ବିଭିନ୍ନ ଦାବୀ ନେଇ ଶ୍ରମିକ ସଂଗଠନର ଦୁଇ ଦିନିଆ ଭାରତ ବନ୍ଦ, ଓଡିଶାରେ କଣ ରହିଛି ପ୍ରଭାବ

Published: Nov 26, 2020, 5:11 pm IST

ଭୁବନେଶ୍ବର, ଆଜିଠାରୁ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦୁଇଦିନିଆ ଭାରତ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ତରଫରୁ ମଧ୍ୟ ସମର୍ଥନ ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ କରାଯାଇଛି। ହେଲେ ରାଜଧାନୀରେ ବିଭିନ୍ନ ଦୋକାନ ବଜାର ଖୋଲା ଥିଲେ ମଧ୍ୟ ପେଟ୍ରୋଲ ଟାଙ୍କି ବନ୍ଦ ରଖାଯାଇଥିଲା। ସେହିପରି ବିଭିନ୍ନ ଅଫିସ ଏବଂ ବିଧାନସଭା ମଧ୍ୟ ସ୍ବାଭାବିକ ଚାଲିଥିଲା।

ଭୁବନେଶ୍ବରରେ ଟ୍ରେଡ ୟୁନିୟନର ବରିଷ୍ଠ ନେତାମାନେ ବିଭିନ୍ନ ଜନଗହଳି ସ୍ଥାନରେ ଏହି ବିକ୍ଷୋଭ ସକାଳୁ କରିଥିଲେ। ସେହିପରି ଏକ ବଡ ରାଲି ମାଷ୍ଟରକ୍ୟାଟିନ ଛକରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ମଧ୍ୟ କରାଯାଇଥିଲା। ସକାଳେ କର୍ମିମାନେ ଭୁବନେଶ୍ବରର ଷ୍ଟେସନରେ ମଧ୍ୟ ଏହି ଆନ୍ଦୋଳନ କରିଥିଲେ।

ସେହିପରି ବ୍ରହ୍ମପୁରରେ ଶ୍ରମିକ ସଂଗଠନର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ। ବ୍ରହ୍ମପୁର ଷ୍ଟେସନରେ ସେମାନେ ହାତରେ ପ୍ଲାକାର୍ଡ ଧରି ଟ୍ରେନ ଅଟକାଇବାକୁ ଚେଷ୍ଠା କରିଥିଲେ। ଏହି ଧର୍ମଘଟ ସକାଳ 6 ଟାରୁ ଆରମ୍ଭ ହୋଇ ସଂଧ୍ୟା 6 ଟା ପର୍ଯ୍ୟନ୍ତ କରିବା ପାଇଁ ଡାକରା ଦିଆଯାଇଛି।

ମୁଖ୍ୟତଃ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷକ ଓ ଶ୍ରମିକ ଆଇନ ପ୍ରତ୍ୟାହାର, ପରିବେଷ ବିରୋଧୀ ଶିଳ୍ପ ପ୍ରତିଷ୍ଠା ବନ୍ଦ ଏବଂ ନୂଆ ଶିକ୍ଷା ଆଇନି 2020 କୁ ମଧ୍ୟ ପ୍ରତ୍ୟାହର କରାଯାଉ ବୋଲି ଏହି ସଂଗଠନଗୁଡିକ ଦାବୀ କରିଥିଲେ। ଆସନ୍ତାକାଲି ମଧ୍ୟ ଏହି ସଂଗଠନ ତରଫରୁ ବନ୍ଦ ଡାକରା ଦିଆଯାଇଛି।

Related posts