Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାତରୁ ଅଧିକ ସନ୍ତାନ ଜନ୍ମ କଲେ ଏଠାରେ ମିଳେ ଗୋଲ୍ଡ ମେଡାଲ୍‌ , ଜାଣନ୍ତୁ କେଉଁଠାରେ
ଅନ୍ତରାଷ୍ଟ୍ରୀୟ

ସାତରୁ ଅଧିକ ସନ୍ତାନ ଜନ୍ମ କଲେ ଏଠାରେ ମିଳେ ଗୋଲ୍ଡ ମେଡାଲ୍‌ , ଜାଣନ୍ତୁ କେଉଁଠାରେ

December 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିଶ୍ବରେ ଜନସଂଖ୍ୟାକୁ ନେଇ ସମେସ୍ତ ବ୍ୟସ୍ତ ଓ ବିବ୍ରତ । ଜନସଂଖ୍ୟା ବୃଦ୍ଧି ହେତୁ ଅନେକ ପ୍ରକାରର ସମସ୍ୟାମାନ ଦେଖାଦେଉଛି । ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ସହିତ ଗ୍ଲୋବାଲ୍‌ ଓ୍ବାର୍ଣ୍ଣିଂ ପରି ସମସ୍ୟମାନ ଉପୁଜିଛି । ପ୍ରାୟ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନେଇ କଡା ପଦକ୍ଷେପମାନ ନିଆଯାଉଛି । ବିଶେଷ କରି ଚୀନ୍‌ରେ ଜନସଂଖ୍ୟା ହ୍ରାସ ପାଇ କଡା ନିୟମ ପ୍ରଚଳନ  ହୋଇଥିଲା । ଏଠାରେ ଏକରୁ ଅଧିକ ସନ୍ତାନ ଜନ୍ମ କଲେ କିଛି ସୁବିଧାରୁ ବଞ୍ଚିତ କରାଯାଉଥିଲା । କିନ୍ତୁ ଚୀନ୍‌ରେ ଏବେ ଏହି ନିୟମରେ କୋହଳ କରାଯାଇଛି। ତେବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅପିଲ୍‌ କରାଯାଇଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍ଧି ବିଶ୍ବରେ ଗମ୍ଭୀର ସମସ୍ୟା ହୋଇଥିବାବେଳେ ଏହି ଦେଶରେ କିନ୍ତୁ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦିଆଯାଉଛି । ଏଠାରେ ସାତୋଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ ମେଡାଲ୍‌ ଦିଆଯାଉଛି । ଏହା ସହିତ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରାଯାଉଛି ।ତେବେ ଆସନ୍ତୁ ଜାଣିବା ଏହା କେଉଁ ଦେଶରେ କରାଯାଉଛି ।

ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦେଉଥିବା ଦେଶ ହେଉଛି କାଜାକ୍‌ସ୍ତାନ । ଏହି ଦେଶରେ 7ଟି ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଗୋଲ୍ଡ ମେଡାଲ୍‌ ଦିଆଯାଇଥିଲା । ଏହା ସହିତ ତାଙ୍କୁ ହିରୋ ମଦର୍ସର ଉପାଧି ଦିଆଯାଇଥାଏ । ସେହିପରି 6ଟି ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କୁ ସିଲିଭର୍‌ ମେଡାଲ୍‌ ଦିଆଯାଇଥାଏ । ଏହି ମହିଳାମାନଙ୍କୁ ଆଜୀବନ ସରକାରୀ ଭତ୍ତା ମିଳିଥାଏ । ଏପରିକି ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରକୁ ଆଜୀବନ ମାଗଣା ରାସନ ସହ ଘର ଖର୍ଚ୍ଚ ଦିଆଯାଇଥାଏ ।

କାଜ୍‌ଗାସ୍ତାନ ସରକାର ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସାହାଯ୍ୟ ଦେଇଥାଏ । ସେହିପରି ଚାରୋଟି ସନ୍ତାନ ଥିବା ମହିଳାଙ୍କୁ ମଧ୍ୟ ମାସିକ ଭତ୍ତାମିଳିଥାଏ । ତେବେ ଚାରୋଟି ସନ୍ତାନ ଥିବା ମହିଳାଙ୍କୁ ଛୁଅ 21 ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳିଥାଏ ।

କାଜ୍‌କାସ୍ତାନରେ ସନ୍ତାନ ଜନ୍ମରେ ପୁରସ୍କାର ଦେବା ପ୍ରଥମା 1944 ମସିହାରୁ ଚାଲଇ ଆସିଛି । ଅଧିକ ସନ୍ତାନ ଜନ୍ମ କରିବା ଏଠାକାର ସରକାରୀ ନୀତିରେ ମଧ୍ୟ ସାମିଲ୍‌ ରହିଛି । ଦେଶରେ ଜନସଂଖ୍ୟା ବହୁତ କମ୍‌ ରହିଥିବାରୁ ଏଠାରେ ଅଧିକ ସନ୍ତାନ ଜନ୍ମ ପାଇଁ ସରକାରୀ ସାହାଯ୍ୟ ଯୋଗାଇଦିଆଯାଇଥାଏ । (ଏଜେନ୍ସି)

population
Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ: ଭାରତର ଆସିଲା ପ୍ରଥମ ପ୍ରତିକ୍ରିୟା

February 28, 2026

ବରିଷ୍ଠ ବିଜେପି ନେତା ଅଲେଖାନନ୍ଦ ପ୍ରଧାନଙ୍କ ପରଲୋକ: ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ

February 28, 2026

ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥର ୧୩୨ଟି ହୋଲି ସ୍ପେଶାଲ୍ ଟ୍ରେନ୍

February 28, 2026
Latest News

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026

ବିକାଶ ମନ୍ଥନ ୧.୦: ଗଭର୍ଣ୍ଣାନ୍‌ସ ଇନ୍‌ ଆକ୍ସନ୍ ଉଦ୍‌ଯାପିତ

February 28, 2026

ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ: ଭାରତର ଆସିଲା ପ୍ରଥମ ପ୍ରତିକ୍ରିୟା

February 28, 2026

ବରିଷ୍ଠ ବିଜେପି ନେତା ଅଲେଖାନନ୍ଦ ପ୍ରଧାନଙ୍କ ପରଲୋକ: ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.