Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଞ୍ଚଲ୍ୟକର ଘଟଣା, ନର୍ସ ବେଶରେ ଆସି ପାଞ୍ଚଦିନର ଛୁଆକୁ ଚୋରୀ କଲେ ଜଣେ ମହିଳା, ତାପରେ ?
ଜାତୀୟ ଖବର

ଚାଞ୍ଚଲ୍ୟକର ଘଟଣା, ନର୍ସ ବେଶରେ ଆସି ପାଞ୍ଚଦିନର ଛୁଆକୁ ଚୋରୀ କଲେ ଜଣେ ମହିଳା, ତାପରେ ?

November 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଞ୍ଚଲ୍ୟକର ଘଟଣା, ନର୍ସ ବେଶରେ ଆସି ପାଞ୍ଚଦିନର ଛୁଆକୁ ଚୋରୀ କଲେ ଜଣେ ମହିଳା, ତାପରେ ?

ଭୋପାଳ, ଇନ୍ଦୋରର ଏକ ହସ୍ପିଟାଲରୁ ଜଣେ ମହିଳା ନର୍ସ ବେଶରେ ଆସି ଏକ ପାଞ୍ଚଦିନର ଛୁଆକୁ ଚୋରୀ କରି ନେଇଛି। ହେଲେ ରାସ୍ତାରେ ଛୁଆକୁ ନେଲା ବେଳେ ଜୋରରେ କାନ୍ଦିବାରୁ ତାକୁ ତଳେ ଛାଡି ଦେଇ ଚୋରଣୀ ଫେରାର ହୋଇଯାଇଛି। ପରେ ମୁନସିପାଲିଟ ଲୋକେ ସଫା କରୁଥିବା ବେଳେ ଛୁଆ କାନ୍ଦ ଶୁଣି ଉଦ୍ଧାର କଲେ। ପୋଲିସକୁ ଖବର ଦେବା ପରେ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ। ପରେ ଜଣାପଡିଲା ଯେ ଏହି ଶିଶୁଟି ଏକ ହସପିଟାଲରୁ ଚୋରୀ କରାଯାଇଛି। ସେହି ଅନୁସାରେ ହସପିଟାଲ କର୍ତ୍ତୁପକ୍ଷ ଏବଂ ଶିଶୁର ପିତାମାତାଙ୍କୁ ଯାଞ୍ଚ ପରେ ଛୁଆକୁ ପ୍ରଦାନ କରାଯାଇଛି। ତେବେ ଏହାକୁ ନେଇ ଇନ୍ଦୋର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

ପୋଲିସର କହିବା ଅନୁସାରେ ନଭେମ୍ବର 15 ତାରିଖରେ ଇନ୍ଦୋରର ମାଇଁ ହସ୍ପିଟାଲରେ ରାନୀ ବିୟାନି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ଡାକ୍ତରଖାନାର ପଞ୍ଚମ ମହଲାରେ ରହୁଥିଲେ।  ସନ୍ଧ୍ୟାରେ ଜଣେ ମହିଳା ନର୍ସ ବେଶରେ ତାଙ୍କ ରୁମକୁ ଆସିଥିଲେ। ଏହି ମହିଳା ଜଣକ ଶିଶୁର ହୃଦସ୍ପନ୍ଦନ ଯାଞ୍ଚ ନାମରେ ଶିଶୁଟିକୁ ତାଙ୍କ ରୁମରୁ ନେଇଯାଇଥିଲେ। ଯେତେବେଳେ ସେ ଦୀର୍ଘ ସମୟ ଧରି ଫେରି ନ ଥିଲେ, ପରିବାର ଲୋକ ଶିଶୁକୁ ଖୋଜିବା ଆରମ୍ଭ କଲେ। ପୁରା ହସ୍ପିଟାଲରେ ଖୋଜାଖୋଜି କରାଯାଇଥିଲା, କିନ୍ତୁ ନା ପିଲାଟି ମିଳିଥିଲା ନା ନର୍ସ ଭାବେ ଆସିଥିବା ମହିଳା।

ହତାସ ହୋଇ ଶିଶୁର ପରିବାର ଲୋକେ ନିକଟସ୍ଥ ଥାନାରେ ଏକ ଏଫଆଇଆର ଦାଖଲ କଲେ। ଘଟଣା ସଂପର୍କରେ ପୋଲିସ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ଡିଜି ହରିନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାର ସିସିଟିଭି ଫୁଟେଜରେ ଖୋଜାଖୋଜି କରାଯାଇଥିଲା। ଜଣାପଡିଥିଲା ଯେ, ଶିଶୁଟିକୁ ଚୋରି କରିଥିବା ମହିଳା ଏକ ଦୁଇ ଚକିଆ ଗାଡିରେ ନେଇ ପଳାଇଥିଲା। ଫଳରେ ପୋଲିସ ବର୍ତ୍ତମାନ ଏହିପରି ଦୁଇ ଚକିଆ ଗାଡି ଖୋଜିବା ପାଇଁ ପ୍ରାୟ 450 ଜଣଙ୍କ ପାଖରେ ପହଞ୍ଚିସାରିଛି। ହେଲେ ସେ ମହିଳାର କୌଣସି ସୁରାକ ମିଲିପାରି ନାହିଁ। ଏହା ପରେ ପୋଲିସ ମହିଳାଙ୍କୁ ଧରିବା ପାଇଁ 20,000 ଟଙ୍କା ପୁରସ୍କାର ଘୋଷଣା କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026
Latest News

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ଐତିହ୍ୟର ମୂଳ, ଭବିଷ୍ୟତର ଡେଣା

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.