Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୨୮-୨୯ ଦେଶବ୍ୟାପୀ ଧର୍ମଘଟ କରିବେ ଶ୍ରମିକ ସଂଗଠନ: ସମର୍ଥନ କଲା ସିପିଆଇ (ଏମ୍‌.ଏଲ୍‌)

ଭୁବନେଶ୍ୱର: ଶ୍ରମିକ ସଂଗଠନମାନଙ୍କ ଜାତୀୟ କନ୍‌ଭେନସନ ମାର୍ଚ୍ଚ ୨୮, ୨୯ ଦୁଇଦିନ ପାଇଁ ସର୍ବଭାରତୀୟ ଧର୍ମଘଟ ଡ଼ାକରା ଦେଇଛି। ଏହି ଧର୍ମଘଟକୁ ସିପିଆଇ (ଏମ୍‌.ଏଲ୍‌) ଲିବରେସନ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏନେଇ ଦଳ ପକ୍ଷରୁ ଏକ ପ୍ରେସ ମିଟରେ ସୂଚନା ଦିଆଯାଇଛି।

ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରେ କର୍ପୋରେଟ୍ ସପକ୍ଷରେ ଜନଗଣଙ୍କର ସର୍ବନାଶ କରିଚାଲିଛି। ଶ୍ରମକୋଡ଼ ବଦଳାଇବା, କୃଷକଙ୍କ ବିରୁଦ୍ଧରେ ଆଇନ ଆଣିବା, ସମସ୍ତ ରାଷ୍ଟ୍ରାୟତ ସଂସ୍ଥାକୁ ବ୍ୟକ୍ତିଗତ ମାଲିକାନାକୁ ଟେକିଦେବା ଆଦି କାର୍ଯ୍ୟ କରିଚାଲିଛି। ରେଳ ଷ୍ଟେସନ, ରେଳଗାଡ଼ି, ବ୍ୟାଙ୍କ, ବୀମା, ଜାତୀୟ ରାଜପଥ, ବନ୍ଦର, ବିମାନ ବନ୍ଦର, ଷ୍ଟାଡ଼ିୟମ, ଖଣି, ଡ଼ାକ, ଟେଲି କମୁନିକେଶସନ, ଇସ୍ପାତ କାରଖାନା କେହି ଏଥିରୁ ବାଦ୍ ପଡୁନାହାଁନ୍ତି। ପେଟ୍ରୋଲ, ଡ଼ିଜେଲ ଦର, ଅତ୍ୟାବଶ୍ୟୀକ ସାମଗ୍ରୀର ଦରଦାମ ଓ ବେକାରୀ ବଢି ବଢି ଚାଲିଛି।

ଜାତି ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ ଚାଲିଛି। ମୋଦି ସରକାର ସମସ୍ତ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲଂଘନ କରି ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା ଦିଗରେ ଆଗେଇ ଚାଲିଛି। ତେଣୁ କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ଓ ଦେଶ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଦିଆଯାଇଥିବା ୨୮ ଓ ୨୯ ସର୍ବଭାରତୀୟ ଧର୍ମଘଟକୁ ଆମ ପାର୍ଟି ସମର୍ଥନ ଘୋଷଣା କରୁଛି।

Categories
ଜାତୀୟ ଖବର ବିଶେଷ ଖବର

ବିଭିନ୍ନ ଦାବୀ ନେଇ ଶ୍ରମିକ ସଂଗଠନର ଦୁଇ ଦିନିଆ ଭାରତ ବନ୍ଦ, ଓଡିଶାରେ କଣ ରହିଛି ପ୍ରଭାବ

ଭୁବନେଶ୍ବର, ଆଜିଠାରୁ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦୁଇଦିନିଆ ଭାରତ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ତରଫରୁ ମଧ୍ୟ ସମର୍ଥନ ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ କରାଯାଇଛି। ହେଲେ ରାଜଧାନୀରେ ବିଭିନ୍ନ ଦୋକାନ ବଜାର ଖୋଲା ଥିଲେ ମଧ୍ୟ ପେଟ୍ରୋଲ ଟାଙ୍କି ବନ୍ଦ ରଖାଯାଇଥିଲା। ସେହିପରି ବିଭିନ୍ନ ଅଫିସ ଏବଂ ବିଧାନସଭା ମଧ୍ୟ ସ୍ବାଭାବିକ ଚାଲିଥିଲା।

ଭୁବନେଶ୍ବରରେ ଟ୍ରେଡ ୟୁନିୟନର ବରିଷ୍ଠ ନେତାମାନେ ବିଭିନ୍ନ ଜନଗହଳି ସ୍ଥାନରେ ଏହି ବିକ୍ଷୋଭ ସକାଳୁ କରିଥିଲେ। ସେହିପରି ଏକ ବଡ ରାଲି ମାଷ୍ଟରକ୍ୟାଟିନ ଛକରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ମଧ୍ୟ କରାଯାଇଥିଲା। ସକାଳେ କର୍ମିମାନେ ଭୁବନେଶ୍ବରର ଷ୍ଟେସନରେ ମଧ୍ୟ ଏହି ଆନ୍ଦୋଳନ କରିଥିଲେ।

ସେହିପରି ବ୍ରହ୍ମପୁରରେ ଶ୍ରମିକ ସଂଗଠନର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ। ବ୍ରହ୍ମପୁର ଷ୍ଟେସନରେ ସେମାନେ ହାତରେ ପ୍ଲାକାର୍ଡ ଧରି ଟ୍ରେନ ଅଟକାଇବାକୁ ଚେଷ୍ଠା କରିଥିଲେ। ଏହି ଧର୍ମଘଟ ସକାଳ 6 ଟାରୁ ଆରମ୍ଭ ହୋଇ ସଂଧ୍ୟା 6 ଟା ପର୍ଯ୍ୟନ୍ତ କରିବା ପାଇଁ ଡାକରା ଦିଆଯାଇଛି।

ମୁଖ୍ୟତଃ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷକ ଓ ଶ୍ରମିକ ଆଇନ ପ୍ରତ୍ୟାହାର, ପରିବେଷ ବିରୋଧୀ ଶିଳ୍ପ ପ୍ରତିଷ୍ଠା ବନ୍ଦ ଏବଂ ନୂଆ ଶିକ୍ଷା ଆଇନି 2020 କୁ ମଧ୍ୟ ପ୍ରତ୍ୟାହର କରାଯାଉ ବୋଲି ଏହି ସଂଗଠନଗୁଡିକ ଦାବୀ କରିଥିଲେ। ଆସନ୍ତାକାଲି ମଧ୍ୟ ଏହି ସଂଗଠନ ତରଫରୁ ବନ୍ଦ ଡାକରା ଦିଆଯାଇଛି।