Categories
ବିଶେଷ ଖବର

‘‘ଭାରତ ଓ ଆମେରିକା: ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ୱାଶିଂଟନ: ୱାଶିଂଟନ ଡିସି ସ୍ଥିତ ନେସନାଲ ସାଇନ୍ସ ସେଣ୍ଟର ଠାରେ ଆୟୋଜିତ ‘‘ଭାରତ ଓ ଆମେରିକା: ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ଅଂଶଗ୍ରହଣ କରିଛନ୍ତି।

ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।

ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଭି ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଭାରତ ଓ ଆମେରିକାର ଶିକ୍ଷା ଓ ଗବେଷଣା ଇକୋସିଷ୍ଟମ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ଦ୍ୱିପାକ୍ଷିକ ଶିକ୍ଷାଗତ ବିନିମୟ ଓ ସହଭାଗିତାକୁ ସେ ପ୍ରଶଂସା କରିଥିଲେ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ୫-ସୂତ୍ରୀ ପ୍ରସ୍ତାବ ଦେଇଥିଲେ। ସେଗୁଡ଼ିକ ହେଲା:

୧- ସରକାର, ଉଦ୍ୟୋଗ ଏବଂ ଶିକ୍ଷାକ୍ଷେତ୍ରକୁ ଏକତ୍ରିତ କରି ସମନ୍ୱିତ ଦୃଷ୍ଟିକୋଣ ଆପଣାଇବା

୨- ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିନିମୟକୁ ପ୍ରୋତ୍ସାହିତ କରିବା

୩- ଦୁଇ ଦେଶ ମଧ୍ୟରେ ବିଭିନ୍ନ ବିଷୟବସ୍ତୁ ଉପରେ ହ୍ୟାକାଥନ୍‌ ଆୟୋଜନ

୪- ଧନ୍ଦାମୂଳକ ଶିକ୍ଷା ଯୋଗ୍ୟତାକୁ ଆପୋସ ମାନ୍ୟତା

୫- ଶିକ୍ଷା ଓ ଗବେଷଣା କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କ ଗସ୍ତକୁ ପ୍ରୋତ୍ସାହନ

ଏହି କାର୍ଯ୍ୟକ୍ରମରେ ନର୍ଦର୍ଣ୍ଣ ଭର୍ଜିନିଆ କମ୍ୟୁନିଟୀ କଲେଜର ଅଧ୍ୟକ୍ଷ, ଆମେରିକୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି, ମାଇକ୍ରନ୍‌ ଟେକ୍ନୋଲୋଜିର ସଭାପତି ଓ ସିଇଓ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ: ଜୋ ବାଇଡେନଙ୍କ ସହ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜିଠାରୁ ଠିକ୍ ଦୁଇ ସପ୍ତାହ ପରେ ସେପ୍ଟେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୱାଶିଂଟନରେ ଭେଟିବେ। ଜାନୁଆରୀ ୨୦୨୧ ରେ ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ସାକ୍ଷାତ ହେବ। ସୂଚନାନୁସାରେ, ସେପ୍ଟେମ୍ବର ୨୨ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଜଧାନୀ ୱାଶିଂଟନରେ ପହଞ୍ଚିବେ। ବୈଠକ ପୂର୍ବରୁ ମୋଦୀ କ୍ୱାଡ ଦେଶର ନେତାମାନଙ୍କୁ ଭେଟିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହିଂସା ବଢିବା ଆଶଙ୍କାରେ ବନ୍ଦ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଆମେରିକାରେ ହିଂସା ବଢିବା ଆଶଙ୍କା କରି ଟ୍ରମ୍ଫଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ଘଣ୍ଟା ପାଇଁ ବନ୍ଦ ହୋଇଥିଲା। ତେବେ ଏଥର ସ୍ଥାୟୀ ଭାବେ ଆକାଉଣ୍ଟକୁ ବନ୍ଦ କରିପାରେ ବୋଲି ଚେତାବନୀ ଦିଆଯାଇଛି। ଟ୍ୱିଟରର ଏପରି ନିଷ୍ପତ୍ତିରେ ଟ୍ରମ୍ପଙ୍କ କ୍ୟାମ୍ପେନ୍ ଆଡ୍‌ଭାଇଜର ଜୈସନ ମିଲର ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଦିନ ଫେସବୁକ ମଧ୍ୟ ନିୟମ ଉଲଙ୍ଘନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଆମେରିକା ନିର୍ବାଚନର ଫଳାଫଳକୁ ନେଇ ବିକ୍ଷୋଭ ପ୍ରଦର୍ଶନ: ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି

ୱାଶିଂଟନ: ଆମେରିକା ନିର୍ବାଚନର ଫଳାଫଳକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀ ୱାଶିଂଟନ: ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମର୍ଥନରେ ରାଲି ହେଉଛି। ଡୋନାଲ୍ଡ ଟ୍ରମ୍ଫଙ୍କ ହଜାର ହଜାର ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଯାଇଛ। ସମର୍ଥକ ମାନେ ପ୍ଲାକାର୍ଡ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଲି ଚାଲିଥିବା ସମୟରେ ହିଂସା ହେଉଥିବା ସୂଚନା ମିଳୁଛି। ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି। (ଏଜେନ୍ସି)