ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କ ଛୋଟ ଡ୍ରେସ୍ ପିନ୍ଧିବା ବେଶ୍ ମହଙ୍ଗା ପଡିଛି । ଏହି ଡ୍ରେସ୍ ପାଇଁ ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରିଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି ବିଚ୍ରେ ଏପରି ଘଟଣା ଘଟିଛି । ଏପରି ଘଟଣା ଘଟିବା ପରେ ତାଙ୍କୁ ବହୁତ ଲାଜ ଲାଗିଛି।
ମାର୍ଟିନା ରେଷ୍ଟୁରାଣ୍ଟକୁ ଏକ ଗ୍ରେ କଲରର କ୍ରପ୍ ଟପ୍ ଏବଂ ଧଳା ଟ୍ରାଉଜର ପିନ୍ଧି ଯାଇଥିଲେ। ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିବାବେଳେ ତାଙ୍କୁ ହୋଟେଲ୍ର ଷ୍ଟାଫ୍ ରେଷ୍ଟୁରାଣ୍ଟରୁ ବାହାରକୁ ଯିବାକୁ କହିଥିଲେ । ଏହି ଘଟଣା ପରେ ଯୁବତୀ ଜଣକ ଲଜ୍ଜା ଅନୁଭବ କରିବା ପରେ ସେ ଖୁବ୍ ରାଗି ଯାଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଯୁବତୀ ଜଣକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଅନେକ ୟୁଜର୍ ପ୍ରତିକ୍ରିୟା ରଖିଛନ୍ତି ।
Tags: