Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ଆଉ ୪ ଗବେଷକ
ଅନ୍ତରାଷ୍ଟ୍ରୀୟ

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସୋଆର ଆଉ ୪ ଗବେଷକ

December 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ।

ବିଷୟବସ୍ତୁ ଆଧାରିତ ବିଶ୍ଳେଷଣକୁ ନେଇ ସୋଆର ୪ ଗବେଷକ ପ୍ରଫେସର ଗୌତମ ରଥ, ଡଃ ମନୋଜ କୁମାର ନାୟକ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ଦେବବ୍ରତ ପ୍ରଧାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଶନିବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଦୁଇ ମାସ ପୂର୍ବରୁ ପ୍ରକାଶ ପାଇଥିବା ଏହି ତାଲିକାରେ ସୋଆର ୭ ଜଣ ବିଶିଷ୍ଟ ଗବେଷକ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ ସ୍ଥାନ ପାଇଥିଲେ। ଏହି ୭ ଜଣ ଗବେଷକଙ୍କ ପରେ ଆଉ ୪ ଜଣଙ୍କ ନାମ ଏହି ତାଲିକାକୁ ଆସିବା ଫଳରେ ସୋଆର ୧୧ ଜଣ ଗବେଷକ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସାମିଲ ହୋଇଛନ୍ତି।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌)ର‌୍ୟାଙ୍କିଙ୍ଗ୍ –୨୦୨୦ରେ ସୋଆ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ୨୦ ତମ ସ୍ଥାନ ହାସଲ କରିଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ତାଲିକା କରାଯାଇଥିଲା। ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ନିକଟରେ ଏହି ଡାଟାବେସ୍ ପ୍ରସ୍ତୁତ କରାଯାଇଛି।

ପ୍ରଫେସର ରଥ ବର୍ତମାନ ସୋଆର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ରେ ଫାର୍ମାସ୍ୟୁଟିକ୍‌ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ନାୟକ ସୋଆ ଅଧିନସ୍ଥ +୨ ସାଇନ୍ସ କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନ୍ (ଆଇଏଚ୍‌ଏସ୍‌ଇ) ଅଧ୍ୟାପକ ଭାବେ କାର୍ଯ୍ୟରତ। ସେହିପରି ଡଃ ମିଶ୍ର ଏବଂ ଡଃ ପ୍ରଧାନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଫ୍ୟାକଲ୍ଟି ଭାବେ କାର୍ଯ୍ୟରତ ଅଛନ୍ତି।

ସୋଆ କୁଳପତି ପ୍ରଫେସର ମହାପାତ୍ର ଏହି ଚାରି ଗବେଷକଙ୍କୁ ଶନିବାର ସମ୍ବର୍ଦ୍ଧିତ କରିଥିବା ବେଳେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୁଷଣ ପ୍ରଧାନ ଓ ଡିନ୍‌ (ଗବେଷଣା) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ୫୦% ଗବେଷଣା କେନ୍ଦ୍ରଗୁଡ଼ିକ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ।

ସୋଆ ଅଧିନରେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବ୍ ରହିଛି।ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଖୁବ୍ ଉନ୍ନତମାନର
ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ।

ସମ୍ବର୍ଦ୍ଧିତ ହୋଇଥିବା ଏହି ୪ ଗବେଷକଙ୍କ ମଧ୍ୟରୁ ପ୍ରଫେସର ରଥ ଔଷଧ ଏବଂ ବାୟୋ ଆକ୍ଟିଭ୍‌ସ୍ ଶରୀରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଂଚାଇବା ନିମନ୍ତେ ନାନୋଟେକ୍ନୋଲୋଜି ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପ୍ରତିଷ୍ଠିତ ଜର୍ନାଲ୍‌ରେ ୧୫୦ଟି ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶ ପାଇଛି। ସେ ୪ଟି ଟେକ୍ସଟ୍ ବୁକ୍ ମଧ୍ୟ ରଚନା କରିଛନ୍ତି। ସେ ବର୍ତମାନ ଔଷଧ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ନିମନ୍ତେ ବ୍ୟବହାର କରାଯାଉଥିବା ନନ୍ ଇନ୍‌ଭାସିଭ୍ ଡ୍ରାଏ ପାଉଡର୍ଇ ନ୍‌ହେଲର୍ ନିମନ୍ତେ ଲିପିଡ୍‌/ପଲିମର୍‌/ ପଲିସାରାଇଡ୍ସ ମିଶ୍ରିତ ଇମ୍ୟୁନୋମୋଡୋଲେଟର୍ସ ପ୍ରସ୍ତୁତି କ୍ଷେତ୍ରରେ ଗବେଷଣା କରୁଛନ୍ତି।

ସେହିପରି ଡଃ ନାୟକ ୧୯୯୫ ମସିହାରେ ଏନ୍‌ଆଇଟି, ରାଉରକେଲାରୁ ଏମ୍‌ଏସ୍‌ସି କରିଥିବା ବେଳେ ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ସେ ନାନୋଫ୍ଲୁଇଡ୍ସ କ୍ଷେତ୍ରରେ ଗବେଷଣାରତ। ସେ ୨୨ ବର୍ଷ ଧରି ପଦାର୍ଥ ବିଜ୍ଞାନ ଶିକ୍ଷା ପ୍ରଦାନ କରୁଥିବା ବେଳେ ତାଙ୍କର ୮୩ ଟି ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି। ଅନେକ ଗବେଷଣାରତ ସ୍କଲାର୍ ତାଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି।

ଡଃ ମିଶ୍ର ଆଇଟିଇଆର୍‌ର ଗଣିତ ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ସୋଆରୁ ଏମ୍‌.ଟେକ୍ ଏବଂ ପିଏଚ୍‌ଡି ହାସଲ କରିଥିବା ବେଳେ ସେ ଅନେକ ପିଏଚ୍‌ଡି ଛାତ୍ରଙ୍କୁ ଗବେଷଣାରେ ସହଯୋଗ କରୁଛନ୍ତି। ୧୨୫ଟି ଗବେଷଣାରତ ସନ୍ଦର୍ଭ ସେ ପ୍ରସ୍ତୁତ କରିଛନ୍ତି। ସେହିପରି ଡଃ ପ୍ରଧାନ ସୋଆର ବାୟୋ-ଫୁଏଲ୍ସ ଏବଂ ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେନ୍‌ଟରରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ସେ ଅଲ୍‌ଗଲ୍ ଟେକ୍ନୋଲୋଜି, ବାୟୋଚାର୍ ଆଣ୍ଡ ବାୟୋଫୁଏଲ୍ସ, ୱେଷ୍ଟ ୱାଟର୍‌ ଟ୍ରିଟ୍‌ମେନ୍‌ଟ, ବାୟୋମିନେରାଲ୍ ପ୍ରୋସେସିଙ୍ଗ୍‌, ସଲିଡ୍ ୱେଷ୍ଟ ମ୍ୟାନେଜମେନ୍‌ଟ ଏବଂ ବାୟୋମ୍ୟାଟେରିଆଲ୍‌ସ କ୍ଷେତ୍ରରେ ଗବେଷଣାରତ।

ଗବେଷକ ବୈଜ୍ଞାନିକ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.