Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ସଂଧ୍ୟାରେ ଆକାଶକୁ ଦେଖି ଲୋକେ ଆଶ୍ଚର୍ଯ୍ୟ, ଚନ୍ଦ୍ର ଚାରିପାଖରେ ଘେରି ରହିଥିଲା ଏକ ବଳୟ
ଜାତୀୟ ଖବର

ଆଜି ସଂଧ୍ୟାରେ ଆକାଶକୁ ଦେଖି ଲୋକେ ଆଶ୍ଚର୍ଯ୍ୟ, ଚନ୍ଦ୍ର ଚାରିପାଖରେ ଘେରି ରହିଥିଲା ଏକ ବଳୟ

November 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ସଂଧ୍ୟାରେ ଆକାଶକୁ ଦେଖି ଲୋକେ ଆଶ୍ଚର୍ଯ୍ୟ, ଚନ୍ଦ୍ର ଚାରିପାଖରେ ଘେରି ରହିଥିଲା ଏକ ବଳୟ

ଭୁବନେଶ୍ଵର: ଆଜି ସଂଧ୍ୟାରେ ଲୋକମାନେ ଆକାଶକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ହେଲା ଆକାଶରେ ଚନ୍ଦ୍ରଙ୍କ ଚାରିପଟେ ଏକ ବ଼ଡ ବଳୟ ଦେଖା ଯାଉଥିଲା। ଏହା ଏତେ ଆକର୍ଷଣୀୟ ଥିଲା ଯେ, କିଏ ରାସ୍ତା ଉପରେ କିଏ ଛାତ ଉପରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାରେ ଲାଗିଥିଲେ। ବର୍ଷା ସମୟରେ ଯେପରି ଇନ୍ଦ୍ରଧନୁ ସୃଷ୍ଟି ହୁଏ ସେହିପରି ଚନ୍ଦ୍ରଙ୍କ ଚାରିପଟେ ଏକ ବଳୟ ରହିଥିଲା।

ପ୍ରକୃତରେ ଏହାର କାରଣ କଣ କେହି ଜାଣି ନ ଥିଲେ ମଧ୍ୟ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ରଖୁଥିଲେ। କିଏ ସେ ଏହା ଇନ୍ଦ୍ରଧନୁ ପରି ଚନ୍ଦ୍ରଧନୁ କହୁଥିବା ବେଳେ କିଏ ସେ ଏହା ମେଘ ପାଇଁ ହୋଇଛି ବୋଲି କହୁଥିଲେ। ତେବେ ଏହାକୁ ନେଇ ଲୋକଙ୍କ ଭିତରେ ବେଶ୍ କୌତୁହଳ ଦେଖା ଯାଇଥିଲା। ଏପରି ବିରଳ ଘଟଣା ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ଦେଖିବାକୁ ମିଳିଥିଲା।

କଣ କହୁଛନ୍ତି ବିଶେଷଜ୍ଞ

ସମସ୍ତଙ୍କ ମନରେ ପ୍ରଶ୍ନ, ଏହି ଅସାଧାରଣ ଦୃଶ୍ୟଟି କାହିଁକି ଘଟୁଛି। ଏପରି ଆଉ କେବେ ଦେଖାଯିବ ? ଏପରି ଅନେକ ପ୍ରଶ୍ନ। ବିଶେଷଜ୍ଞଙ୍କ ମତରେ ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ଵାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ। ଯାହାକୁ ଆମ ଆଖିର ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି କୁହା ଯାଇପାରେ। ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ। ଏପରିକି ବେଳେ ବେଳେ  ଚନ୍ଦ୍ର ଓ ସୂର୍ଯ୍ୟ ଚାରିପାଖରର ଏପରି ବଳୟ ସୃଷ୍ଟି  ହୋଇଥାଏ।

ଆମ ବାୟୁମଣ୍ଡଳରେ ଥିବା ମେଘଗୁଡିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି। ବରଫ ସ୍ଫଟିକଗୁଡିକ ଖୁବ ପତଳା ଓ ଷଡଭୂଜ ଆକାରର। ଏହି ଷଡଭୂଜ ସ୍ଫଟିକଗୁଡିକ, ଯୋଡି ହୋଇ ରହିଥିବା ଦୁଇଟି ପ୍ରିଜିମ ଭଳି କାର୍ଯ୍ୟ କରେ ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ  ସୂର୍ଯ୍ୟ ଆଲୋକ ଗତିକଲାବେଳେ ପ୍ରତିଶରିତ ହୋଇ ୨୨ ଡିଗ୍ରୀ କୋଣରେ  ବାଙ୍କି ଯାଇଥାଏ। ଏଥି ସହ ଆଲୋକ  ୭ ରଙ୍ଗରେ ମଧ୍ୟ ବିଭାଜିତ ହୋଇଥାଏ।

ଯଦି କେତେବେଳେ ଆମଠାରୁ ୨୦ ହଜାର ଫୁଟ କିମ୍ବା ତା’ଠାରୁ ଅଧିକ ଉଚ୍ଚତା ରେ ପତଳା ମେଘ ରହେ ତେବେ ଦିନରେ ସୂର୍ଯ୍ୟ ଚାରିପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଇଥାଏ।ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ନାହିଁ। କିନ୍ତୁ ସାଧାରଣତଃ ବାୟୁମଣ୍ଡଳରେ ଝଡ ପୂର୍ବରୁ ମେଘ ପତଳା ହୋଇ ଖୁବ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ  ଏହା ତଳକୁ ଆସି ବହୁତ ବର୍ଷା କରିଥାଏ। ତେଣୁ ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିପାଖରେ ଏକ ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସଂଭାବନା ଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.