Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶପଥ ନେବାର ମାତ୍ର ତିନି ଦିନ ପରେ ପଦବୀରୁ ଇସ୍ତଫା ଦେଲେ ଶିକ୍ଷା ମନ୍ତ୍ରୀ
ଜାତୀୟ ଖବର

ଶପଥ ନେବାର ମାତ୍ର ତିନି ଦିନ ପରେ ପଦବୀରୁ ଇସ୍ତଫା ଦେଲେ ଶିକ୍ଷା ମନ୍ତ୍ରୀ

November 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାର :  ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ବିହାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ଶିକ୍ଷଶମନ୍ତ୍ରୀ ମେଓ୍ବାଲାଲ୍‌ ଚୌଧୁରୀ । ମନ୍ତ୍ରୀ ପଦରେ ତିନି ଦିନ ରହିବା ପରେ ଇସ୍ତଫା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ।  ବିହାର ମନ୍ତ୍ରୀ ।ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମେଓ୍ବାଲାଲ ଚୌଧୁରୀ ଇସ୍ତଫା ଦେଇଛନ୍ତି । ବହୁ ହଙ୍ଗମା ସତ୍ତ୍ବେ ଗୁରୁବାର ଦିନ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ । ଦୁର୍ନୀତି ଅଭିଯୋଗରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି।  ଇସ୍ତଫା ଦେବା ପରେ ଚୌଧୁରୀ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଦୁର୍ନୀତି କରିଥିବାର ପ୍ରମାଣିତ ହୋଇ ନାହିଁ।

ମନ୍ତ୍ରୀ ହେବା ପରେ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲେ ମେଓ୍ବାଲାଲ ।  ଗତ ଦୁଇ ଦିନ ଧରି ଆର୍‌ଜେଡି ମେଓ୍ବାଲାଲ୍‌ ଚୌଧୁରୀଙ୍କ ବିରୋଧରେ ଭଷ୍ଟ୍ରାଚାରର ଅଭିଯୋଗ  ଆଣିଥିଲା। ଏପରିକି ମେଓ୍ବାଲାଲଙ୍କ ସ୍ତ୍ରୀଙ୍କ  ମୃତ୍ୟୁ ପଛରେ ମେଓ୍ବାଲାଲଙ୍କ ହାତ ରହିଥିବା ନେଇ ଅଭିଯୋଗ କରିବା ସହ ଏହାର ଯାଞ୍ଚ ପାଇଁ ଦାବି କରିଛନ୍ତି ତେଜସ୍ବୀ ।

2017 ମସିହାରେ ମେଓ୍ବାଲାଲ ଚୌଧୁରୀ ଭାଗଲପୁରର ସବୌର୍‌ କୃଷି ବିଶ୍ବବିଦ୍ୟାଳୟର କୁଳପତି ଥିବା ସମୟରେ ଦୁର୍ନୀତି କରିଥିବାର ଅଭିଯୋଗ ରହିଥିଲା । ତତ୍କାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ ମେଓ୍ବାଲାଲ ଚୌଧୁରୀଙ୍କ ବିରୋଧରେ ଯାଞ୍ଚ ଆଦେଶ ଦେଇଥିଲେ । ଏତଦ୍‌ବ୍ୟବତୀତ ମେଓ୍ବାଲାଲଙ୍କ ଉପରେ କୃଷି ବିଶ୍ବବିଦ୍ୟାଳୟର ଭବନ ନିର୍ମାଣରେ ମଧ୍ୟ ଦୁର୍ନୀତି କରିଥିବାର ଅଭିଯୋଗ ରହିଥିଲା ।

ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ମେଓ୍ବାଲାଲ୍‌ ଚୌଧୁରୀଙ୍କୁ କ୍ୟାବିନେଟ୍‌ରେ ସାମିଲ୍‌ କରାଯାଇଥିଲା । ବିହାରର ତାରାପୁର ବିଧାନସଭା କ୍ଷେତ୍ରରୁ ସେ ଜେଡିୟୁ ଆସନରୁ ଦ୍ବିତୀୟ ଥର ପାଇଁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । 2015ରେ ପ୍ରଥମ ଥର ପାଇଁ ସେ ବିଧାୟକ ହୋଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Latest News

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.