କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ

Published: Nov 25, 2020, 10:11 am IST

ନୂଆଦିଲ୍ଲୀ, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଆଜି ବଡିଭୋରରୁ ଦେହାନ୍ତ ହୋଇଯାଇଛି। ଏକ ମାସ ପୂର୍ବରୁ ଅହମ୍ମଦ ପଟେଲ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଚିକିତ୍ସିତ ହେଉଥିଲେ। ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ଆଜି ସକାଳ 3.30 ସମୟରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା।

ଅହମ୍ମଦ ପଟେଲ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅହମ୍ମଦ ପଟେଲଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ ଗୁଜୁରାଟର ଭାରୁଚିସ୍ଥିତ ପିରାମନରେ ନିଆଯିବ। ଅହମ୍ମଦ ପଟେଲଙ୍କ ଇଚ୍ଛା ଥିଲା ଯେ ତାଙ୍କୁ ତାଙ୍କ ପିତାମାତାଙ୍କ ସହ ସମାଧି ଦିଆଯାଉ, ଯାହା ସେ ତାଙ୍କ ପୁଅକୁ କହିଥିଲେ।

ଫୈଜଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ସେ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ଦୁଃଖଦ ତଥା ଅକାଳ ମୃତ୍ୟୁ ବିଷୟରେ ଘୋଷଣା କରୁଛନ୍ତି। ତାଙ୍କ ପିତା 25 ତାରିଖ ସକାଳ 3.30 ରେ ମୃତ୍ୟୁ ବରଣ କରିଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ତାଙ୍କ ପିତାଙ୍କୁ କରୋନା ପଜିଟିଭ୍ ମିଳିଥିଲା। ଚିକିତ୍ସା ସମୟରେ, ତାଙ୍କର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା ଏବଂ ସେ ମଲ୍ଟି-ଅଙ୍ଗ ବିଫଳତାର ଶିକାର ହୋଇଥିଲେ। ଫୈଜଲ ପଟେଲ କହିଛନ୍ତି ଯେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Related posts