
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଆମେରିକାରେ ହିଂସା ବଢିବା ଆଶଙ୍କା କରି ଟ୍ରମ୍ଫଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ ହୋଇଥିଲା। ତେବେ ଏଥର ସ୍ଥାୟୀ ଭାବେ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଫେସବୁକ ମଧ୍ୟ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା।