Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାଇଡେନ ସରକାର ପକ୍ଷରୁ ପାକିସ୍ଥାନକୁ ପ୍ରଥମ ଝଟକା: ଇମ୍ରାନ ଖାଁ ଲାଗି ବଢିବ ଚିନ୍ତା
ଅନ୍ତରାଷ୍ଟ୍ରୀୟ

ବାଇଡେନ ସରକାର ପକ୍ଷରୁ ପାକିସ୍ଥାନକୁ ପ୍ରଥମ ଝଟକା: ଇମ୍ରାନ ଖାଁ ଲାଗି ବଢିବ ଚିନ୍ତା

January 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ୱାଶିଂଟନ: ଆମେରିକାରେ ନୂତନ ସରକାର ଆସିବା ପରେ ପାକିସ୍ଥାନକୁ ପ୍ରଥମ ଝଟକା ଲାଗିଛି। ଆମେରିକା ଦକ୍ଷିଣ ଏସିଆର ଥିବା ତିନୋଟି ଦେଶ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ପାକିସ୍ଥାନକୁ ଯାତ୍ରା କରିବା ବିପଦ ବୋଲି ଦର୍ଶାଯାଇଛି। ଆମେରିକା ନିଜର ନାଗରିକମାନଙ୍କୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନକୁ ଯାତ୍ରା କରିବା ଲାଗି ମନା କରିଦେଇଛି। ଆମେରିକାର ବିଦେଶ ମନ୍ତ୍ରାଳୟ  ଏହି ତିନି ଦେଶ ପାଇଁ ଅଲଗା ଟ୍ରାଭେଲ ଆଡଭାଇଜରୀ ଜାରି କରିଛି।

ଆଡଭାଇଜରୀ ଅନୁଯାୟୀ, କୋଭିଡ଼-୧୯, ଆତଙ୍କବାଦ ଏବଂ ସାମ୍ପ୍ରଦାୟିକ ହିଂସାକୁ ଦେଖି ଆମେରିକା ନାଗରିକାମାନଙ୍କୁ ପାକିସ୍ଥାନକୁ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଆତଙ୍କବାଦ ଏବଂ ଅପହରଣକୁ ଲକ୍ଷ କରି ପାକିସ୍ଥାନର ବଲୁଚିସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଭାରତ-ପାକିସ୍ଥାନ ସୀମାକୁ ନଯିବା ପାଇଁ କୁହାଯାଇଛି। କାରଣ ସେହି ଅଞ୍ଚଳରେ ଆନ୍ତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି।

ତେବେ ବାଇଡେନ ସରକରା ଆସିବା ପରେ ଆମେରିକା ସହ ସମ୍ପର୍କ ଭଲ ହେବ ବୋଲି ପାକିସ୍ଥାନ ଆଶା କରୁଥିଲା। କିନ୍ତୁ ସେଭଳି କିଛି ପରିବର୍ତ୍ତନ ହେବା ଦେଖା ଯାଉନାହିଁ। ରବିବାର ଦିନ ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ କହିଥିଲେ ଯେ, ବିଗତ ଚାରି ବର୍ଷରେ ପାକିସ୍ଥାନ ବହୁତ ବଦଳି ସାରିଛି ଏବଂ ନୂତନ ପାକିସ୍ଥାନକୁ ଦେଖି ଆମେରିକା ସଂପର୍କ ସ୍ଥାପନ କରିବା ଉଚିତ।

ସେହିପରି ଆମେରିକାର ନୂତନ ପ୍ରତିରକ୍ଷା ମନ୍ତ୍ରୀ ହେବାକୁ ଯାଉଥିବା ଲଡ ଅଷ୍ଟିନ ମଧ୍ୟ ଏକ ବୟାନରେ କହିଛନ୍ତି ଯେ, ପାକିସ୍ଥାଙ୍କୁ ଆତଙ୍କବାଦୀ ଏବଂ କଟ୍ଟରପନ୍ଥୀମାନଙ୍କୁ ସୁରକ୍ଷା ଦେବା ଉଚିତ ନୁହେଁ। ଏହାସହିତ ‘ସିନେଟ ଅର୍ମଡ ସର୍ଭିସେସ କମିଟି’ ର ସମ୍ମୁଖରେ ଅଷ୍ଟିନ କହିଥିଲେ ଯେ, ପାକିସ୍ଥାନ ତାହାର ଜମିକୁ ଆତଙ୍କବାଦୀଙ୍କ ପାଇଁ ବ୍ୟବହାର କରିବା ଉଚିତ ନୁହଁ। ସେ  ପାକିସ୍ଥାନ ଆତଙ୍କବାଦ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଭାରତ ବିରୋଧରେ ସକ୍ରିୟ ଆତଙ୍କବାଦ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜେକ-ଏ-ମହମ୍ମଦ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଅଷ୍ଟିନ କହିଥିଲେ। ଏହାସହିତ ଭାରତ ସହିତ ସୁରକ୍ଷା ଭାଗୀଦାରୀ ଆମେରିକା ରହିବ ବୋଲି ସେ କହିଥିଲେ।

ଆମେରିକା ବାଇଡେନ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 27, 2026
Latest News

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 27, 2026

ପଶ୍ଚିମ ଏସିଆ ଘଟଣାବଳୀକୁ ଦୃଷ୍ଟିରେ ରଖି ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କିତ ଅପଡେଟ୍

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.