
ନୂଆଦିଲ୍ଲୀ: ଜୁଲାଇ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ କଟକଣାର ଅବଧିକୁ ବୃଦ୍ଧି କରାଯାଇଛି। କୋଭିଡ ଯୋଗୁଁ ଭାରତକୁ ଆସୁଥିବା ଏବଂ ଭାରତରୁ ବିଦେଶକୁ ଯାଉଥିବା ବିମାନ ଉପରେ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ। ପ୍ରାୟ ୧୫ ମାସ ପରେ ଜୁଲାଇ ୧ ତାରିଖରୁ ଅନ୍ତର୍ଜାତୀୟ ବିମାନ କଟକଣା ଉଠିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହି କଟକଣାକୁ ଜୁଲାଇ ୩୧ ଯାଏଁ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କଟକଣାକୁ କଡାକଡି କରିବା ପାଇଁ ସବୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏନେଇ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ।
Tags: ଅନ୍ତର୍ଜାତୀୟ ବିମାନ, କଟକଣା ଅବଧି