ବଙ୍ଗୋପ ସାଗରରେ ଆସିଲା ପୁଣି ଏକ ବାତ୍ୟା, ବାୟୁସେନା ନୌସେନାଙ୍କୁ ସଜାଗ ପାଇଁ ନିର୍ଦ୍ଦେଶ

Published: Dec 3, 2020, 9:43 am IST

ଭୁବନେଶ୍ବର, ନିଭାର ପରେ ଏବେ ବଙ୍ଗୋପ ସାଗରର ପୁଣି ଏକ ବାତ୍ୟା ଆସୁଛି। ଏହା ଦକ୍ଷିଣପଶ୍ଚିମ ଅଞ୍ଚଳ‌ରେ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟାର ନାମ ‘ବୁରେଭି’ ରଖାଯାଇଛି। ଏହା ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେଥିପାଇଁ ତାମିଲନାଡ଼ୁ ଏବଂ କେରଳରେ ହାଇ ଆଲର୍ଟ ଜାରି କରାଯାଇଛି ।

କେରଳର ୪ ଟି ସହର ଥିରୁଅନନ୍ତପୁରମ୍‌, କୋଲ୍ଲାମ୍‌, ପଥନମଥିତ୍ତ ଏବଂ ଆଲାପ୍ପୁଝାରେ ଏହି ରେଡ୍‌ ଆଲର୍ଟ‌୍ ଜାରି କରାଯାଇଛି। ଏଥିସହିତ କେରଳ ସରକାର ବାୟୁସେନା ଏବଂ ନୌସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୮ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ସାରିଛନ୍ତି।

‘ନିଭାର’ ଠାରୁ ‘ବୁରେଭି’ର ପ୍ରଭାବ ଅଧିକ ରହିବ ବୋଲି ଜଣାପଡିଛି। ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ, ଏବଂ ଉତ୍ତର କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Related posts