Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଅଣଆୟତ କଲାଣି କରୋନା ମହାମାରୀ, ଦିଲ୍ଲୀ ମୁମ୍ବାଇ ସହିତ 10ଟି ସହରର ସ୍ଥିତି ଗମ୍ଭୀର
ଜାତୀୟ ଖବର

ଦେଶରେ ଅଣଆୟତ କଲାଣି କରୋନା ମହାମାରୀ, ଦିଲ୍ଲୀ ମୁମ୍ବାଇ ସହିତ 10ଟି ସହରର ସ୍ଥିତି ଗମ୍ଭୀର

November 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସ୍ଥିତି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୫୯ ଜଣ ନୂତନ ସଂକ୍ରାମକ ଚିହ୍ନଟ ହୋଇଛନ୍ତି। ସେହିପରି ୫୧୧ ଜଣ କରୋନା ପଜେଟିଭ ମଧ୍ୟ ଏହି ସମୟରେ ମୃତ୍ୟୁବରଣ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଆଠମାସ ପରେ ମଧ୍ୟ ଅନେକ ରାଜ୍ୟରେ ସ୍ଥିତି ଚରମ ସୀମାରେ ପହଁଚିଛି।

କରୋନାକୁ ରୋକିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସଂପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଛନ୍ତି। ସେହି ଅନୁସାରେ ବିଭିନ୍ନ ରାଜ୍ୟ ତାଙ୍କର ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ କଟକଣା ଲାଗୁ କରିଛନ୍ତି। ହେଲେ ତାହା ମଧ୍ୟ ରୋକିବା ଦିଗରେ କାମ ଦେଉ ନାହିଁ। ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହାର ସ୍ଥିତି ସର୍ବାଧିକ ରହିଛି। ସେଗୁଡିକ ହେଲା

ଦିଲ୍ଲୀ – ୬,୭୪୬

କେରଳ – ୫,୨୫୪

ମହାରାଷ୍ଟ୍ର – ୫,୭୫୩

ପଶ୍ଚିମବଙ୍ଗ – ୩,୫୯୧

ରାଜସ୍ଥାନ – ୩୨୬୦

ଉତ୍ତରପ୍ରଦେଶ – ୨୫୮୮

ହରିୟାଣା – ୨୨୭୯

ଛତିଶଗଡ – ୧୭୪୮

ତାମିଲନାଡୁ – ୧,୬୫୫

ଆନ୍ଧ୍ରପ୍ରଦେଶ ୧,୧୨୧

ଏହି ରାଜ୍ୟଗୁଡିକରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ହାର ମଧ୍ୟ କିଛି କମ ନୁହେଁ। ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ଯେଉଁ ମୃତ୍ୟୁ ସଂଖ୍ୟା ରହିଛି ତାହା ହେଉଛି..

ଦିଲ୍ଲୀ – ୧୨୧

ମହାରାଷ୍ଟ୍ର – ୫୦

ପଶ୍ଚିମବଙ୍ଗ – ୪୯

ଉତ୍ତରପ୍ରଦେଶ – ୩୫

କେରଳ – ୨୭

ହରିୟାଣା – ୨୫

ତାମିଲନାଡୁ – ୧୯

ଛତିଶଗଡ – ୧୯

ପଞ୍ଜାବ – ୧୯

ହିମାଚଳ ପ୍ରଦେଶ – ୧୯

ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟାରେ ସବୁଠାରୁ ଆଗରେ ରହିଛି ଦିଲ୍ଲୀ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରଣନୀତି ପରିବର୍ତ୍ତନ କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁଯାୟୀ, ପ୍ରଥମ ଥର ପାଇଁ ଦିଲ୍ଲୀରେ ଆରଟିପିସିଆର ପରୀକ୍ଷା ସଂଖ୍ୟା ଆଣ୍ଟିଜେନ ଟେଷ୍ଟକୁ ଅତିକ୍ରମ କରିଛି। ଦିଲ୍ଲୀରେ ଘରକୁ ଘର ସର୍ବେକ୍ଷଣ ପୁଣି ଆରମ୍ଭ ହୋଇଛି। ତଥାପି, ରୋଗୀଙ୍କୁ ଆଇସିୟୁ ମିଳିବା କଷ୍ଟସାଧ୍ୟ ହୋଇଯାଉଛି। ବର୍ତ୍ତମାନ ଦିଲ୍ଲୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୯ ହଜାର ୮୬୩ ରହିଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୩୯୧ ରହିଛି।

ସେହିପରି ଦେଶର ଅନ୍ୟତମ ମେଟ୍ରୋ ସହର ମୁମ୍ବାଇରେ ମଧ୍ୟ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ପ୍ରତିଦିନ ନୂତନ ରୋଗୀଙ୍କ ସଂଖ୍ୟା ପୁଣି ଏକ ହଜାରରେ ପହଞ୍ଚିଛି। ନଭେମ୍ବର ଆରମ୍ଭରେ ଏହି ସଂଖ୍ୟା ୧ ହଜାରରୁ କମ୍ ହୋଇଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ୧୧୩୫ ନୂତନ ମାମଲା ଆସିବା ସହିତ ଉଦ୍ଧବ ସରକାରଙ୍କ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀର ସଂକ୍ରମଣରେ ମହାରାଷ୍ଟ୍ର ସରକାର ମଧ୍ୟ ଅସୁବିଧାରେ ପଡିଛନ୍ତି। ତେଣୁ ଦିଲ୍ଲୀ-ମୁମ୍ବାଇ ଟ୍ରେନ୍ ଏବଂ ବିମାନ ଚଳାଚଳ ବନ୍ଦ କରିବାକୁ ଯୋଜନା ଚାଲିଛି। ବର୍ତ୍ତମାନ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭ ଲକ୍ଷ ୮୦ ହଜାର ୨୦୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭ ହଜାର ୬୩୨ ରହିଛି।

କରୋନା ସଂକ୍ରମଣର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଗୁଜୁରାଟର ୪ ଟି ବଡ ସହରରେ ରାତ୍ରି କର୍ଫ୍ୟୁ ଘୋଷଣା କରାଯାଇଛି। ସୋମବାର ରାତି ୯ ଟାରୁ ୬ ଟା ପର‌୍ୟ୍ୟନ୍ତ ଅହମ୍ମଦାବାଦ, ରାଜକୋଟ, ସୁରଟ ଏବଂ ଭଦୋଦରା ଠାରେ ଏକ ଅନିର୍ଦ୍ଦିଷ୍ଟ ରାତିର କର୍ଫ୍ୟୁ ଲାଗୁ କରାଯାଇଛି।

ବର୍ତ୍ତମାନ ଦେଶରେ ସମୁଦାୟ କରୋନା ସଂକ୍ରାମଣ ସଂଖ୍ୟା ହେଉଛି ୯୧ ଲକ୍ଷ ୩୯ ହଜାର ୮୬୬, ସମୁଦାୟ ମୃତ୍ୟୁ ସଂଖ୍ୟା ହେଲା ୧ ଲକ୍ଷ ୩୩ ହଜାର ୭୩୮, ସମୁଦାୟ ସକ୍ରିୟ ମାମଲା ହେଲା ୪ ଲକ୍ଷ ୪୩ ହଜାର ୪୮୬। ଆରୋଗ୍ୟଙ୍କ ମୋଟ ସଂଖ୍ୟା ହେଲା ୮୫ ଲକ୍ଷ ୬୨ ହଜାର ୬୪୨।

ଦେଶରେ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ନିତୀଶ ରେଡ୍ଡୀ: ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

November 13, 2025

ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ

November 13, 2025

Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

November 13, 2025

Film Preservation Workshop: ଭୁବନେଶ୍ୱରରେ ଚଳଚ୍ଚିତ୍ର କର୍ମଶାଳା, ଯୋଗ ଦେଲେ ୱହିଦା ରେହମାନ

November 13, 2025
Latest News

ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ନିତୀଶ ରେଡ୍ଡୀ: ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

November 13, 2025

ଆତ୍ମଘାତୀ ବିସ୍ଫୋରଣ ପରେ ଶ୍ରୀଲଙ୍କା ଖେଳାଳି ଭୟଭୀତ, ପାକିସ୍ତାନ ଛାଡିବାକୁ କଲେ ଦାବି, ବୋର୍ଡର ଚେତାବନୀ

November 13, 2025

ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ

November 13, 2025

Kanji Anla Nabami: ଆଜି କାଞ୍ଜିଅଁଳା ନବମୀ, ଏହି ଦିନ ଶୁଖୁଆକୁ କାହିଁକି କରାଯାଏ ପୂଜା?

November 13, 2025

Film Preservation Workshop: ଭୁବନେଶ୍ୱରରେ ଚଳଚ୍ଚିତ୍ର କର୍ମଶାଳା, ଯୋଗ ଦେଲେ ୱହିଦା ରେହମାନ

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.