ଓସଲୋ: ଫାଇଜର କୋଭିଡ ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ୧୩ ଜଣଙ୍କ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ହୋଇଛି ବୋଲି ଜଣାପଡିଛି। ଏହିପରି ଏକ ଘଟଣା ନରୱେ ଦେଶରେ ଘଟିଛି। ଯାହାକୁ ନେଇ ସାରା ଦେଶରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଯେଉଁମାନେ ମୃତ୍ୟୁବରଣ କରିଛିନ୍ତି ସେମାନଙ୍କର ବୟସ ୮୦ ବର୍ଷରୁ ଅଧିକ ବୋଲି ଜଣାପଡିଛି। ଏହି ମୃତ୍ୟୁକୁ ନରୱେ ସରକାର ମଧ୍ୟ ସ୍ବୀକାର କରିଛନ୍ତି। ପରବର୍ତ୍ତି ସମୟରେ ଅନ୍ୟମାନଙ୍କୁ ଅବଜରଭେସନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ବେଲଜିୟମରେ ମଧ୍ୟ ଫାଇଜର ଟିକା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି। ଟିକା ନେବାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଏହାକୁ ନେଇ ତଦନ୍ତ ଜାରି ରହିଛି। ନରୱେରେ ବର୍ତ୍ତମାନ ୩୬ ହଜାର ଲୋକଙ୍କୁ ଟିକାକରଣ କରାଯାଇଛି।
Tags: ନରୱେ, ଫାଇଜର ଟିକା