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026
Latest News

ଦିଲ୍ଲୀରେ ରୁଷ୍‌ ରାଷ୍ଟ୍ରପତି ପୁଟିନ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

September 11, 2026

ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

September 11, 2026

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.