
ଲକ୍ଷ୍ମୌ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ମୁମ୍ବାଇ ଯିବେ। ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଗଡରେ ପଶିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ତେବେ ଏହା କୈଣସି ରାଜନୈତିକ କାରଣ ନ ଥିଲେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବାସ୍ତବରେ ସେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁମ୍ବାଇ ଯାଉଛନ୍ତି।
ଏଥିସହ ସେଠାରେ ଥିବା ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଯୋଗ ଦେବେ। ଏହା ପରେ ସେ ୟୁପିରେ ପ୍ରସ୍ତାବିତ ଫିଲ୍ମ ସିଟି ବିଷୟରେ ବଲିଉଡ ତାରକାମାନଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଏହି ବୈଠକରେ ସେ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନଙ୍କ ସହ ୟୁପିରେ ଏକ ଚଳଚ୍ଚିତ୍ର ସହର ନିର୍ମାଣ କରିବାର ଯୋଜନା ବିଷୟରେ ଆଲୋଚନା କରିବେ। ଏହି ବୈଠକରେ ଯୋଗୀ ଫିଲ୍ମ ସିଟି ନିର୍ମାଣ ସମୟରେ କ’ଣ ବିଶେଷ ଧ୍ୟାନ ଦିଆଯିବା ଉଚିତ ତାହା ଆଲୋଚନା କରିବେ। ଆହୁରି ମଧ୍ୟ, ମୁମ୍ବାଇର ଲୋକମାନେ ଉତ୍ତରପ୍ରଦେଶର ଫିଲ୍ମ ସିଟି ଆସି ଏଠାରେ ଆରମ୍ଭ ହେବାକୁ ଥିବା ଫିଲ୍ମ କାମ ପାଇଁ ନିର୍ଦ୍ଦେଶକ ଏବଂ ନିର୍ମାତାମାନଙ୍କ ସହିତ ପରାମର୍ଶ କରିବେ।