ଶେଷରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ସୁରକ୍ଷା ବ୍ୟବସ୍ଥା କଡାକଡି

Published: Jan 20, 2021, 8:38 am IST

ୱାସିଂଟନ, ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜୋ ବାଇଡେନ୍। ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେବେ। ଆମେରକୀୟ ସମୟ ଦିନ 11ଟା ବେଳେ ସେ ଏହି ଶପଥ ନେବେ। ଏହା ଭାରତୀୟ ସମୟରେ ଆଜି ରାତି 9ଟା 30 ହେବ। ତେବେ ଏହି ଶପଥ ସମାରୋହରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

କୋଭିଡ-୧୯ର ମହାମାରୀ ସଂକ୍ରମଣ ଏବଂ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ହିଂସାକାଣ୍ଡ କରିବା ଆଶଙ୍କାରେ ଏପରି କରାଯାଇଛି। ୱାଶିଂଟନ୍ ଡିସିକୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି। କେବଳ ଓ୍ୱାସିଂଟନ ଡିସିରେ ୧୫ହଜାରରୁ ଅଧିକ ନ୍ୟାସନାଲ ଗାର୍ଡ ମୁତୟନ ହୋଇଛନ୍ତି। ଏହାସହ ଅତିରକ୍ତ ହଜାରେ ପୋଲିସ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ହସ୍ତାନ୍ତର ବେଳେ ରହିବେ ନାହିଁ ବୋଲି ସ୍ପଷ୍ଠ କରିଛନ୍ତି।

Related posts