Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣ କେମିତି ନେବେ କରୋନା ଟୀକା, କେଉଁଠାକୁ ଯିବେ, କେତେ ଡୋଜ୍ ନେବେ, ଜାଣିବା ପାଇଁ ପଢନ୍ତୁ
ଜାତୀୟ ଖବର

ଆପଣ କେମିତି ନେବେ କରୋନା ଟୀକା, କେଉଁଠାକୁ ଯିବେ, କେତେ ଡୋଜ୍ ନେବେ, ଜାଣିବା ପାଇଁ ପଢନ୍ତୁ

November 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସମଗ୍ର ବିଶ୍ୱ କରୋନା ଟୀକାକୁ ଅପେକ୍ଷା କରିଛି। ବିଭିନ୍ନ ସମୟରେ ସମୀକ୍ଷା ଅଫିସକୁ ଅନେକ ଫୋନ କରି ପଚାରନ୍ତି ଯେ ଏହି ଟୀକା କେବେ ଆସିବ। କାରଣ ଟୀକା ନେଇ ସମସ୍ତଙ୍କର ବହୁ ଅପେକ୍ଷା ରହିଛି। ସେହିପରି ଆଉ କେତେକ ପଚାରନ୍ତି ଆଜ୍ଞା ଏହି ଟୀକା ଏତେ ଲୋକଙ୍କୁ କିପରି ଦିଆଯିବ। ଆଉ କେତକ ବ୍ୟଥିତ ଭାବେ ମଧ୍ୟ ରାସ୍ତାଘାଟରେ ଆଲୋଚନା କରନ୍ତି ଯେ ଟୀକା ନେଲା ପରେ ପାର୍ଶ ପ୍ରତିକ୍ରିୟା କିଛି ହେବ ନାହିଁ ତ ? ଏହିପରି ବିଭିନ୍ନ ସମୟରେ ଭିନ୍ନ ପ୍ରଶ୍ନ ପଚାରନ୍ତି। ଏବେ ଆସନ୍ତୁ ଏ ସବୁ ପ୍ରଶ୍ନର ଉତ୍ତର ପର୍ଯ୍ୟାୟ କ୍ରମେ ଜାଣିବା।

ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ ଯେଉଁ ଭଳି ଭାବେ ମତଦାନ ବୁଥଗୁଡ଼ିକ ସ୍ଥାପିତ ହୋଇଛି, ଏହି ଟୀକା ପାଇଁ ମଧ୍ୟ ସେହିପରି ବୁଥ୍ ତିଆରି କରିବାକୁ ଭାରତ ସରକାର ଯୋଜନା କରିଛନ୍ତି। ନିର୍ବାଚନ ବୁଥ ପରି ଦଳ ଗଠନ ହେବ। ବ୍ଲକ ସ୍ତରରେ ଏକ ରଣନୀତି ପ୍ରସ୍ତୁତ ହେବ।

ଏହି ଅଭିଯାନ ପାଇଁ ସରକାରୀ ଏବଂ ବେସରକାରୀ ଡାକ୍ତରମାନଙ୍କୁ ବିଶେଷ ଦାୟିତ୍ବ ଦିଆଯିବ। ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ  ସେମାନଙ୍କୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯିବ। ଟୀକାକରଣ ସମ୍ବନ୍ଧରେ ବିଭିନ୍ନ ବିଭାଗରେ ବିଭିନ୍ନ ପ୍ରକାରର ଭୁଲ ଧାରଣା ଅଛି। ତେଣୁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏହି ଦିଗରେ ସଚେତନତା ଅଭିଯାନ କରିବାକୁ କହିଛନ୍ତି। ଏହା ବ୍ୟତୀତ ଟୀକାକରଣର କୈଣସି ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ପ୍ରସ୍ତୁତ ହେବାକୁ କୁହାଯାଇଛି। ଆଲର୍ଜି ପ୍ରତିକ୍ରିୟାର ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ଚିକିତ୍ସା ବ୍ୟବସ୍ଥା ବଜାୟ ରଖିବାକୁ କୁହାଯାଇଛି।

ତେବେ ଏହି ଟୀକା ଆସିବା ପରେ ଏହାକୁ ସଂରକ୍ଷଣ କରି ରଖିବା ହେଉଛି ବଡ ଦାୟିତ୍ବ। କାରଣ ଟୀକା ଯଦି ଠିକ ଭାବେ ସଂରକ୍ଷଣ ହୋଇ ରହିଲା ନାହିଁ ତେବେ ତାହା କାମ କରିବ ନାହିଁ। ଟୀକା ସଂରକ୍ଷଣ କରି ରଖିବା ଏବଂ ବିଭିନ୍ନ ସ୍ଥାନକୁ ପରିବହନ କରିବା ବ୍ୟୟ ବହୁଳ ହୋଇପାରେ। କାରଣ ଏଥିପାଇଁ ଫ୍ରିଜର ବା ରେଫ୍ରିଜରେଟର ଆବଶ୍ୟକତା ଥାଏ।

ତେବେ ଆଉ କେତେକଙ୍କ ମନରେ ସନ୍ଦେହ ଥାଏ ଯେ ଏହି ଟୀକା ଆସିବା ପରେ ପ୍ରଥମେ କାହାକୁ ଦିଆଯିବ। ମୋଦୀ ସରକାରଙ୍କ ମିଶନ ଟୀକା ଅନୁଯାୟୀ ପ୍ରଥମେ ଭାରତରେ 30 କୋଟି ଲୋକଙ୍କୁ ଟୀକା ଲଗାଇବାକୁ ଯୋଜନା ରହିଛି। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ବରିଷ୍ଠ ନାଗରିକମାନଙ୍କୁ ଟୀକାକରଣ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏସଏମଏସ ମାଧ୍ୟମରେ ଟୀକାକରଣର ତାରିଖ, ସମୟ ଏବଂ ସ୍ଥାନ ଦିଆଯିବ। ଏହି ବାର୍ତ୍ତାରେ ଟିକା ପ୍ରଦାନ କରୁଥିବା ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ମଧ୍ୟ ରହିବ।

ସେହିପରି କେତେକଙ୍କ ମନରେ ପ୍ରଶ୍ନ ରହିଛି ଯେ, ମଣିଷଙ୍କୁ ଏହି ଟୀକା କେତେ ଡୋଜ ଦିଆଯିବ। ପ୍ରକୃତରେ କହିବାକୁ ଗଲେ ଏପର୍ଯ୍ୟନ୍ତ ସମସ୍ତ ଟିକା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଦୁଇଟି ଡୋଜ ପ୍ରୟୋଗ କରାଯାଇଛି। ତେଣୁ କରୋନା ଟିକା ପାଇଁ ଦୁଇଟି ଡୋଜ ଆବଶ୍ୟକ ବୋଲି ବିଶ୍ୱାସ କରାଯାଏ। ଉଭୟ ଡୋଜକୁ ଠିକ୍ ସମୟରେ ରଖିବା ପାଇଁ ମନ୍ତ୍ରଣାଳୟ ଏକ କରୋନା ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ପ୍ରସ୍ତୁତ କରିଛି। ପ୍ରଥମ ଡୋଜ ଦିଆଯିବା ପରେ ଦ୍ୱିତୀୟ ଡୋଜ ପାଇଁ SMS ପଠାଯିବ। ଯେତେବେଳେ ଟୀକାକରଣ ସମ୍ପୂର୍ଣ୍ଣ ହେବ, ଏକ ଡିଜିଟାଲ୍ QR ଆଧାରିତ ପ୍ରମାଣପତ୍ର ମଧ୍ୟ ସୃଷ୍ଟି ହେବ। ଏହି ସାର୍ଟିଫିକେଟ୍ ଟିକା ପରିଚୟର ପ୍ରମାଣ ହେବ।

ତେବେ ପ୍ରଶ୍ନ ଉଠୁଛି ଯେ ଆମମାନଙ୍କ ପାଖକୁ କେବେ ଟୀକା ଆସିବ। ଏହାର ଉତ୍ତରରେ କୁହାଯାଇପାରେ ଯ, ସାଧାରଣ ଲୋକଙ୍କ ନିକଟରେ ଟିକା ପହଞ୍ଚିବାକୁ ପ୍ରାୟ ପାଞ୍ଚରୁ ଛଅ ମାସ ସମୟ ଲାଗିବ। କାରଣ ଏପର୍ଯ୍ୟନ୍ତ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ସଫଳ ହୋଇଥିବା ସମସ୍ତ ଟୀକା ଆସନ୍ତା ବର୍ଷ କେବଳ ଉତ୍ପାଦନ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ତେବେ ଟିକା ପାଇଁ ସିରିଜ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ମୋଦୀ ସରକାର ବର୍ତ୍ତମାନ ରାଜ୍ୟମାନଙ୍କୁ କହିଛନ୍ତି।

ତେବେ ସମସ୍ତେ ଜାଣିବା ଆବଶ୍ୟକ ଯେ, ଭ୍ୟାକସିନ ଆସିଗଲେ କରୋନା ଭୂତାଣୁ ପୃଥିବୀରୁ ଉଭେଇ ଯିବ ନାହିଁ। ଏହା ବାୟୁ ମଣ୍ଡଳରେ ରହିବ। କେବଳ ଆପଣଙ୍କ ଶରୀରରେ ସେହି ଭୂତାଣୁ ପ୍ରବେଶ କଲେ କିଛି ହେବ ନାହିଁ। ସେଥିପାଇଁ ଏହି ଟୀକା ଦିଆଯିବ।

କୋଭିଡ19 ଭ୍ୟାକସିନ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ଏବଂ କାହା ବିରୁଦ୍ଧରେ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍?: ଦେଖନ୍ତୁ ସେପ୍ଟେମ୍ବରର କାର୍ଯ୍ୟସୂଚୀ

August 28, 2026

ଉତ୍ତର ପ୍ରଦେଶରେ ସ୍ୱାଇନ୍ ଫ୍ଲୁରେ ପ୍ରଥମ ମୃତ୍ୟୁ: ମହିଳା ଆକ୍ରାନ୍ତଙ୍କ ପ୍ରାଣହାନୀ

August 28, 2026

ସୁନା ଦର କମିଲା, ରୂପା ମଧ୍ୟ ଶସ୍ତା: ଜାଣନ୍ତୁ ଆଜିର ମୂଲ୍ୟ

August 28, 2026

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026
Latest News

ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ

August 28, 2026

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

August 28, 2026

ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

August 28, 2026

ହୀରାକୁଦର ୧୬ ଗେଟ୍‌ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା

August 28, 2026

କେବେ ଏବଂ କାହା ବିରୁଦ୍ଧରେ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍?: ଦେଖନ୍ତୁ ସେପ୍ଟେମ୍ବରର କାର୍ଯ୍ୟସୂଚୀ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.