Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇରାନ
ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ୍‌ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକସିୟାନଙ୍କ ସହ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କ୍ଷେତ୍ରୀୟ ଘଟଣାକ୍ରମ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ଇଦ୍ ଏବଂ ନୌରୋଜର ପବିତ୍ର ଅବସରରେ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେଶକିୟନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଏହି ପାର୍ବଣ ଋତୁ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ଏକ ସମୟ ଆଣିବ ବୋଲି ଆଲୋଚନା ସମୟରେ  ଉଭୟ ନେତା ମିଳିତ ଭାବେ ଆଶା ପ୍ରକାଶ କରିଥିଲେ। ଶ୍ରୀ ମୋଦୀ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଏପରି କାର୍ଯ୍ୟ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇଛି। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରୁଛି।

ପ୍ରଧାନମନ୍ତ୍ରୀ ଜାହାଜ ଚଳାଚଳ ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ ଖୋଲା ଓ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ, ଶ୍ରୀ ମୋଦୀ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ଇରାନର ନିରନ୍ତର ସମର୍ଥନ ପାଇଁ ତାଙ୍କର ଆନ୍ତରିକ କୃତଜ୍ଞତା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:

‘‘ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେଶକିୟନଙ୍କ ସହ କଥା ହେଲି ଏବଂ ଇଦ୍ ଓ ନୌରୋଜର ଶୁଭେଚ୍ଛା ଜଣାଇଲି। ଏହି ପାର୍ବଣ ଋତୁ ପଶ୍ଚିମ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆଣିବ ବୋଲି ଆମେ ଆଶା ପ୍ରକାଶ କରିଛୁ।

ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଉଥିବା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କଲି।

ଜାହାଜ ଚଳାଚଳ କ୍ଷେତ୍ରରେ ସ୍ୱାଧୀନତାକୁ ସୁରକ୍ଷା ଦେବା ଏବଂ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ ଖୋଲା ଏବଂ ସୁରକ୍ଷିତ ରଖିବା ନିଶ୍ଚିତ କରିବାର ଗୁରୁତ୍ୱକୁ ଦୋହରାଇଲି।

ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ଇରାନର ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ଜଣାଇଲି।’’

ଇଦ୍ ଇରାନ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକସିୟାନ ନରେନ୍ଦ୍ର ମୋଦୀ ନୌରଜର ଶୁଭକାମନା
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026

Cyclone News: ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା….

October 24, 2026

ବାତ୍ୟା ଆଶଙ୍କା: ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

October 24, 2026
Latest News

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026

ସମୁଦ୍ରରେ ବଳ ଗୋଟାଇବ ବାତ୍ୟା! ଓଡ଼ିଶା ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?

October 24, 2026

BREAKING NEWS: ଓଡ଼ିଶାରେ ବାତ୍ୟା ଆଶଙ୍କା କେତେ? ଲଘୁଚାପର ଗତିପଥ ଉପରେ ରହିଛି ନଜର

October 24, 2026

୧୬ ଜିଲ୍ଲାକୁ ସତର୍କ ସୂଚନା: ବାତ୍ୟା ଆଶଙ୍କାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

October 24, 2026

Cyclone News: ବଙ୍ଗୋପସାଗରରେ ସୃଷ୍ଟି ହେଲା ସଦୃଶ୍ୟ ଲଘୁଚାପ, ସୋମବାରେ ବାତ୍ୟା….

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.