କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନିଜ ଦଳରୁ ତଡା ଖାଇଛନ୍ତି। ନେପାଳରକମ୍ୟୁନିଷ୍ଟ ଦଳ ତାଙ୍କୁ ବହିଷ୍କାର କରିଛି। କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏହାସହ କମିଟି ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ଓଲିଙ୍କ ବିରୋଧରେ ବହୁ ଦିନ ଧରି ଦଳରେ ଅସନ୍ତୋଷ ଜାରି ରହିଥିଲା।
ଏନସିପିର ଏକ ପୃଥକ ଦଳର ନେତା ପୁଷ୍ପ କମଲ ଦହଲ ‘ପ୍ରଖଣ୍ଡା’ ଏକ ସରକାରୀ ବିରୋଧୀ ରାଲିର ନେତୃତ୍ୱ ନେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଦ୍ୱାରା ସଂସଦ ଭଙ୍ଗ ହେବା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଭୟଙ୍କର ବିପଦ। ସେ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ କାର୍ଯ୍ୟ କରିଛନ୍ତି। ଓଲି କେବଳ ଦଳର ସମ୍ବିଧାନକୁ ଉଲ୍ଲଂଘନ କରିନାହାଁନ୍ତି ବରଂ ନେପାଳର ସମ୍ବିଧାନର ସମ୍ମାନକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି ବୋଲି ଦହଲ କହିଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନ ନେପାଳ ରାଜନୀତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସଂସଦ ଭଙ୍ଗ ହେବା ପରଠାରୁ ରାଜନୀତିକ ଉତ୍ତେଜନା ବଢ଼ିବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର କହିଛନ୍ତି, ଦେଶର ଅନ୍ତରୀଣ ସମସ୍ୟାରେ ବାହ୍ୟ ହସ୍ତକ୍ଷେପକୁ କଦାପି ସହ୍ୟ କରାଯିବ ନାହିଁ। ଅନ୍ୟପକ୍ଷରେ ଚାଇନା ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରୁଛି।