Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗକୁ କ୍ୟାବିନେଟ ମୋହର
ଅନ୍ତରାଷ୍ଟ୍ରୀୟ

ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗକୁ କ୍ୟାବିନେଟ ମୋହର

June 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପ୍ଲାନିଂ, ଗୃହନିର୍ମାଣ ଓ ଭିତ୍ତିଭୂମି ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣା ପତ୍ର ୨୦୨୧ ମସିହା ଫେବୃଆରୀ ମାସରେ ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣା ପତ୍ରର ଢ଼ାଂଚା ଅନୁସାରେ ସହଯୋଗ କାର‌୍ୟ୍ୟକ୍ରମକୁ ରଣନୀତିକ ଭାବେ ପ୍ରସ୍ତୁତ କରିବା ତଥା ପ୍ରବର୍ତ୍ତନ କରିବା ନିମନ୍ତେ ଏକ ମିଳିତ କାର‌୍ୟ୍ୟକାରୀ ଗୋଷ୍ଠୀ (ଜେଡବ୍ଲୁଜି) ଗଠନ କରାଯିବ ।

ଉପକାରିତା

ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ସୁଦୃଢ଼, ନିବିଡ଼ ତଥା ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସହଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ଆଶା କରାଯାଏ ଯେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ର ତଥା ସହରାଞ୍ଚଳ ଯୋଜନା, ସ୍ମାର୍ଟ ସିଟି ବିକାଶ, କଠନ ବର୍ଜ୍ୟ ପରିଚାଳନା, ସୁଲଭ ମୂଲ୍ୟର ବାସଗୃହ, ସହରାଞ୍ଚଳ ମଧ୍ୟରେ ସବୁଜ ବିଚରଣ, ସହରାଞ୍ଚଳ ମଧ୍ୟରେ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସିଟି ବିକାଶ ଆଦି କ୍ଷେତ୍ରରେ ଏହା ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ।

ବିସ୍ତୃତ ବିବରଣ

ଉଭୟ ବୁଝାମଣା ପତ୍ର ସ୍ୱାକ୍ଷରକାରୀ ପକ୍ଷଙ୍କ ମଧ୍ୟରେ ଏହା ସ୍ୱାକ୍ଷରିତ ହେବା ଦିନଠାରୁ, ଅର୍ଥାତ୍‍, ଫେବୃଆରୀ ୨୦, ୨୦୨୧ ତାରିଖ ଠାରୁ ଏହା ବଳବତ୍ତର ହେବ ଏବଂ ଅନିର୍ଦ୍ଦିଷ୍ଟ ଅବଧି ପର‌୍ୟ୍ୟନ୍ତ ଏହା ବଳବତ୍ତର ରହିବ ।

ଏହି ବୁଝାମଣା ପତ୍ରର ଉଦ୍ଦ୍ୟେଶ୍ୟ ହେଲା ଭାରତ- ମାଳଦ୍ୱୀପ ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ର ଯେଉଁଥିରେ କି ସହରାଞ୍ଚଳ ଯୋଜନା, ସ୍ମାର୍ଟ ସିଟି ବିକାଶ, କଠିନ ବର୍ଜ୍ୟ ପରିଚାଳନା, ସୁଲଭ ମୂଲ୍ୟର ବାସଗୃହ, ସହରାଞ୍ଚଳ ମଧ୍ୟରେ ସବୁଜ ବିଚରଣ, ସହରାଞ୍ଚଳ ମଧ୍ୟରେ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସିଟି ବିକାଶ ଏବଂ ଅନ୍ୟାନ୍ୟ ସଂପର୍କୀତ କ୍ଷେତ୍ର ଯେଉଁଥିପାଇଁ ଉଭୟ ରାଜିନାମା ପକ୍ଷ ସ୍ୱାକ୍ଷର କରିଛନ୍ତି ସେମାନଙ୍କୁ ବୈଷୟିକ ସହଯୋଗ ପ୍ରଦାନ ନିମନ୍ତେ ସୁବିଧା ଯୋଗାଣ ତଥା ସମ୍ପର୍କର ସୁଦୃଢ଼ୀକରଣ ।

କେନ୍ଦ୍ର କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.