ଅସୁବିଧା ସମୟରେ ସାହାଯ୍ୟ କରିଥିଲା ଭାରତ: ଟୀକା ଲାଗି ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ଆମେରିକା ସାଂସଦ

Published: Jun 4, 2021, 12:52 pm IST

ନୂଆଦିଲ୍ଲୀ: ଅସୁବିଧା ସମୟରେ ଆମେରିକାକୁ ଭାରତ ସାହାଯ୍ୟ କରିଥିଲା। ତେଣୁ ଭାରତର ଅସୁବିଧା ସମୟରେ ଆମେରିକାକୁ ସାହାଯ୍ୟ କରିବା ଆବଶ୍ୟକ । ଆମେରିକା ସଂସଦର ସଂଖ୍ୟାଗରିଷ୍ଠତା ନେତା ଚକ ଶୁମର ଏନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଛନ୍ତି। ଶୁମର ଏକ ଚିଠି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଯେ, ଅସୁବିଧା ସମୟରେ ନିଜର ସୁରକ୍ଷା ଉପକରଣ ପଠାଇ ଆମେରିକାକୁ ଭାରତ ସାହାଯ୍ୟ କରିଥିଲା। ତେଣୁ ଭାରତକୁ ସାହାଯ୍ୟ କରିବା ପାଇଁ ଏହା ସଠିକ ସମୟ ବୋଲି ଶୁମର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମେ’ ମାସ ୧୭ ତାରିଖରେ ଅନ୍ୟ ଦେଶକୁ ସାହାଯ୍ୟ ଉଦ୍ଦେଶ୍ୟରେ ୮ କୋଟି ଟୀକା ପଠାଇବା ନେଇ ଆମେରିକା ପ୍ରଶାସନ ଘୋଷଣା କରିଥିଲା। ତେବେ ସେହି ଟୀକା ମଧ୍ୟରୁ ଭାରତକୁ ଏକ ଭାଗ ଟୀକା ପଠାଇବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଶୁମର ଅନୁରୋଧ କରିଛନ୍ତି। ବର୍ତ୍ତମାନ ଆମେରିକାରେ ନିଜର ନାଗରିକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ଅଛି। ତେଣୁ ସାହାଯ୍ୟ ଉଦ୍ଦେଶ୍ୟରେ ଆଷ୍ଟ୍ରୋଜନିକା ଏବଂ ଅନ୍ୟ ଟୀକା ବିଦେଶକୁ ଆମେରିକା ପଠାଇପାରିବ।

Related posts