ପ୍ଲାଷ୍ଟିକ୍‌ ସର୍ଜରୀ ଯୋଗୁଁ ମଡେଲ୍‌ଙ୍କ ଜୀବନ ଗଲା

Published: Dec 18, 2020, 6:40 pm IST

ମେକ୍ସିେକା : ଆଜିକାଲି ନିଜର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିବାପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରୁଛନ୍ତି । ଏହି ପ୍ଲାଷ୍ଟିକ୍‌ ସର୍ଜରୀ କେବେ କେବେ  ଓଲଟା ଫଳ ଦେଉଛି । ପୂର୍ବ ଚେହେରାକୁ ବିକଟ କରିଦେଉଥିବାବେଳେ କେବେ କେବେ ଏହା ଅଧିକ ଘାତକ ହୋଇ ପ୍ରାଣ ମଧ୍ୟ ନେଉଛି । ଏହିପରି ଏକ ଘଟଣା ମେକ୍ସିକୋରୁ ଆସିଛି । ମେକ୍ସିକୋର ଜଣେ ମଡେଲ୍‌ ପ୍ଲାଷ୍ଟିକ୍‌ ସର୍ଜରୀ କରି ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ 30 ବର୍ଷୀୟା ଜସଲିନ୍‌ କୈନୋଙ୍କୁ ମେକ୍ସିକୋର କିମ୍‌ କାର୍ଦରିସିଆନ୍‌ କୁହାଯାଏ । କୈନୋ ମଡେଲ ହେବା ସହିତ ଜଣେ ସ୍ବିମ୍‌ସୁଟ୍‌ ଡିଜାଇନର ମଧ୍ୟ ଥିଲେ । କୈନୋଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରାୟ 13 ମିଲିଅନ୍‌ ଫୋଲର୍ସ ରହିଛନ୍ତି । ତାଙ୍କ ଆକର୍ଷଣୀୟ ଫିଗର୍‌ ପାଇଁ ପ୍ରାୟ ଦିଓ୍ବାନା ହୋଇଥାନ୍ତି । ଚଳିତ ମାସ ପ୍ରାରମ୍ଭରେ କୈନୋ କାର୍ଲିଫର୍ଣ୍ଣିଆଠାରେ ପ୍ଲାଷ୍ଟିକ୍‌ ସର୍ଜରୀ କରିଥିଲେ । କୈନୋ ନିଜ ନିତମ୍ବର ସର୍ଜରୀ କରାଇଥିଲେ । ଶରୀରର ଅନ୍ୟ ଏକ ଅଂଶରୁ ଫ୍ୟାଟ୍‌ ବାହାର କରି ସର୍ଜରୀ କରାଇଥିଲେ । କୈନୋ ଏହି ସର୍ଜରୀରେ ପେଟ ପାଖରୁ ଫ୍ୟାଟ୍‌ ବାହାର କରି ତାକୁ ହିପ୍ସରେ ସର୍ଜରୀ କରାଇଥିଲେ । ତେବେ ଏହି ବିପଦପୂର୍ଣ୍ଣ ସର୍ଜରୀ ଯୋଗୁଁ କୈନୋଙ୍କର ଜୀବନ ଚାଲିଯାଇଛି । ମିଳିଥିବା ସୂ ଚନା ଅନୁସାରେ ଏହିପରି ସର୍ଜରୀ ଯୋଗୁଁ ପ୍ରାୟ 3000 ଲୋକଙ୍କର ମୃତ୍ୟୁ ହୋଇଛି ।

କୈନୋଙ୍କ ପରିବାର ତରଫରୁ ତାଙ୍କର ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇନଥିବାବେଳେ ତାଙ୍କ ସହଯୋଗୀ ମଡେଲ୍‌ ଲିରା ମାର୍ସର ଏନେଇ ସୂଚନା ଦେଇଛନ୍ତି ।

କୈନୋଙ୍କ ପ୍ରଶଂସକମାନେ ତାଙ୍କ ମୃତ୍ୟୁଖବର ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏତେ ସୁନ୍ଦର ଚେହେରାର ଅଧିକାରିଣୀ ହେବା ସତ୍ତ୍ବେ ଏପରି ବିପଦପୂ୍ଣ୍ଣ ସର୍ଜରୀ କରି ନିଜ ଜୀବନ ହାରିଛନ୍ତି ମଡେଲ୍‌ ଜଣକ । (ଏଜେନ୍ସି)

Related posts