ବିହାର : ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ବିହାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିକ୍ଷଶମନ୍ତ୍ରୀ ମେଓ୍ବାଲାଲ୍ ଚୌଧୁରୀ । ମନ୍ତ୍ରୀ ପଦରେ ତିନି ଦିନ ରହିବା ପରେ ଇସ୍ତଫା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । ବିହାର ମନ୍ତ୍ରୀ ।ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମେଓ୍ବାଲାଲ ଚୌଧୁରୀ ଇସ୍ତଫା ଦେଇଛନ୍ତି । ବହୁ ହଙ୍ଗମା ସତ୍ତ୍ବେ ଗୁରୁବାର ଦିନ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ । ଦୁର୍ନୀତି ଅଭିଯୋଗରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ପରେ ଚୌଧୁରୀ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଦୁର୍ନୀତି କରିଥିବାର ପ୍ରମାଣିତ ହୋଇ ନାହିଁ।
ମନ୍ତ୍ରୀ ହେବା ପରେ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲେ ମେଓ୍ବାଲାଲ । ଗତ ଦୁଇ ଦିନ ଧରି ଆର୍ଜେଡି ମେଓ୍ବାଲାଲ୍ ଚୌଧୁରୀଙ୍କ ବିରୋଧରେ ଭଷ୍ଟ୍ରାଚାରର ଅଭିଯୋଗ ଆଣିଥିଲା। ଏପରିକି ମେଓ୍ବାଲାଲଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପଛରେ ମେଓ୍ବାଲାଲଙ୍କ ହାତ ରହିଥିବା ନେଇ ଅଭିଯୋଗ କରିବା ସହ ଏହାର ଯାଞ୍ଚ ପାଇଁ ଦାବି କରିଛନ୍ତି ତେଜସ୍ବୀ ।
2017 ମସିହାରେ ମେଓ୍ବାଲାଲ ଚୌଧୁରୀ ଭାଗଲପୁରର ସବୌର୍ କୃଷି ବିଶ୍ବବିଦ୍ୟାଳୟର କୁଳପତି ଥିବା ସମୟରେ ଦୁର୍ନୀତି କରିଥିବାର ଅଭିଯୋଗ ରହିଥିଲା । ତତ୍କାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ ମେଓ୍ବାଲାଲ ଚୌଧୁରୀଙ୍କ ବିରୋଧରେ ଯାଞ୍ଚ ଆଦେଶ ଦେଇଥିଲେ । ଏତଦ୍ବ୍ୟବତୀତ ମେଓ୍ବାଲାଲଙ୍କ ଉପରେ କୃଷି ବିଶ୍ବବିଦ୍ୟାଳୟର ଭବନ ନିର୍ମାଣରେ ମଧ୍ୟ ଦୁର୍ନୀତି କରିଥିବାର ଅଭିଯୋଗ ରହିଥିଲା ।
ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ମେଓ୍ବାଲାଲ୍ ଚୌଧୁରୀଙ୍କୁ କ୍ୟାବିନେଟ୍ରେ ସାମିଲ୍ କରାଯାଇଥିଲା । ବିହାରର ତାରାପୁର ବିଧାନସଭା କ୍ଷେତ୍ରରୁ ସେ ଜେଡିୟୁ ଆସନରୁ ଦ୍ବିତୀୟ ଥର ପାଇଁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । 2015ରେ ପ୍ରଥମ ଥର ପାଇଁ ସେ ବିଧାୟକ ହୋଇଥିଲେ । (ଏଜେନ୍ସି)