ବିଶ୍ଵର ପ୍ରଥମ ରାଷ୍ଟ୍ର ଭାବେ କୋରୋନରୁ ମୁକ୍ତ ହେଲା ଏହି ଦେଶ

Published: Dec 14, 2020, 2:09 pm IST

ୱେଲିଙ୍ଗଟନ: ବିଶ୍ୱର ୨୧୩ଟି ଦେଶ କରୋନାରେ ସଂକ୍ରମିତ ହୋଇ ୧୬ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।  କରୋନା ସଂକ୍ରମଣ ପୁଣି ଥରେ ବିଶ୍ଵର ଅନେକ ଦେଶରେ ବୃଦ୍ଧି ପାଉଥିବା ବେଳେ ନ୍ୟୁଜିଲାଣ୍ଡ ଏହି ମହାମାରୀରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛି।

ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ନ୍ୟୁଜିଲାଣ୍ଡ କୋରୋନରୁ ମୁକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେନ୍ ଖୁସିରେ ନାଚିଛନ୍ତି। ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଲଗାଯାଇଥିବା କରୋନା କଟକଣାକୁ ହଟାଇ ଦିଆଯାଇଛି। ଏପରି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି। (ଏଜେନ୍ସି)

Related posts