Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ, ଜାଣନ୍ତୁ କଣ ରହିଛି ଏଥିରେ
ଜାତୀୟ ଖବର

ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ, ଜାଣନ୍ତୁ କଣ ରହିଛି ଏଥିରେ

December 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଡିସେମ୍ବର ୧୦, ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସଂସଦ ମାର୍ଗରେ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ନୂତନ ଅଟ୍ଟାଳିକା ଆତ୍ମନିର୍ଭର ଭାରତ’ ଦର୍ଶନର ଏକ ଗୁରୁତ୍ବପୂର୍ଣ ଅଂଶ ହେବ ଏବଂ ସ୍ଵାଧୀନତା ପରେ ପ୍ରଥମ ଥର ଲୋକଙ୍କ ପାଇଁ ସଂସଦ ଗଠନ କରିବା ଲାଗି ଏକ ସୁଯୋଗ ସୃଷ୍ଟି କରିବ। ଏହା ୨୦୨୨ ରେ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ନୂତନ ଭାରତର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିବ।

ନୂତନ ସଂସଦ ଭବନ ଅତ୍ୟାଧୁନିକ ଓ ଶକ୍ତି ଦକ୍ଷ ହେବ ଏବଂ ବର୍ତ୍ତମାନର ସଂସଦ ନିକଟରେ ଏକ ତ୍ରିକୋଣୀୟ ଆକୃତିର କୋଠା ଭାବରେ ନିର୍ମାଣ କରାଯିବ। ଏହି ଅଟ୍ଟାଳିକାରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିବ। ଲୋକସଭା ବର୍ତ୍ତମାନ ଆକାରର ତିନି ଗୁଣ ହେବ ଏବଂ ରାଜ୍ୟସଭା ମଧ୍ୟ ଯଥେଷ୍ଟ ବଡ଼ ହେବ ।

ଏହି ନୂତନ କୋଠାର ଭିତର ଅଂଶରେ ଭାରତୀୟ ସଂସ୍କୃତି ଓ ଆଞ୍ଚଳିକ କଳା, ହସ୍ତଶିଳ୍ପ, ବସ୍ତ୍ର ଏବଂ ସ୍ଥାପତ୍ୟ ବିବିଧତାର ଏକ ସମୃଦ୍ଧ ମିଶ୍ରଣ ପ୍ରଦର୍ଶିତ ହେବ। ଉକ୍ତ କୋଠାରେ ଏକ କେନ୍ଦ୍ରୀୟ ସାମ୍ବିଧାନିକ ଗ୍ୟାଲେରୀ ରହିବ ଯାହା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ।

ଏହି ନୂତନ ସଂସଦ ଭବନର ନିର୍ମାଣ ସମ୍ପଦ ଅନୁକୂଳ ପ୍ରଯୁକ୍ତି ଓ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ। ଏଥିରେ ଉଚ୍ଚମାନର ଅଡିଓ-ଭିଜୁଆଲ୍ ସୁବିଧା, ଉନ୍ନତ ଓ ଆରାମଦାୟକ ବସିବା ବ୍ୟବସ୍ଥା, ପ୍ରଭାବଶାଳୀ ଜରୁରୀକାଳୀନ ନିରାପତ୍ତା ବ୍ୟବସ୍ଥା ରହିବ।

ଏହି ଅଟ୍ଟାଳିକାର ନିର୍ମାଣ ସେସିମିକ ଜୋନ ୫ କୁ ଧ୍ୟାନରେ ରଖି କରାଯିବ । ସର୍ବୋଚ୍ଚ ଗଠନମୂଳକ ସୁରକ୍ଷା ମାନଦଣ୍ଡକୁ ପାଳନ କରିବା ସହିତ ରକ୍ଷଣାବେକ୍ଷଣ ଏବଂ କାର‌୍ୟ୍ୟର ସହଜତା ପାଇଁ ଏହି ଅଟ୍ଟାଳିକାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଭେଙ୍କଟେଶ ଯୋଶୀ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ପ୍ରମୁଖ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସଂସଦର ସଦସ୍ୟ, ରାଷ୍ଟ୍ରଦୂତ ସମେତ ପ୍ରାୟ ୨୦୦ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହା ଅନଲାଇନରେ ମଧ୍ୟ ସିଧା ପ୍ରସାରଣ ହେବ।

ନୂଆ ସଂସଦ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.